୩ ଆନ୍ତଃରାଜ୍ୟ ଚୋର ଗିରଫ: ୭ ଲାପଟପ୍, ୧ ଆଇପ୍ୟାଡ଼ ଓ ୧୯ ମୋବାଇଲ ଜବତ

The Sakala Picture
Published On

ବାରିପଦା: ସ୍ଥାନୀୟ ଟାଉନଥାନା ପୁଲିସ ୩ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ୭ଟି ଲାପଟପ୍, ଗୋଟିଏ ଆଇପ୍ୟାଡ ଓ ୧୯ଟି ବିଭିନ୍ନ କମ୍ପାନୀର ମୋବାଇଲ ଫୋନ ଜବତ କରିଛି । ଜବତ ସାମଗ୍ରୀ ସବୁ ଲୋକମାନଙ୍କ ବ୍ୟବହୃତ ସାମଗ୍ରୀ । ଏନେଇ ବୁଧବାର ସନ୍ଧ୍ୟାରେ ଟାଉନଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପ୍ରକାଶ ମୁର୍ଥି(୨୩), ପି ବାଲାଜି ଓରଫ ମୁନିୟାପ୍ପାନ […]

ବାରିପଦା: ସ୍ଥାନୀୟ ଟାଉନଥାନା ପୁଲିସ ୩ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ୭ଟି ଲାପଟପ୍, ଗୋଟିଏ ଆଇପ୍ୟାଡ ଓ ୧୯ଟି ବିଭିନ୍ନ କମ୍ପାନୀର ମୋବାଇଲ ଫୋନ ଜବତ କରିଛି । ଜବତ ସାମଗ୍ରୀ ସବୁ ଲୋକମାନଙ୍କ ବ୍ୟବହୃତ ସାମଗ୍ରୀ । ଏନେଇ ବୁଧବାର ସନ୍ଧ୍ୟାରେ ଟାଉନଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପ୍ରକାଶ ମୁର୍ଥି(୨୩), ପି ବାଲାଜି ଓରଫ ମୁନିୟାପ୍ପାନ (୨୬) ଓ କୁମାର ଆପ୍ପାରାଓ (୨୨)। ତାମିଲନାଡୁ ଭୋଲୋରରେ ସମସ୍ତଙ୍କ ଘର।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଏହି ଆନ୍ତଃରାଜ୍ୟଚୋର ଗ୍ୟାଙ୍ଗକୁ ମଙ୍ଗଳବାର ରାତିରେ ତକତପୁର ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ରାତି ପେଟ୍ରୋଲିଂ ସମୟରଜ ପ୍ରଥମେ ଦୁଇ ଜଣଙ୍କୁ ଗିରଫ କରି ଟାଉନ ଥାନା ଆଣି ପଚରାଉଚରା କରିଥିଲେ। ତାଙ୍କ ଠାରୁ ଅଧିକ ଖବର ପାଇ ବାରିପଦାର ଭୁଗୁଡାକଟା ଅଞ୍ଚଳରେ ଭଡାରେ ରହୁଥିବା ଘରେ ଚଢ଼ାଉ କରିଥିଲେ। ସେଠାରୁ ଅନ୍ୟ ଜଣକୁ ଗିରଫ କରିବା ସହ ୭ଟି ଲ୍ୟାପଟପ, ଗୋଟିଏ ଆଇପ୍ୟାଡ଼, ୧୯ ଗୋଟି ମୋବାଇଲ, ୨ଗୋଟି ସ୍ମାର୍ଟ ୱାଚ, ୩ଗୋଟି ଏଟିଏମ ଓ ଆଧାର କାର୍ଡ ଏବଂ ୨ହଜାର ଟଙ୍କା ଜବତ କରିଥିଲେ। ପୂର୍ବରୁ ଟାଉନ ଥାନା ଅଞ୍ଚଳରେ ଅନେକ ଲ୍ୟାପଟପ ଓ ମୋବାଇଲ ଚୋରି ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଯାହାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ କରି ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ତିନି ଜଣ ମୁକ ଭାବେ ଭିକ୍ଷା ବୃତ୍ତି କରନ୍ତି । ସମୟ ସୁବିଧା ଦେଖି ଲୋକଙ୍କ ଘରେ, ଦୋକାନରେ ପଶି ଉପରୋକ୍ତ ସାମଗ୍ରୀ ଚୋରି କରନ୍ତି । ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ସଦର ଏସଡିପିଓ ପ୍ରକାଶ ଜେମ୍ସ ଟୋପ୍ପ ଓ ଟାଉନ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର