ୟୁଟ୍ୟୁବ ଦେଲା ଓମ ପ୍ରକାଶଙ୍କୁ ନୂଆ ପରିଚୟ: ଠେକୁଆ ଚାଷ କରି ଯୁବ ସମାଜ ପାଇଁ ସାଜିଲେ ଉଦାହରଣ

The Sakala Picture
Published On

ବାରିପଦା: ଶିକ୍ଷାଗତ ଯୋଗ୍ୟତା ଏମଏସସି ପାସ, ସେଜଣେ ଉଚ୍ଚ ଶିକ୍ଷିତ ଯୁବକ । ଚାକିରି ପଛରେ ନ ଗୋଡାଇ କିଛି ଭିନ୍ନ କରି ସମାଜରେ ନିଜକୁ ପ୍ରତିଷ୍ଠିତ କରିବା ଆଶା ଥାଏ ମନରେ। କରୋନା କଟକଣା ସମୟରେ ୟୁଟ୍ୟୁବରୁ ରେବିଟ ଫାର୍ମିଂ ବା ଠେକୁଆ ଚାଷ ସମ୍ବନ୍ଧରେ ଜାଣି ମନ ବଳାଇ ଥିଲେ ଏହି ଦିଗରେ । ଆଉ ଆଜି ସଫଳତା ପାଇ ଯୁବ ସମାଜ ପାଇଁ ଉଦାହରଣ ସାଜିବା ସହିତ ଚର୍ଚ୍ଚାରେ ରହିଛନ୍ତି ଏହି ଉଦୀୟମାନ […]

ବାରିପଦା: ଶିକ୍ଷାଗତ ଯୋଗ୍ୟତା ଏମଏସସି ପାସ, ସେଜଣେ ଉଚ୍ଚ ଶିକ୍ଷିତ ଯୁବକ । ଚାକିରି ପଛରେ ନ ଗୋଡାଇ କିଛି ଭିନ୍ନ କରି ସମାଜରେ ନିଜକୁ ପ୍ରତିଷ୍ଠିତ କରିବା ଆଶା ଥାଏ ମନରେ। କରୋନା କଟକଣା ସମୟରେ ୟୁଟ୍ୟୁବରୁ ରେବିଟ ଫାର୍ମିଂ ବା ଠେକୁଆ ଚାଷ ସମ୍ବନ୍ଧରେ ଜାଣି ମନ ବଳାଇ ଥିଲେ ଏହି ଦିଗରେ । ଆଉ ଆଜି ସଫଳତା ପାଇ ଯୁବ ସମାଜ ପାଇଁ ଉଦାହରଣ ସାଜିବା ସହିତ ଚର୍ଚ୍ଚାରେ ରହିଛନ୍ତି ଏହି ଉଦୀୟମାନ ଯୁବକ ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଯୁବକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଉଫାଲଗଡ଼ିଆ ଗାଁର ଉଦ୍ୟୋଗୀ ଯୁବକ ଓମ ପ୍ରକାଶ ମହାନ୍ତ । ମନରେ କିଛି କରିଦେଖାଇବାର ନିଶାକୁ ସାର୍ଥକ କରିଛନ୍ତି । ନିଜେ ଆତ୍ମ ନିର୍ଭରଶୀଳ ହେବା ସାଙ୍ଗକୁ ଅନେକଙ୍କୁ ଦେଇଛନ୍ତି ରୋଜଗାର ଓ ରୋଜଗାରର ମାଧ୍ୟମ । ଜିଲ୍ଲାରେ ପ୍ରଥମ କରି ଆରମ୍ଭ କରିଛନ୍ତି ରେବିଟ ଫାର୍ମିଂ ବା ଠେକୁଆ ଚାଷ।ଏହି ଫାର୍ମ ଭିତରକୁ ଗଲେ ବିଭିନ୍ନ ରଙ୍ଗ ବେରଙ୍ଗର ଦେଶୀ ବିଦେଶୀ ପ୍ରଜାତିର ଠେକୁଆ ଯଥା, ଗ୍ରେ ଜେଣ୍ଟ, ହ୍ଵାଇଟ ଜେଣ୍ଟ, ସୋଭିଏତ ଚିଞ୍ଚିଲା, ଡଚ ଓ ନିଉଜିଲାଣ୍ଡ ହ୍ଵାଇଟ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଠେକୁଆ ପ୍ରାୟତଃ ଜଙ୍ଗଲରେ ଦେଖାଯାଆନ୍ତି । କିନ୍ତୁ ଠେକୁଆ ଚାଷ କରା ଯାଇପାରିବ ଓ ବଜାରରେ ଏହାର ଚାହିଦା ମଧ୍ୟ ରହୁଛି ତାହା ୟୁଟ୍ୟୁବ ଦେଇଥିଲା ପ୍ରେରଣା । ବର୍ତ୍ତମାନ ସକାଳ ହେଲେ ଠେକୁଆ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଛୁଟିଥାଏ। ଏହି ଫର୍ମରେ ଠେକୁଆ ରହିବା ଓ ଖେଳକୁଦ ପାଇଁ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା । ତାର ଜାଲିର ବାକ୍ସରେ ରହିଛନ୍ତି ଦେଶୀ ବିଦେଶୀ ମିଶି ୧୪୦ଟି ଠେକୁଆ ଅଛନ୍ତି । ୭୭ମାଈ ଓ ୩୩ଟି ଅଣ୍ଡିରା । ଫାର୍ମିଂର ପ୍ରଥମ ସଫଳତା ଭାବେ ୬ଟି ମାଈ ଠେକୁଆ ୩୦ଟି ଛୁଆ ଜନ୍ମ ଦେଇଛନ୍ତି। ଏମାନେ ସକାଳେ ଘାସ ଏବଂ ସନ୍ଧ୍ୟା ସମୟରେ କେଟେଲ ଫିଡ଼ ଦାନା ଖାଆନ୍ତି। ଏମାନେ ଯେଉଁ ଘାସ ଖାନ୍ତି ତାହାର ନାଁ ସୁପର ନେପୀୟର, ଏହି ଘାସକୁ ନିଜ ବାଡ଼ିରେ ଚାଷକରିଛନ୍ତି ଓମ ପ୍ରକାଶ । ଏହି ଘାସ ଠେକୁଆଙ୍କୁ ସବଳ କରିବା ସହିତ ଆବଶ୍ୟକ ଭିଟାମିନ ଓ ପ୍ରୋଟିନ ଯୋଗାଉଛି । ଉନ୍ନତମାନର ଘାସ ସ୍ଥାନୀୟ ଅଞ୍ଚଳରେ ଦେଖିବା ପାଇଁ ମିଳେନି । ବାହାର ବଜାରରେ ଏହାର ଦାମ ଅଧିକ। ଓମପ୍ରକାଶଙ୍କ କହିବାନୁଯାୟୀ ଏହି ଫାର୍ମିଂ କରି ନିଜେ ଆତ୍ମ ସନ୍ତୋଷ ପାଇଛନ୍ତି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ସମ୍ପ୍ରତି ଅନେକ ପରିବାରରେ ଠେକୁଆ ପାଳନ ସଉକ ଭାବରେ ରୁଚି ରଖୁଥିବା ବେଳେ ଉନ୍ନତ ପ୍ରଜାତିର ତଥା ରଙ୍ଗ ବେରଙ୍ଗର ଠେକୁଆ ତଥା ତାଙ୍କ ଶାବକ ବିକ୍ରି ହୋଇଥାଏ । ଜିଲ୍ଲାର ସୀମାନ୍ତ ବା ପଡୋଶୀ ପଶ୍ଚିମବଙ୍ଗ ନିକଟରେ ଥିବା ଏହି ଫାର୍ମ ଏବେ ଦର୍ଶନୀୟ ସ୍ଥାନ ପାଲଟିଛି । ଅପରପକ୍ଷରେ ପ୍ରତିଦିନ ସ୍ବଳ୍ପ ଶ୍ରମ ପ୍ରଦାନର ପ୍ରତିଦାନରେ ଦୈନନ୍ଦିନ ମଜୁରୀ ଲାଗୁଥିବା ଶ୍ରମିକ ମାନେ ମଧ୍ୟ ତାଙ୍କର ପରିବାର ଭଲ ଭାବରେ ଚଳାଇ ପାରୁଛନ୍ତି ବୋଲି ସୁଜିତ ମହାନ୍ତ କୁହନ୍ତି। ବଜାରର ଚାହିଦା ଅନୁସାରେ ନୂଆ ପ୍ରକାରର ଫାର୍ମିଂ ନିଶ୍ଚିତ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ନିଜେ ସ୍ୱାବଲମ୍ବୀ ହେବା ସହିତ ଯୁବ ସମାଜ ପାଇଁ ଉଦାହରଣ ସାଜିଛନ୍ତି ଉଦୀୟମାନ ଯୁବକ ଓମ ପ୍ରକାଶ। କମ ପରିଶ୍ରମରେ ଅଧିକ ଲାଭଦାୟକ ଫାର୍ମି ଆଗାମୀ ଦିନରେ ଯୁବ ସମାଜକୁ ନିଶ୍ଚିତ ନୂଆ ଆଶାର କିରଣ ଦେଖାଇବ ବୋଲି କୁହାଯାଉଛି ।

19 Oct 2022 By The Sakala

ୟୁଟ୍ୟୁବ ଦେଲା ଓମ ପ୍ରକାଶଙ୍କୁ ନୂଆ ପରିଚୟ: ଠେକୁଆ ଚାଷ କରି ଯୁବ ସମାଜ ପାଇଁ ସାଜିଲେ ଉଦାହରଣ

ବାରିପଦା: ଶିକ୍ଷାଗତ ଯୋଗ୍ୟତା ଏମଏସସି ପାସ, ସେଜଣେ ଉଚ୍ଚ ଶିକ୍ଷିତ ଯୁବକ । ଚାକିରି ପଛରେ ନ ଗୋଡାଇ କିଛି ଭିନ୍ନ କରି ସମାଜରେ ନିଜକୁ ପ୍ରତିଷ୍ଠିତ କରିବା ଆଶା ଥାଏ ମନରେ। କରୋନା କଟକଣା ସମୟରେ ୟୁଟ୍ୟୁବରୁ ରେବିଟ ଫାର୍ମିଂ ବା ଠେକୁଆ ଚାଷ ସମ୍ବନ୍ଧରେ ଜାଣି ମନ ବଳାଇ ଥିଲେ ଏହି ଦିଗରେ । ଆଉ ଆଜି ସଫଳତା ପାଇ ଯୁବ ସମାଜ ପାଇଁ ଉଦାହରଣ ସାଜିବା ସହିତ ଚର୍ଚ୍ଚାରେ ରହିଛନ୍ତି ଏହି ଉଦୀୟମାନ ଯୁବକ ।

ଯୁବକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଉଫାଲଗଡ଼ିଆ ଗାଁର ଉଦ୍ୟୋଗୀ ଯୁବକ ଓମ ପ୍ରକାଶ ମହାନ୍ତ । ମନରେ କିଛି କରିଦେଖାଇବାର ନିଶାକୁ ସାର୍ଥକ କରିଛନ୍ତି । ନିଜେ ଆତ୍ମ ନିର୍ଭରଶୀଳ ହେବା ସାଙ୍ଗକୁ ଅନେକଙ୍କୁ ଦେଇଛନ୍ତି ରୋଜଗାର ଓ ରୋଜଗାରର ମାଧ୍ୟମ । ଜିଲ୍ଲାରେ ପ୍ରଥମ କରି ଆରମ୍ଭ କରିଛନ୍ତି ରେବିଟ ଫାର୍ମିଂ ବା ଠେକୁଆ ଚାଷ।ଏହି ଫାର୍ମ ଭିତରକୁ ଗଲେ ବିଭିନ୍ନ ରଙ୍ଗ ବେରଙ୍ଗର ଦେଶୀ ବିଦେଶୀ ପ୍ରଜାତିର ଠେକୁଆ ଯଥା, ଗ୍ରେ ଜେଣ୍ଟ, ହ୍ଵାଇଟ ଜେଣ୍ଟ, ସୋଭିଏତ ଚିଞ୍ଚିଲା, ଡଚ ଓ ନିଉଜିଲାଣ୍ଡ ହ୍ଵାଇଟ ।

ଠେକୁଆ ପ୍ରାୟତଃ ଜଙ୍ଗଲରେ ଦେଖାଯାଆନ୍ତି । କିନ୍ତୁ ଠେକୁଆ ଚାଷ କରା ଯାଇପାରିବ ଓ ବଜାରରେ ଏହାର ଚାହିଦା ମଧ୍ୟ ରହୁଛି ତାହା ୟୁଟ୍ୟୁବ ଦେଇଥିଲା ପ୍ରେରଣା । ବର୍ତ୍ତମାନ ସକାଳ ହେଲେ ଠେକୁଆ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଛୁଟିଥାଏ। ଏହି ଫର୍ମରେ ଠେକୁଆ ରହିବା ଓ ଖେଳକୁଦ ପାଇଁ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା । ତାର ଜାଲିର ବାକ୍ସରେ ରହିଛନ୍ତି ଦେଶୀ ବିଦେଶୀ ମିଶି ୧୪୦ଟି ଠେକୁଆ ଅଛନ୍ତି । ୭୭ମାଈ ଓ ୩୩ଟି ଅଣ୍ଡିରା । ଫାର୍ମିଂର ପ୍ରଥମ ସଫଳତା ଭାବେ ୬ଟି ମାଈ ଠେକୁଆ ୩୦ଟି ଛୁଆ ଜନ୍ମ ଦେଇଛନ୍ତି। ଏମାନେ ସକାଳେ ଘାସ ଏବଂ ସନ୍ଧ୍ୟା ସମୟରେ କେଟେଲ ଫିଡ଼ ଦାନା ଖାଆନ୍ତି। ଏମାନେ ଯେଉଁ ଘାସ ଖାନ୍ତି ତାହାର ନାଁ ସୁପର ନେପୀୟର, ଏହି ଘାସକୁ ନିଜ ବାଡ଼ିରେ ଚାଷକରିଛନ୍ତି ଓମ ପ୍ରକାଶ । ଏହି ଘାସ ଠେକୁଆଙ୍କୁ ସବଳ କରିବା ସହିତ ଆବଶ୍ୟକ ଭିଟାମିନ ଓ ପ୍ରୋଟିନ ଯୋଗାଉଛି । ଉନ୍ନତମାନର ଘାସ ସ୍ଥାନୀୟ ଅଞ୍ଚଳରେ ଦେଖିବା ପାଇଁ ମିଳେନି । ବାହାର ବଜାରରେ ଏହାର ଦାମ ଅଧିକ। ଓମପ୍ରକାଶଙ୍କ କହିବାନୁଯାୟୀ ଏହି ଫାର୍ମିଂ କରି ନିଜେ ଆତ୍ମ ସନ୍ତୋଷ ପାଇଛନ୍ତି ।

ସମ୍ପ୍ରତି ଅନେକ ପରିବାରରେ ଠେକୁଆ ପାଳନ ସଉକ ଭାବରେ ରୁଚି ରଖୁଥିବା ବେଳେ ଉନ୍ନତ ପ୍ରଜାତିର ତଥା ରଙ୍ଗ ବେରଙ୍ଗର ଠେକୁଆ ତଥା ତାଙ୍କ ଶାବକ ବିକ୍ରି ହୋଇଥାଏ । ଜିଲ୍ଲାର ସୀମାନ୍ତ ବା ପଡୋଶୀ ପଶ୍ଚିମବଙ୍ଗ ନିକଟରେ ଥିବା ଏହି ଫାର୍ମ ଏବେ ଦର୍ଶନୀୟ ସ୍ଥାନ ପାଲଟିଛି । ଅପରପକ୍ଷରେ ପ୍ରତିଦିନ ସ୍ବଳ୍ପ ଶ୍ରମ ପ୍ରଦାନର ପ୍ରତିଦାନରେ ଦୈନନ୍ଦିନ ମଜୁରୀ ଲାଗୁଥିବା ଶ୍ରମିକ ମାନେ ମଧ୍ୟ ତାଙ୍କର ପରିବାର ଭଲ ଭାବରେ ଚଳାଇ ପାରୁଛନ୍ତି ବୋଲି ସୁଜିତ ମହାନ୍ତ କୁହନ୍ତି। ବଜାରର ଚାହିଦା ଅନୁସାରେ ନୂଆ ପ୍ରକାରର ଫାର୍ମିଂ ନିଶ୍ଚିତ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ନିଜେ ସ୍ୱାବଲମ୍ବୀ ହେବା ସହିତ ଯୁବ ସମାଜ ପାଇଁ ଉଦାହରଣ ସାଜିଛନ୍ତି ଉଦୀୟମାନ ଯୁବକ ଓମ ପ୍ରକାଶ। କମ ପରିଶ୍ରମରେ ଅଧିକ ଲାଭଦାୟକ ଫାର୍ମି ଆଗାମୀ ଦିନରେ ଯୁବ ସମାଜକୁ ନିଶ୍ଚିତ ନୂଆ ଆଶାର କିରଣ ଦେଖାଇବ ବୋଲି କୁହାଯାଉଛି ।

https://www.thesakala.in/latest-odisha-news/mayurbhanj/youtube-gave-omm-prakash-a-new-identity/article-15870
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର