ଅଯୋଗ୍ୟ ହିତାଧିକାରୀଙ୍କୁ ଲକ୍ଷାଧିକ ଟଙ୍କା ଋଣ ଦେଇ ଗିରଫ ହେଲେ ପୂର୍ବତନ ବ୍ୟାଙ୍କ ଶାଖା ମୁଖ୍ୟ, ୮ଜଣଙ୍କ ନାମରେ ମାମଲା

The Sakala Picture
Published On

ବାରିପଦା: ଅଯୋଗ୍ୟ ହିତାଧିକାରୀଙ୍କୁ ଲକ୍ଷାଧିକ ଟଙ୍କା ଋଣ ପ୍ରଦାନ କରିବା ଅଭିଯୋଗକୁ ନେଇ ବାରିପଦା ଟାଉନ ଥାନା ପୁଲିସ ଶନିବାର ବାରିପଦା-୩ ୟୁବିଆଇ ପୂର୍ବତନ ବ୍ୟାଙ୍କ ଶାଖା ମୁଖ୍ୟଙ୍କୁ ଗିରଫ କରିଛି । ଏହା ସହିତ ବ୍ୟାଙ୍କର ସହକାରୀ ପରିଚାଳକ, କର୍ମଚାରୀ ଓ ଆତ୍ମୀୟଙ୍କ ନାମରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଗିରଫ ମୁଖ୍ୟ ଅଭିଯୁକ୍ତ ଜଣଙ୍କ ହେଲେ ବାରିପଦା ଓ୍ବାର୍ଡ ନଂ ୧୭ ବଳରାମପୁରର ମୁଚିରାମ କିସ୍କୁ । ଅଭିଯୁକ୍ତ […]

ବାରିପଦା: ଅଯୋଗ୍ୟ ହିତାଧିକାରୀଙ୍କୁ ଲକ୍ଷାଧିକ ଟଙ୍କା ଋଣ ପ୍ରଦାନ କରିବା ଅଭିଯୋଗକୁ ନେଇ ବାରିପଦା ଟାଉନ ଥାନା ପୁଲିସ ଶନିବାର ବାରିପଦା-୩ ୟୁବିଆଇ ପୂର୍ବତନ ବ୍ୟାଙ୍କ ଶାଖା ମୁଖ୍ୟଙ୍କୁ ଗିରଫ କରିଛି । ଏହା ସହିତ ବ୍ୟାଙ୍କର ସହକାରୀ ପରିଚାଳକ, କର୍ମଚାରୀ ଓ ଆତ୍ମୀୟଙ୍କ ନାମରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଗିରଫ ମୁଖ୍ୟ ଅଭିଯୁକ୍ତ ଜଣଙ୍କ ହେଲେ ବାରିପଦା ଓ୍ବାର୍ଡ ନଂ ୧୭ ବଳରାମପୁରର ମୁଚିରାମ କିସ୍କୁ ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅଭିଯୁକ୍ତ କିସ୍କୁ ସ୍ଥାନୀୟ ରକ୍ସି ରୋଡରେ ଥିବା ୟୁବିଆଇ ବାଙ୍କ ଶାଖାର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର କାର୍ଯ୍ୟ କରିବା ସମୟ ମଧ୍ୟରେ ସେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ୬୫ଲକ୍ଷ ୬୦ହଜାର ଟଙ୍କା ଋଣ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ବ୍ୟାଙ୍କ ଅଡିଟରେ ତାହା ଜଣାପଡିବାରୁ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବର୍ତ୍ତମାନର ମ୍ୟାନେଜର ସୁବ୍ରତ ଦତ୍ତ ଟାଉନ ଥାନାରେ ମୁଚିରାମଙ୍କ ସମେମ ୯ଜଣଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ସହିତ ମୁଚିରାମଙ୍କୁ ସହଯୋଗ କରିଥିବା ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନେଜର ସୋନାଲି ସୋରେନ, ବ୍ୟାଙ୍କରୁ ଋଣ ନେଇଥିବା ସୋନାଲିଙ୍କ ସ୍ବାମୀ ବିଚିତ୍ର ବେହେରା, ସୋନାଲିଙ୍କ ଭଉଣୀ ରୂପାଲୀ ସୋରେନ, ମାଆ ସିନଗୋ ସୋରେନ, ସୁପ୍ରିତୀ ମହାନ୍ତି, ବ୍ୟାଙ୍କର ବିଜିନେସ କରେସପଣ୍ଡେନ୍ସ ସଞ୍ଜୟ ବେହେରା ଓ ବ୍ୟାଙ୍କ କରେସପଣ୍ଡେନ୍ସ ଏଜେଣ୍ଟଙ୍କ ସ୍ତ୍ରୀ ମନୋରମା ଦାସ ଏବଂ ବଡ଼ସାହି ଗୁହାଳଡିହିର ଅମୀର ଖାନଙ୍କ ନାମରେ ମାମଲା ରୁଜୁ ହୋଇଛି ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଋଣ ମଧ୍ୟରେ ମୁଦ୍ରା, ଗାଡି ଓ ବ୍ୟବସାୟ ଋଣ ରହିଛି । ଅଡିଟ ସମୟରେ ସେଗୁଡିକ ବ୍ୟାଙ୍କ ନିୟମ ଉଲଂଘନ ପୂର୍ବକ ଅହେତୁକ ଅନୁକମ୍ପା ଦର୍ଶାଇ ଋଣ ଦିଆ ଯାଇଥିବାରୁ ସମସ୍ତଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ପୁଲିସ ଉପରୋକ୍ତ କାର୍ଯାନୁଷ୍ଠାନ ଗ୍ରହଣ କରି ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

10 Sep 2022 By The Sakala

ଅଯୋଗ୍ୟ ହିତାଧିକାରୀଙ୍କୁ ଲକ୍ଷାଧିକ ଟଙ୍କା ଋଣ ଦେଇ ଗିରଫ ହେଲେ ପୂର୍ବତନ ବ୍ୟାଙ୍କ ଶାଖା ମୁଖ୍ୟ, ୮ଜଣଙ୍କ ନାମରେ ମାମଲା

ବାରିପଦା: ଅଯୋଗ୍ୟ ହିତାଧିକାରୀଙ୍କୁ ଲକ୍ଷାଧିକ ଟଙ୍କା ଋଣ ପ୍ରଦାନ କରିବା ଅଭିଯୋଗକୁ ନେଇ ବାରିପଦା ଟାଉନ ଥାନା ପୁଲିସ ଶନିବାର ବାରିପଦା-୩ ୟୁବିଆଇ ପୂର୍ବତନ ବ୍ୟାଙ୍କ ଶାଖା ମୁଖ୍ୟଙ୍କୁ ଗିରଫ କରିଛି । ଏହା ସହିତ ବ୍ୟାଙ୍କର ସହକାରୀ ପରିଚାଳକ, କର୍ମଚାରୀ ଓ ଆତ୍ମୀୟଙ୍କ ନାମରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଗିରଫ ମୁଖ୍ୟ ଅଭିଯୁକ୍ତ ଜଣଙ୍କ ହେଲେ ବାରିପଦା ଓ୍ବାର୍ଡ ନଂ ୧୭ ବଳରାମପୁରର ମୁଚିରାମ କିସ୍କୁ ।

ଅଭିଯୁକ୍ତ କିସ୍କୁ ସ୍ଥାନୀୟ ରକ୍ସି ରୋଡରେ ଥିବା ୟୁବିଆଇ ବାଙ୍କ ଶାଖାର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର କାର୍ଯ୍ୟ କରିବା ସମୟ ମଧ୍ୟରେ ସେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ୬୫ଲକ୍ଷ ୬୦ହଜାର ଟଙ୍କା ଋଣ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ବ୍ୟାଙ୍କ ଅଡିଟରେ ତାହା ଜଣାପଡିବାରୁ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବର୍ତ୍ତମାନର ମ୍ୟାନେଜର ସୁବ୍ରତ ଦତ୍ତ ଟାଉନ ଥାନାରେ ମୁଚିରାମଙ୍କ ସମେମ ୯ଜଣଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ସହିତ ମୁଚିରାମଙ୍କୁ ସହଯୋଗ କରିଥିବା ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନେଜର ସୋନାଲି ସୋରେନ, ବ୍ୟାଙ୍କରୁ ଋଣ ନେଇଥିବା ସୋନାଲିଙ୍କ ସ୍ବାମୀ ବିଚିତ୍ର ବେହେରା, ସୋନାଲିଙ୍କ ଭଉଣୀ ରୂପାଲୀ ସୋରେନ, ମାଆ ସିନଗୋ ସୋରେନ, ସୁପ୍ରିତୀ ମହାନ୍ତି, ବ୍ୟାଙ୍କର ବିଜିନେସ କରେସପଣ୍ଡେନ୍ସ ସଞ୍ଜୟ ବେହେରା ଓ ବ୍ୟାଙ୍କ କରେସପଣ୍ଡେନ୍ସ ଏଜେଣ୍ଟଙ୍କ ସ୍ତ୍ରୀ ମନୋରମା ଦାସ ଏବଂ ବଡ଼ସାହି ଗୁହାଳଡିହିର ଅମୀର ଖାନଙ୍କ ନାମରେ ମାମଲା ରୁଜୁ ହୋଇଛି ।

ଋଣ ମଧ୍ୟରେ ମୁଦ୍ରା, ଗାଡି ଓ ବ୍ୟବସାୟ ଋଣ ରହିଛି । ଅଡିଟ ସମୟରେ ସେଗୁଡିକ ବ୍ୟାଙ୍କ ନିୟମ ଉଲଂଘନ ପୂର୍ବକ ଅହେତୁକ ଅନୁକମ୍ପା ଦର୍ଶାଇ ଋଣ ଦିଆ ଯାଇଥିବାରୁ ସମସ୍ତଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ପୁଲିସ ଉପରୋକ୍ତ କାର୍ଯାନୁଷ୍ଠାନ ଗ୍ରହଣ କରି ତଦନ୍ତ ଜାରି ରଖିଛି ।

https://www.thesakala.in/latest-odisha-news/mayurbhanj/former-bank-branch-chief-was-arrested-for-giving-loans-of-lakhs-of-rupees-to-unqualified-beneficiaries/article-14860
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର