ଭୁବନେଶ୍ୱର-ଅମର୍ଦ୍ଦାରୋଡ୍‌‌ ମଧ୍ୟରେ ଉଡ଼ିବ ଏୟାର ଟ୍ୟାକ୍ସି

The Sakala Picture
Published On

ଭୁବନେଶ୍ୱର : ଅମର୍ଦ୍ଦାରୋଡସ୍ଥିତ ରାସଗୋବିନ୍ଦପୁର ବିମାନବନ୍ଦରର ବିକାଶ କାର୍ଯ୍ୟ ଆରମ୍ଭ ହେବ। ଏହି ବିମାନବନ୍ଦରର ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାର ୨୬ କୋଟି ୩ ଲକ୍ଷ ୧୦ ହଜାର ଟଙ୍କା ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନ ଡିଆର୍‌‌ଡିଓ ଚାନ୍ଦିପୁରକୁ ପ୍ରଦାନ କରିବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଉଡାନ୍‌‌ ୪.୨ ଅଧିନରେ ଆରସିଏସ୍‌‌ ଯୋଜନାକ୍ରମେ ଏହି ବିମାନବନ୍ଦରରୁ ଭୁବନେଶ୍ୱର-ଅମର୍ଦ୍ଦାରୋଡ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ପାଇଁ […]

ଭୁବନେଶ୍ୱର : ଅମର୍ଦ୍ଦାରୋଡସ୍ଥିତ ରାସଗୋବିନ୍ଦପୁର ବିମାନବନ୍ଦରର ବିକାଶ କାର୍ଯ୍ୟ ଆରମ୍ଭ ହେବ। ଏହି ବିମାନବନ୍ଦରର ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାର ୨୬ କୋଟି ୩ ଲକ୍ଷ ୧୦ ହଜାର ଟଙ୍କା ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନ ଡିଆର୍‌‌ଡିଓ ଚାନ୍ଦିପୁରକୁ ପ୍ରଦାନ କରିବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଉଡାନ୍‌‌ ୪.୨ ଅଧିନରେ ଆରସିଏସ୍‌‌ ଯୋଜନାକ୍ରମେ ଏହି ବିମାନବନ୍ଦରରୁ ଭୁବନେଶ୍ୱର-ଅମର୍ଦ୍ଦାରୋଡ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ପାଇଁ ଏୟାର ଟ୍ୟାକ୍ସି କମ୍ପାନୀକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଜମି ଅଧିଗ୍ରହଣ ଅର୍ଥ ଜମା କରି ସାରିଥିବାରୁ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଜମିର ମାଲିକାନା ହସ୍ତାନ୍ତର ପ୍ରକ୍ରିୟା ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି। ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏହି ଜମିର ମାଲିକାନା ହସ୍ତାନ୍ତର କରାଯିବା ପରେ ରାଜ୍ୟ ସରକାର ଏଠାରେ ଉନ୍ନୟନ କାର୍ଯ୍ୟ ହାତକୁ ନେବେ। ଏହା ପରେ ଏୟାର ଟ୍ୟାକ୍ସି ପକ୍ଷରୁ ବିଧିବଦ୍ଧ ବିମାନ ସେବା ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଟି-୨୦ ବିଶ୍ୱକପ: ପାକିସ୍ତାନର ଭାରତ ବିପକ୍ଷ ମ୍ୟାଚ ବର୍ଜନ ନିଷ୍ପତ୍ତି, ଆଇସିସିକୁ ସମର୍ଥନ କଲା ବିସିସିଆଇ

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହାର ପାଇଁ ନିର୍ମାଣ କରାଯାଇ ଥିବା ରାସଗୋବିନ୍ଦପୁର ବିମାନବନ୍ଦର ଏବେ ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ରହିଛି। ଆରସିଏସ୍‌‌/ଉଡ଼ାନ୍‌‌ ଯୋଜନାରେ ଏଠାରୁ ବିମାନ ଚଳାଚଳ ଆରମ୍ଭ ପାଇଁ ରାଜ୍ୟ ସରକାର ଏବଂ ବିଭିନ୍ନ ନାଗରିକ ସଂଗଠନ ଦାବି କରିବା ପରେ କେନ୍ଦ୍ର ସରକାର ଏହାକୁ ଯୋଜନାରେ ସାମିଲ କରିଥିଲେ। ଗତ ବର୍ଷ ଫେବୃଆରୀ ମାସରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟର ସଚିବଙ୍କୁ ପତ୍ର ଲେଖି ଏଠାରୁ ବିମାନ ଚଳାଚଳ ଆରମ୍ଭ ନିମନ୍ତେ ଅନୁରୋଧ କରିଥିଲେ। ବିମାନବନ୍ଦରର ୧୬୦.୩୫ ଏକର ଜମି ହସ୍ତାନ୍ତର ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟ ସଚିବ ପ୍ରତିଶ୍ରୁତି ଦେଇଥିଲେ।

ଆହୁରି ପଢ଼ନ୍ତୁ: ଚୌଦ୍ୱାର ଜେଲ୍‌ରେ ପୁଣି ଜଣେ କଏଦୀଙ୍କ ଆତ୍ମହତ୍ୟା, ବିଭାଗୀୟ ଅଧିକାରୀଙ୍କ କର୍ମ ତତ୍ପରତା ନେଇ ପ୍ରଶ୍ନବାଚୀ

ଏହି କ୍ରମରେ ଡିଆରଡିଓ, ଚାନ୍ଦିପୁର ନିର୍ଦ୍ଦୋକଙ୍କୁ ୨୬ କୋଟି ୩ ଲକ୍ଷ ୧୦ ହଜାର ୪୩୮ ଟଙ୍କା ପ୍ରଦାନ କରାଯିବା ନେଇ ପରିବହନ ବିଭାଗ ଗତ ମାସ ୨୫ ତାରିଖରେ ସୂଚନା ଦେଇଥିଲା। ଏବେ କେନ୍ଦ୍ର ସକରାର ୪୫ କୋଟି ଟଙ୍କା ମଞ୍ଜୁର କରିଥିବାରୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି। ଏହି ବିମାନବନ୍ଦରର ମାଲିକାନା ରାଜ୍ୟ ସରକାରଙ୍କ ଅଧିନକୁ ଆସିବା ପରେ ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଏହି ବିମାନବନ୍ଦରର ବିକାଶ କାର୍ଯ୍ୟ ନିଜ ହାତକୁ ନେଇଥିବାରୁ ଏହାର ଜମି ରାଜ୍ୟ ସରକାରଙ୍କ ହାତକୁ ଆସିବା ଜରୁରୀ ଥିଲା। ଏହି ବିମାନବନ୍ଦରରେ ପାଚେରୀ, ସଡ଼କ, ଏଟିସି ଟାୱାର, ହ୍ୟାଙ୍ଗର, ଦମଳକ କେନ୍ଦ୍ର ଆଦି ନିର୍ମାଣ କରାଯିବ। ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନୂଆ ନିର୍ଦ୍ଦେଶକ ହେଲେ IFS ସନତ କୁମାର ଏନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp