ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା, ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ଯାଏଁ ଚାଲିବ ପରୀକ୍ଷା

The Sakala Picture
Published On

କଟକ: ଆଜି ମାଟ୍ରିକ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୪ରେ ପରୀକ୍ଷା ଶେଷ ହେବ। ପ୍ରଥମ ଦିନ ମାତୃ ଭାଷା ସାହିତ୍ୟ ପରୀକ୍ଷା ରହିଛି। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ‌ଘୋଷଣା କରିଛନ୍ତି।  ଘୋଷଣା ସମୟରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ମଧ୍ୟ ଉପସ୍ଥିତ ଥିଲେ। ଏଥର ପରୀକ୍ଷାକୁ ନିର୍ଭୁଲ ଭାବେ କରାଯିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି […]

କଟକ: ଆଜି ମାଟ୍ରିକ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୪ରେ ପରୀକ୍ଷା ଶେଷ ହେବ। ପ୍ରଥମ ଦିନ ମାତୃ ଭାଷା ସାହିତ୍ୟ ପରୀକ୍ଷା ରହିଛି। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ‌ଘୋଷଣା କରିଛନ୍ତି।  ଘୋଷଣା ସମୟରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ମଧ୍ୟ ଉପସ୍ଥିତ ଥିଲେ। ଏଥର ପରୀକ୍ଷାକୁ ନିର୍ଭୁଲ ଭାବେ କରାଯିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ପରୀକ୍ଷା ତଦାରଖ ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି। ସବୁ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ ସିସିଟିଭି ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ ମୋଟ୍ ୩୧୩ଟି ନୋଡାଲ ସେଣ୍ଟର ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଫେବ୍ରୁଆରୀ ୨୦- ସାହିତ୍ୟ

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଫେବ୍ରୁଆରୀ ୨୩- ଇଂରାଜୀ

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଫେବ୍ରୁଆରୀ ୨୬- ଗଣିତ

ଫେବ୍ରୁଆରୀ ୨୮- ହିନ୍ଦୀ/ ସଂସ୍କୃତ

ମାର୍ଚ୍ଚ ୨- ସାଧାରଣ ବିଜ୍ଞାନ

ମାର୍ଚ୍ଚ ୪ – ସାମାଜିକ ବିଜ୍ଞାନ

ନିଜ ସ୍କୁଲରେ ହେବ ଭୋକେସନାଲ ପ୍ରାକ୍ଟିକାଲ ପରୀକ୍ଷା । ଜାନୁଆରୀ ୧୫ରୁ ୩୧ ମଧ୍ୟରେ ହବେ ଏହି ପ୍ରାକ୍ଟିକାଲ ପରୀକ୍ଷା । ପରେ ୧୫ ମାର୍ଚ୍ଚରୁ ଖାତାଦେଖା ଆରମ୍ଭ ହେବ। ୧୨ଦିନ ମଧ୍ୟରେ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ୫ ଲକ୍ଷ ୫ ହଜାର ୬୧୧ ପରୀକ୍ଷାର୍ଥୀ ଫର୍ମ  ପୂରଣ କରିଛନ୍ତି।

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର