କାଲି ସକାଳ ୧୦ଟାରେ ବାହାରିବ ମାଟ୍ରିକ ରେଜଲ୍ଟ : ୧୨ଟାରୁ ବୋର୍ଡ ୱେବସାଇଟରୁ ଛାତ୍ରଛାତ୍ରୀ ଜାଣିପାରିବେ ଫଳାଫଳ

The Sakala Picture
Published On

କଟକ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇବ । ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସଚିବ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ । ପ୍ରଥମେ ପରୀକ୍ଷା ପରିଚାଳନା କମିଟିର ଏକ ବୈଠକ ସକାଳ ୭ ଟା ୩୦ ମିନିଟରେ ଅନୁଷ୍ଠିତ ହୋଇ ପରୀକ୍ଷା ଫଳକୁ ଅନୁମୋଦନ କରାଯିବ । ଏହା ପରେ […]

କଟକ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇବ । ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସଚିବ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ । ପ୍ରଥମେ ପରୀକ୍ଷା ପରିଚାଳନା କମିଟିର ଏକ ବୈଠକ ସକାଳ ୭ ଟା ୩୦ ମିନିଟରେ ଅନୁଷ୍ଠିତ ହୋଇ ପରୀକ୍ଷା ଫଳକୁ ଅନୁମୋଦନ କରାଯିବ । ଏହା ପରେ ପୂର୍ବାହ୍ନ ୧୦ଟାରେ ରେଜଲ୍ଟ ପ୍ରକାଶ ପାଇବ ।

ଆହୁରି ପଢ଼ନ୍ତୁ: ଆନ୍ଦୋଳନରତ ଡାକ୍ତରଙ୍କୁ ବାଲେଶ୍ୱର ସିଡିଏମଓଙ୍କ ଅଲ୍ଟିମେଟମ: ୧୨ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ନଦେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଦିନ ୧୨ ଟା ଠାରୁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟରୁ ପରୀକ୍ଷା ଫଳ ଜାଣିପାରିବେ । ବୋର୍ଡର ଦୁଇଟି ୱେବସାଇଟ୍ (www.bseodisha.ac.in) ଏବଂ (bseodisha.nic.in)ରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ । ଏହାବ୍ୟତୀତ ଯେଉଁ ଅଞ୍ଚଳରେ ଇଣ୍ଟନନେଟ ସୁବିଧା ନଥିବ, ସମ୍ପୃକ୍ତ ଅଞ୍ଚଳର ଛାତ୍ରଛାତ୍ରୀମାନେ ଏସଏମଏସ ମାଧ୍ୟମରେ ନିଜର ପରୀକ୍ଷା ଫଳାଫଳ ବିଷୟରେ ଜାଣିପାରିବେ । ଏଥିନିମନ୍ତେ ମୋବାଇଲରୁ ଓଆର୧୦ ସହ ନିଜର ରୋଲ ନମ୍ବର ଲେଖି ୫୬୭୬୭୫୦କୁ ଏସଏମସ କଲେ ଫଳାଫଳ ଜାଣିହେବ । ପରୀକ୍ଷା ଫଳ ବାହାରିବା ପରେ କିଛି ଅସୁବିଧା ଥିଲେ କଣ୍ଟ୍ରୋଲ ରୁମ ନମ୍ବର ୦୬୭୧୨୪୧୫୪୬୦ ସହ ଛାତ୍ରଛାତ୍ରୀମାନେ ଯୋଗଯୋଗ କରିପାରିବେ ।  ସୂଚନା ଥାଉକି, ଚଳିତବର୍ଷ ମୋଟ ରାଜ୍ୟରେ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

17 May 2023 By The Sakala

କାଲି ସକାଳ ୧୦ଟାରେ ବାହାରିବ ମାଟ୍ରିକ ରେଜଲ୍ଟ : ୧୨ଟାରୁ ବୋର୍ଡ ୱେବସାଇଟରୁ ଛାତ୍ରଛାତ୍ରୀ ଜାଣିପାରିବେ ଫଳାଫଳ

କଟକ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇବ । ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସଚିବ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ । ପ୍ରଥମେ ପରୀକ୍ଷା ପରିଚାଳନା କମିଟିର ଏକ ବୈଠକ ସକାଳ ୭ ଟା ୩୦ ମିନିଟରେ ଅନୁଷ୍ଠିତ ହୋଇ ପରୀକ୍ଷା ଫଳକୁ ଅନୁମୋଦନ କରାଯିବ । ଏହା ପରେ ପୂର୍ବାହ୍ନ ୧୦ଟାରେ ରେଜଲ୍ଟ ପ୍ରକାଶ ପାଇବ ।

ଦିନ ୧୨ ଟା ଠାରୁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟରୁ ପରୀକ୍ଷା ଫଳ ଜାଣିପାରିବେ । ବୋର୍ଡର ଦୁଇଟି ୱେବସାଇଟ୍ (www.bseodisha.ac.in) ଏବଂ (bseodisha.nic.in)ରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ । ଏହାବ୍ୟତୀତ ଯେଉଁ ଅଞ୍ଚଳରେ ଇଣ୍ଟନନେଟ ସୁବିଧା ନଥିବ, ସମ୍ପୃକ୍ତ ଅଞ୍ଚଳର ଛାତ୍ରଛାତ୍ରୀମାନେ ଏସଏମଏସ ମାଧ୍ୟମରେ ନିଜର ପରୀକ୍ଷା ଫଳାଫଳ ବିଷୟରେ ଜାଣିପାରିବେ । ଏଥିନିମନ୍ତେ ମୋବାଇଲରୁ ଓଆର୧୦ ସହ ନିଜର ରୋଲ ନମ୍ବର ଲେଖି ୫୬୭୬୭୫୦କୁ ଏସଏମସ କଲେ ଫଳାଫଳ ଜାଣିହେବ । ପରୀକ୍ଷା ଫଳ ବାହାରିବା ପରେ କିଛି ଅସୁବିଧା ଥିଲେ କଣ୍ଟ୍ରୋଲ ରୁମ ନମ୍ବର ୦୬୭୧୨୪୧୫୪୬୦ ସହ ଛାତ୍ରଛାତ୍ରୀମାନେ ଯୋଗଯୋଗ କରିପାରିବେ ।  ସୂଚନା ଥାଉକି, ଚଳିତବର୍ଷ ମୋଟ ରାଜ୍ୟରେ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର