ଲଗାଣ ବର୍ଷାରେ ବେହାଲ ମାଲକାନଗିରି: ବୁଡ଼ିଲା ବିଭିନ୍ନ ପୋଲ, ଯାତାୟାତ ଠପ

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ବର୍ଷା ଯୋଗୁଁ ପୋଲ ବୁଡ଼ିଯାଇଛି। ଫଳରେ ଯାତାୟାତ ଠପ ହୋଇଛି। ଜିଲ୍ଲାରେ ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ କାଙ୍ଗୁରୁକୋଣ୍ଡା ପୋଲ ଉପରେ ଆଜି ସକାଳୁ ଜଳ ପ୍ରବାହିତ ହେଉଛି। ଫଳରେ ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହୋଇ ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି। ସେହିପରି କାଲିମେଳା ପଡିଆ ବ୍ଲକକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ଜଳ ପ୍ରବାହିତ […]

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ବର୍ଷା ଯୋଗୁଁ ପୋଲ ବୁଡ଼ିଯାଇଛି। ଫଳରେ ଯାତାୟାତ ଠପ ହୋଇଛି। ଜିଲ୍ଲାରେ ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ କାଙ୍ଗୁରୁକୋଣ୍ଡା ପୋଲ ଉପରେ ଆଜି ସକାଳୁ ଜଳ ପ୍ରବାହିତ ହେଉଛି। ଫଳରେ ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହୋଇ ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି। ସେହିପରି କାଲିମେଳା ପଡିଆ ବ୍ଲକକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ଜଳ ପ୍ରବାହିତ ଯୋଗୁଁ କାଲିମେଳାରୁ ପଡିଆ ବ୍ଲକକୁ ଯାତାୟାତ ବନ୍ଦ ହୋଇଛି। ଚଳିତ ବର୍ଷା ଋତୁରେ ପୂର୍ବରୁ ମଧ୍ୟ ଅନେକ ଥର ଏହି ପୋଲ ଗୁଡିକ ଜଳ ମଗ୍ନ ହୋଇଥିଲା । ତେବେ ଉଚ୍ଚ ପୋଲ ନିର୍ମାଣ ନ ହେବା ଯାଏଁ ଏପରି ସମସ୍ୟା ଲାଗି ରହିବ ବୋଲି ଲୋକେ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: SIR ପାଇଁ ସାମାନ୍ୟ ବିଳମ୍ବ ହୋଇପାରେ ପଞ୍ଚାୟତ ଓ ପୌର ନିର୍ବାଚନ, ଅକ୍ଟୋବରରୁ ଡୋର ଟୁ ଡୋର ସର୍ଭେ

03 Aug 2024 By The Sakala

ଲଗାଣ ବର୍ଷାରେ ବେହାଲ ମାଲକାନଗିରି: ବୁଡ଼ିଲା ବିଭିନ୍ନ ପୋଲ, ଯାତାୟାତ ଠପ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ବର୍ଷା ଯୋଗୁଁ ପୋଲ ବୁଡ଼ିଯାଇଛି। ଫଳରେ ଯାତାୟାତ ଠପ ହୋଇଛି। ଜିଲ୍ଲାରେ ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ କାଙ୍ଗୁରୁକୋଣ୍ଡା ପୋଲ ଉପରେ ଆଜି ସକାଳୁ ଜଳ ପ୍ରବାହିତ ହେଉଛି। ଫଳରେ ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହୋଇ ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି। ସେହିପରି କାଲିମେଳା ପଡିଆ ବ୍ଲକକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ଜଳ ପ୍ରବାହିତ ଯୋଗୁଁ କାଲିମେଳାରୁ ପଡିଆ ବ୍ଲକକୁ ଯାତାୟାତ ବନ୍ଦ ହୋଇଛି। ଚଳିତ ବର୍ଷା ଋତୁରେ ପୂର୍ବରୁ ମଧ୍ୟ ଅନେକ ଥର ଏହି ପୋଲ ଗୁଡିକ ଜଳ ମଗ୍ନ ହୋଇଥିଲା । ତେବେ ଉଚ୍ଚ ପୋଲ ନିର୍ମାଣ ନ ହେବା ଯାଏଁ ଏପରି ସମସ୍ୟା ଲାଗି ରହିବ ବୋଲି ଲୋକେ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର