ସରକାର ବଦଳିବା ପରେ ବଦଳିଲା ଚିତ୍ର: ମାଲକାନଗିରିରେ କଳଙ୍କି ଖାଉଛି ୬ ଏସି ଲକ୍ଷ୍ମୀବସ୍‌

The Sakala Picture
Published On

ମାଲକାନଗିରି: ଗାଁରୁ ବ୍ଲକ୍‌ ଓ ଜିଲ୍ଲା ମୁଖ୍ୟାଳୟକୁ ଯାତାୟାତ ସୁବିଧା ପାଇଁ ପୂର୍ବ ରାଜ୍ୟ ସରକାର ‘ଲକ୍ଷ୍ମୀ’ ବସ୍‌ ସେବା ଭଳି ଏକ ଯୁଗାନ୍ତକାରୀ ଯୋଜନା ଆରମ୍ଭ କରିଥିଲେ। ବିଭିନ୍ନ ଗ୍ରାମରୁ ବ୍ଲକ୍‌ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟକୁ ଯିବା ଆସିବାରେ ଲୋକଙ୍କ ଅସୁବିଧାକୁ ଉପଲବ୍ଧି କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଏକ ମହତ୍ତ୍ବାକାଂକ୍ଷୀ ପଦକ୍ଷେପ ନେଇଥିଲେ। ଏଥିରୁ ପ୍ରତିଦିନ ହଜାର ହଜାର ଲୋକ ଉପକୃତ ହେଉଥିଲେ। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକ ପାଇଁ […]

ମାଲକାନଗିରି: ଗାଁରୁ ବ୍ଲକ୍‌ ଓ ଜିଲ୍ଲା ମୁଖ୍ୟାଳୟକୁ ଯାତାୟାତ ସୁବିଧା ପାଇଁ ପୂର୍ବ ରାଜ୍ୟ ସରକାର ‘ଲକ୍ଷ୍ମୀ’ ବସ୍‌ ସେବା ଭଳି ଏକ ଯୁଗାନ୍ତକାରୀ ଯୋଜନା ଆରମ୍ଭ କରିଥିଲେ। ବିଭିନ୍ନ ଗ୍ରାମରୁ ବ୍ଲକ୍‌ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟକୁ ଯିବା ଆସିବାରେ ଲୋକଙ୍କ ଅସୁବିଧାକୁ ଉପଲବ୍ଧି କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଏକ ମହତ୍ତ୍ବାକାଂକ୍ଷୀ ପଦକ୍ଷେପ ନେଇଥିଲେ। ଏଥିରୁ ପ୍ରତିଦିନ ହଜାର ହଜାର ଲୋକ ଉପକୃତ ହେଉଥିଲେ। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକ ପାଇଁ ଏହି ଯୋଜନା ଏକ ବରଦାନ ପାଲଟିଥିଲା। କିନ୍ତୁ ନୂଆ ସରକାର ଆସିବା ପରେ ଏହି ଯୋଜନାର ଭାଗ୍ୟ ବଦଳି ଯାଇଛି। ପ୍ରଥମେ ଯୋଜନାର ନାଁ ପରିବର୍ତ୍ତନ କରି ‘ମୁଖ୍ୟମନ୍ତ୍ରୀ ବସ୍‌ ସେବା’ ଯୋଜନା କରାଯିବା ପରେ ଧୀରେ ଧୀରେ ବସ୍‌ଗୁଡ଼ିକୁ ଅଘୋଷିତ ଭାବେ ବନ୍ଦ କରି ଦିଆଯାଉଛି। ବିନା ସୂଚନାରେ ମାଲକାନଗିରି ଜିଲ୍ଲା‌‌‌ରେ ଚଳାଚଳ କରୁଥିବା ୬ଟି ଅତ୍ୟାଧୁନିକ ଏସି ଲକ୍ଷ୍ମୀ ବସ୍‌କୁ ବନ୍ଦ କରି ଦିଆଯାଇଛି। ଫଳରେ କୋଟି କୋଟି ଟଙ୍କାର ଏହି ବସ୍‌ ଏବେ ପଡ଼ି ପଡ଼ି ଖତ ଖାଉଛି। ଅନ୍ୟପଟେ ଜିଲ୍ଲାବାସୀ ଏହି ସେବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଘୋର୍‌ ଅସନ୍ତୋଷ ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

୨୦୨୩ ଅକ୍ଟୋବର ୧୨ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାରେ ୪୦ଟି ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କରିଥିଲେ। ସେଥିମଧ୍ୟରୁ ୬ଟି ଅତ୍ୟାଧୁନିକ ଏସି ବସ୍‌ ଦୈନିକ ବିଭିନ୍ନ ବ୍ଲକ୍‌ରୁ ଯାତ୍ରୀ ନେଇ ଜିଲ୍ଲା ସଦର ମହାକୁମାକୁ ଚଳାଚଳ କରି ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ସେବା ଯୋଗାଇ ଆସୁଥିଲା। ବିଶେଷକରି, ମହିଳା ଓ କଲେଜ ଛାତ୍ରଛାତ୍ରୀ ମାତ୍ର ୧୦ ଟଙ୍କାରେ ଏହି ବସ୍‌ରେ ଯାତାୟାତ କରୁଥିଲେ। କିନ୍ତୁ କିଛି ମାସ ବସ୍‌ ଚାଲିବା ପରେ ବର୍ତ୍ତମାନ ଅନେକ ଦିନ ହେଲା ଏସି ବସ୍‌ ବନ୍ଦ ହୋଇ ପଡ଼ିରହିଛି। ଜିଲ୍ଲାର କାଲିମେଳା, ପଡ଼ିଆ, ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି, କୋରକୁଣ୍ଡା ୬ଟି ବ୍ଲକ୍‌ ସଦରରୁ ମାଲକାନଗିରି ଜିଲ୍ଲା ସଦର ମହାକୁମାକୁ ଏହି ବସ୍‌ଗୁଡ଼ିକ ନିୟମିତ ଭାବେ ଚଲାଚଳ କରୁଥିବା ବେଳେ ବର୍ତ୍ତମାନ ଏହା ଖତ ଖାଉଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ଏ ସମ୍ପର୍କରେ ମାଲକାନଗିରି ଜିଲ୍ଲା ପରିବହନ ପରିଚାଳକ (ଡିଟିଏମ୍‌) ଗୁରୁଦତ୍ତ ଦୋରାଙ୍କୁ ପଚାରିବାରୁ ସେ କହିଥିଲେ, ଜିଲ୍ଲାରେ ପୂର୍ବପରି ବିଭିନ୍ନ ଗ୍ରାମାଞ୍ଚଳକୁ ଗ୍ରାମାଞ୍ଚଳ ପରିବହନ ସେବାରେ ବସ୍‌ଗୁଡ଼ିକ ଚଳାଚଳ କରୁଛି। କେବଳ ବ୍ଲକରୁ ଜିଲ୍ଲା ସଦରକୁ ଚଳାଚଳ କରୁଥିବା ଏସି ବସ୍‌ଗୁଡ଼ିକ ବନ୍ଦ ରହିଛି। ଏହାର ପର୍‌ମିଟ ବାତିଲ ହେବାରୁ ଏହି ସେବା ବନ୍ଦ ଅଛି। ପରବର୍ତ୍ତୀ ସମୟରେ ସରକାରଙ୍କ ନିର୍ଦ୍ଦେଶ ଆସିଲେ, ଉକ୍ତ ବସ୍‌ଗୁଡ଼ିକ ପୁନଃ ଳଚଳାଚଳ ଆରମ୍ଭ ହୋଇପାରେ ବୋଲି ଡିଟିଏମ୍‌ ଶ୍ରୀ ଦୋରା କହିଛନ୍ତି। ତେବେ ଏହି ବସ୍‌ ସେବା ପୁନର୍ବାର ଆରମ୍ଭ ହେଲେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାବାସୀ ଓ ଶତାଧିକ ଛାତ୍ରଛାତ୍ରୀ ତଥା ମହିଳାମାନେ ବିଶେଷ ଉପକୃତ ହୋଇପାରନ୍ତେ। ଏଣୁ ବନ୍ଦ ହୋଇପଡ଼ିଥିବା ଏସି ବସ୍‌ ପୁନର୍ବାର ଚଳାଚଳ କରି ଅଞ୍ଚଳବାସୀଙ୍କୁ ସେବା ଯୋଗାଇବା ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ଜିଲ୍ଲାବାସୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର