ସ୍ୱାଭିମାନ ଅଞ୍ଚଳରେ ଖଚରରେ ବୁଲି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ ପଞ୍ଚାୟତ ରାଜ ଉପସଚିବ

The Sakala Picture
Published On

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକକୁ ପ୍ରଶାସନିକ ସେବା ପଞ୍ଚାୟତରାଜ ଉପସଚିବ ତ୍ରିଲୋଚନ ମହାନ୍ତି ଗସ୍ତ କରିଥିବା ବେଳେ ତାଙ୍କ ସହିତ ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ବାଳମୁକୁନ୍ଦ ଭୂୟାଁ, ଚିତ୍ରକୋଣ୍ଡା ବିଡିଓ ରାହୁଲ ମଣ୍ଡଳ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ଵିବେଦୀଙ୍କ ସମେତ ବହୁ ଅଧିକାରୀ ସାମିଲ ଥିଲେ । ଚିତ୍ରକୋଣ୍ଡା ନିକଟସ୍ଥ ରାଜଲକୋଣ୍ଡା ଫାର୍ମରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ । ଏହି […]

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକକୁ ପ୍ରଶାସନିକ ସେବା ପଞ୍ଚାୟତରାଜ ଉପସଚିବ ତ୍ରିଲୋଚନ ମହାନ୍ତି ଗସ୍ତ କରିଥିବା ବେଳେ ତାଙ୍କ ସହିତ ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ବାଳମୁକୁନ୍ଦ ଭୂୟାଁ, ଚିତ୍ରକୋଣ୍ଡା ବିଡିଓ ରାହୁଲ ମଣ୍ଡଳ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ଵିବେଦୀଙ୍କ ସମେତ ବହୁ ଅଧିକାରୀ ସାମିଲ ଥିଲେ । ଚିତ୍ରକୋଣ୍ଡା ନିକଟସ୍ଥ ରାଜଲକୋଣ୍ଡା ଫାର୍ମରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ । ଏହି ସମୟରେ ସ୍ୱାଭିମାନ ଅଞ୍ଚଳର ଦୁର୍ଗମ ଅଞ୍ଚଳରେ ବହୁ ପାଦ ଚଲା ରାସ୍ତା ଓ ପାହାଡିଆ ରାସ୍ତା ଥିବାରୁ ଖଚରରେ ବସି ବିଭିନ୍ନ କାର୍ଯ୍ୟକୁ ଅଧିକାରୀ ଓ ସଚିବ ବୁଲି ଦେଖିଥିଲେ। ବିଭିନ୍ନ ଆବାସ ଗୃହ ଦେଖିଥିଲେ । ତେବେ ସ୍ବାଭିମାନ ଅଞ୍ଚଳର କିଛି ଗ୍ରାମକୁ ପକ୍କା ସଡକ ନିର୍ମାଣ କରା ଯାଇ ନ ଥିବା ବେଳେ ସେହି ଗ୍ରାମ ଗୁଡିକୁ ସଚିବ ଏହି ଖଚରରେ ବସି ଗସ୍ତ କରିଥିଲେ । ସଚିବ ଓ ଅଧିକାରୀଙ୍କୁ ଏଭଳି ଖଚରରେ ଆସି ଲୋକଙ୍କ ନିକଟରେ ପହଞ୍ଚିଥିବାରୁ ଅଞ୍ଚଳବାସୀ ବେଶ ଖୁସି ବ୍ୟକ୍ତ କରିବା ସହ ନିଜ ଅଞ୍ଚଳର ସମସ୍ଯା ଜଣାଇଥିଲେ।

30 Nov 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର