ମେକ୍‍ ଇନ୍‍ ଓଡ଼ିଶା ଅବଗଣନା ଆରମ୍ଭ: ନିବେଶକଙ୍କୁ ସ୍ୱାଗତ ପାଇଁ ରାଜ୍ୟ ପ୍ରସ୍ତୁତ

The Sakala Picture
Published On

ଭୁବନେଶ୍ୱର: ପ୍ରାକୃତିକ ସମ୍ପଦ, ସୁଦୀର୍ଘ ବେଳାଭୂମି , ରାଜନୈତିକ ଇଚ୍ଛା ଶକ୍ତି ଏବଂ ସ୍ଥିର ପ୍ରଶାସନ ରାଜ୍ୟ ପାଇଁ ଆଗାମୀ ଦିନରେ ବିରାଟ ପୁଞ୍ଜିନିବେଶର ସୁଯୋଗ ଆଣିବ। ଚଳିତ ମାସ ୩୦ତାରିଖରୁ ରାଜଧାନୀ ଭୁବନେଶ୍ୱର ଠାରେ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ଆରମ୍ଭ ହେବାକୁ ଯାଉଛି। ଏହା ଆସନ୍ତା ଡିସେମ୍ବର ୪ ତାରିଖ ଯାଏଁ ଚାଲିବ। ଦେଶର ବିଭିନ୍ନ ପୁଞ୍ଜିନିବେଶକାରୀ ସଂସ୍ଥା ସହ ପ୍ରାୟ ୧୦ଟି ଦେଶର ପ୍ରତିନିଧି ଏଥିରେ ଅଂଶଗ୍ରହଣ ପାଇଁ ସମ୍ମତି ଦେଇସାରିଲେଣି। କୌଣସି […]

ଭୁବନେଶ୍ୱର: ପ୍ରାକୃତିକ ସମ୍ପଦ, ସୁଦୀର୍ଘ ବେଳାଭୂମି , ରାଜନୈତିକ ଇଚ୍ଛା ଶକ୍ତି ଏବଂ ସ୍ଥିର ପ୍ରଶାସନ ରାଜ୍ୟ ପାଇଁ ଆଗାମୀ ଦିନରେ ବିରାଟ ପୁଞ୍ଜିନିବେଶର ସୁଯୋଗ ଆଣିବ। ଚଳିତ ମାସ ୩୦ତାରିଖରୁ ରାଜଧାନୀ ଭୁବନେଶ୍ୱର ଠାରେ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ଆରମ୍ଭ ହେବାକୁ ଯାଉଛି। ଏହା ଆସନ୍ତା ଡିସେମ୍ବର ୪ ତାରିଖ ଯାଏଁ ଚାଲିବ। ଦେଶର ବିଭିନ୍ନ ପୁଞ୍ଜିନିବେଶକାରୀ ସଂସ୍ଥା ସହ ପ୍ରାୟ ୧୦ଟି ଦେଶର ପ୍ରତିନିଧି ଏଥିରେ ଅଂଶଗ୍ରହଣ ପାଇଁ ସମ୍ମତି ଦେଇସାରିଲେଣି। କୌଣସି ପ୍ରକାର ପୁଞ୍ଜିନିବେଶ ଯେପରି ଅସୁବିଧା ନ ହୁଏ, ସେଥି ପ୍ରତି ରାଜ୍ୟ ସରକାର ବିଶେଷ ଯତ୍ମବାନ ହୋଇଛନ୍ତି। ଦୁଇଦିନ ପୂର୍ବରୁ ରାଜ୍ୟ କ୍ୟାବିନେଟ୍‍ରେ ନୂତନ ବନ୍ଦର ନୀତି ଅନୁମୋଦନ ହୋଇଛି। ଏହାର ଗୋଟିଏ ଦିନ ପରେ ସରକାରଙ୍କ ପକ୍ଷରୁ ନୂଆ ବନ୍ଦର ନୀତି ଗେଜେଟ୍‍ ବିଜ୍ଞପ୍ତି ଭାବେ ପ୍ରକାଶ ପାଇଛି। ସୁଦୀର୍ଘ ବେଳାଭୂମିର ସାମୁଦ୍ରିକ ପଥ ସହ କେନ୍ଦ୍ରାପଡ଼ାର ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର କାର୍ଯ୍ୟ ମଧ୍ୟ ଜାରି ରହିଛି। କଞ୍ଚାମାଲ ହେଉ କିମ୍ବା ଶିଳ୍ପ ପ୍ରକ୍ରିୟାରେ ବାହାରି ଥିବା ଶେଷ ଦ୍ରବ୍ୟ, ଏହାର ପରିବହନରେ ଯେପରି କୌଣସି ସମସ୍ୟା ନ ହୁଏ, ସେଥିପ୍ରତି ସରକାର ଦୃଷ୍ଟି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜନତା ମଇଦାନରେ ପ୍ରସ୍ତୁତ ହେଉଥିବା ପ୍ୟାଭିଲିୟନ କାମ ଧାର୍ଯ୍ୟ ସମୟରେ କେତେ ପରିମାଣରେ ଶେଷ ହୋଇଛି ତାହା ଅନୁଧ୍ୟାନ କରିଛନ୍ତି। ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ପ୍ରମୁଖ ସଚିବ ହେମନ୍ତ ଶର୍ମା, ପୁଲିସ୍‍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଖୋର୍ଦ୍ଧା ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରମୁଖଙ୍କୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିଡ଼ିଏ, ବିଏମସି, ଟିପିସିଓଡିଏଲ୍‍, ୱାଟକୋ, ଇଡକୋ, ସ୍ୱାସ୍ଥ୍ୟ, ଅଗ୍ମିଶମ୍‍ ଏବଂ ପୂର୍ତ୍ତ ବିଭାଗର ପ୍ରତିନିଧିମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

କରୋନା ପରେ ଏବଂ ଆର୍ନ୍ତଜାତିକ ବଜାର ସ୍ଥିତିକୁ ଉପଲବ୍ଧ କରି ରାଜ୍ୟ ସରକାର ନୂତନ ଶିଳ୍ପନୀତି ମଧ୍ୟ ପ୍ରତିଷ୍ଠା କରାଯାଇଛି। ପୂର୍ବରୁ ରାଜ୍ୟ ସରକାର ନୂଆ ଶିଳ୍ପ ନୀତି ୨୦୧୫ରେ ପ୍ରକାଶ କରିଥିଲେ। ଚଳିତ ଥର ନୂଆ ଶିଳ୍ପନୀତି -୨୦୨୨କୁ ଲୋକାର୍ପିତ କରାଯିବ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଶିଳ୍ପାୟନ କରିଡରରୁ ମଧ୍ୟ ଓଡ଼ିଶା ବାଦ୍‍ ପଡିଥିଲା। ତେଣୁ ରାଜ୍ୟ ସରକାର ନିଜସ୍ୱ ପ୍ରଚେଷ୍ଠାରେ ଏକାଧିକ ଆର୍ଥିକ କରିଡର ସମ୍ପର୍କରେ ବିଚାର କରୁଛନ୍ତି। ଏହି କରିଡର ଯୋଜନା ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ପାଇଁ ଜମି ମହଜୁଦୀକରଣ(ଲ୍ୟାଣ୍ଡ ବ୍ୟାଙ୍କ)ର କାର୍ଯ୍ୟ କରିବ ବୋଲି କୁହାଯାଇଛି। ଏଥିସହ ଜମି ଅଧିଗ୍ରହଣ(ଲ୍ୟାଣ୍ଡ ପୁଲିଂ) ବ୍ୟବସ୍ଥା ମଧ୍ୟ ପ୍ରଚଳନ ହେବ। ବିଶେଷ କରି ଘରୋଇ ଜମି ମାଲିକଙ୍କ ଜମିକୁ ଇଡକୋ ଆଣି ତାକୁ ଶିଳ୍ପାଞ୍ଚଳ ଭାବେ ବିକଶିତ କରିବ। ଏହି ଜମିରେ ଉଭୟ ଇଡ଼କୋ ଓ ସମ୍ପୃକ୍ତ ଜମି ମାଲିକଙ୍କର ଲିଜ୍‍ ଅଧିକାର ରହିବ ରାଜ୍ୟର ବହୁ ଅଞ୍ଚଳରେ ଶିଳ୍ପକୁ ଏକକ ସରଳ ରେଖାରେ ଯୋଡାଯିବା ନେଇ ଯୋଜନା କରାଯାଇଛି। ଗୋଟିଏ ଆର୍ଥିକ କରିଡର ଦ୍ୱାରା ରାଜଧାନୀ ନିକଟସ୍ଥ ଖୋର୍ଦ୍ଧା ଶିଳ୍ପାଞ୍ଚଳ-ଝାରସୁଗୁଡ଼ା ମଧ୍ୟରେ ନିର୍ମାଣ ହେବ। ଏହା କଟକ, ଅନୁଗୁଳ, ସମ୍ୱଲପୁର ଦେଇ ଅତିକ୍ରମ କରିବ। ପୂର୍ବାଞ୍ଚଳରେ ଥିବା ବେଳାଭୂମି ଭିତ୍ତିକ ଅର୍ଥନୈତିକ କରିଡର ଉପକୂଳର ଶିଳ୍ପ ସମୃଦ୍ଧ ଅଞ୍ଚଳକୁ ଏକକ ସରଳରେଖାରେ ଯୋଡିବ। ଗୋପାଳପୁର-ଭୁବନେଶ୍ୱର-କଳିଙ୍ଗନଗର ଏବଂ ପାରାଦୀପ-କେନ୍ଦ୍ରାପଡ଼ା-ଧାମରା-ସୁବର୍ଣ୍ଣରେଖା କରିଡ଼ର ନିର୍ମାଣ ହେବ। ଷ୍ଟାର୍ଟଅପ୍‍, ଏମଏସଏମଇ ପାଇଁ ଏକ ସୁସ୍ଥ ବାତାବରଣ ପ୍ରସ୍ତୁତ ଓ ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହି ଶିଳ୍ପନୀତିରେ ନିୟମରେ ପରିବର୍ତ୍ତନ କରାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର