ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଆସନ୍ତା ୧୬ରୁ ବର୍ଷା ସମ୍ଭାବନା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ମୌସୁମୀ ସ୍ଥିତି ଜାରି ରହିଛି। ଯଦିଓ କିଛି ସ୍ଥାନରେ କାଁ ଭାଁ ବର୍ଷା ହେଉଛି, ହେଲେ ଏହାଦ୍ୱାରା ଚାଷ ପାଇଁ ପାଣି ସମସ୍ୟା ଦୂର ହୋଇପାରୁ ନାହିଁ। ଏହା ବ୍ୟତୀତ ବର୍ଷା ନ ହେବା କାରଣରୁ ରାଜ୍ୟରେ ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି। ତେବେ ଏହି ସ୍ଥିତି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆକଳନ କରାଯାଉଥିବା ବେଳେ ଆସନ୍ତା ୧୬ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର […]

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ମୌସୁମୀ ସ୍ଥିତି ଜାରି ରହିଛି। ଯଦିଓ କିଛି ସ୍ଥାନରେ କାଁ ଭାଁ ବର୍ଷା ହେଉଛି, ହେଲେ ଏହାଦ୍ୱାରା ଚାଷ ପାଇଁ ପାଣି ସମସ୍ୟା ଦୂର ହୋଇପାରୁ ନାହିଁ। ଏହା ବ୍ୟତୀତ ବର୍ଷା ନ ହେବା କାରଣରୁ ରାଜ୍ୟରେ ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି। ତେବେ ଏହି ସ୍ଥିତି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆକଳନ କରାଯାଉଥିବା ବେଳେ ଆସନ୍ତା ୧୬ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଆଜି ବାହୁଡ଼ିବେ ମହାବାହୁ: ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ଣ ୪ଟାରେ ରଥଟଣା

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ଆସନ୍ତା ୧୪ ତାରିଖରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ୧୬ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେଇପାରେ। ତେବେ ଏହି ଲଘୁଚାପ ସମ୍ପର୍କରେ ବିଭିନ୍ନ ମଡେଲ ଭିନ୍ନ ମତ ଦେଉଛନ୍ତି। କିିଛି ମଡେଲ୍‍ର ଅନୁସାରେ ଏହା ୧୬ ବେଳକୁ ଅସଙ୍ଗଠିତ ହେବ ଏବଂ ଏହା ପୁରୀରୁ ଗୋପାଳପୁର ଭିତରେ ଅବସ୍ଥିତ ରହିବ। ସେହିପରି ଅନ୍ୟ ମଡେଲ୍‍ ଅନୁସାରେ ଏହା ୧୬ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ବିଶାଖା ପାଟଣା ନିକଟ ଉପକୂଳ ଦେଇ ଆନ୍ଧ୍ର ଓ ତେଲେଙ୍ଗାନା ଆଡ଼କୁ ଗତି କରିବ।

ଆହୁରି ପଢ଼ନ୍ତୁ: ଟିଟିଲାଗଡ଼ ନିକଟରେ କୋଇଲା ବୋଝେଇ ମାଲଗାଡ଼ି ଲାଇନଚ୍ୟୁତ, ରେଳ ଚଳାଚଳ ପ୍ରଭାବିତ

ବିଭିନ୍ନ ମଡେଲକୁ ବିଶ୍ଳେଷଣ କରି ପ୍ରଫେସର ପଶୁପାଳକ କହିଛନ୍ତି ଯେ ଏହା ମଧ୍ୟବାୟୁମଣ୍ଡଳରେ ଦକ୍ଷିଣ ଆଡ଼କୁ ଢଳି ରହିବ। ଏଣୁ ଲଘୁଚାପଟି ଆନ୍ଧ୍ର ଉପକୂଳ ସ୍ପର୍ଷରକଲେ ଓଡ଼ିଶାରେ କମ୍‍ ବର୍ଷା ହେବା ବେଳେ ଆନ୍ଧ୍ରରେ ପ୍ରବଳ ବର୍ଷା କରାଇବ। ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ବିଶେଷ କରି ଅବିଭକ୍ତ କୋରାପୁଟରେ ଅପେକ୍ଷାକୃତ ଅଧିକ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରକୁ ବାହୁଡ଼ିଲେ ମହାପ୍ରଭୁ: ରତ୍ନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ଆଜିଠୁ ମିଳିବ ନୀଳାଚଳ ଅବଢା

ଏହାର ଦ୍ୱିତୀୟ ଦୃଶ୍ୟପଟ ଅନୁଯାୟୀ ଯଦି ଲଘୁଚାପଟି ଦକ୍ଷିଣ ଓଡ଼ିଶା ଉପକୂଳ ସ୍ପର୍ଶ କରେ ତେବେ ଏହା ବିଶେଷ ଘନୀଭୂତ ହୋଇପାରିବ ନାହିଁ। ତଥାପି ଉକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ଏହା ଦ୍ୱାରା ଅନେକ ସ୍ଥାନରେ ଧାନ ଋଆ ବେଉଷା ଆଗେଇବ। କିନ୍ତୁ ନିଅଣ୍ଟିଆ ବର୍ଷା ଭରଣା ହେବାର ସମ୍ଭାବନା କମ୍‍ ରହିଛି। ଲଘୁଚାପ ବର୍ଷା ପୂର୍ବରୁ ରାଜ୍ୟରେ ପଶ୍ଚିମା ବାୟୁ ସହିତ ଗରମ ରହୁଥିବାରୁ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବର୍ଷା ଚାଲୁ ରହିବ। ବିଶେଷ କରି ୧୩ରୁ ୧୫ ମଧ୍ୟରେ ଆର୍ଦ୍ର ସାମୁଦ୍ରୁିକ ପବନ ବହିବା ହେତୁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଧିକ ରହିଛି। ଆସନ୍ତ ଦୁଇ ଦିନ ଭିତରେ ସମ୍ଭାବ୍ୟ ଲଘୁଚାପର ରୂପରେଖ ବିଶେଷ ଅଧିକ ସଠିକ୍‍ କହିହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ଏହାକୁ ମୌସୁମୀ ବିରତି କୁହାଯାଉଛି। ମୌସୁମୀ ବିରତି ଯୋଗୁ ପାଗ ଆଂଶିକ ମେଘୁଆ ରହୁଛି। ଏହାସହିତ ଖରା ବଢିବା କାରଣରୁ ତାପମାତ୍ରା ବୃଦ୍ଧି ହେଉଛି। ଆର୍ଦ୍ରତା ମଧ୍ୟ ଅଧିକ ରହୁଛି। ଯାହାଦ୍ୱାରା ଗୁଳୁଗୁଳି ବଢିଛି । ଏହି ସ୍ଥିତି ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଆକଳନ କରାଯାଉଥିବା ବେଳେ ରବିବାର ରାଜ୍ୟର ୩ ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ବେଳେ ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର କୋରାପୁଟ, ମଲାକାନଗିରି, ବରଗଡ଼଼, ନବରଙ୍ଗପୁର, ସମ୍ବଲପୁର, ସୁନ୍ଦରଗଡ଼଼, ଝାରସଗୁଡ଼ା, ଦେବଗଡ଼଼, କେନ୍ଦୁଝର ଓ ମୟୂରଭଞ୍ଜରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି।

09 Aug 2021 By The Sakala

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଆସନ୍ତା ୧୬ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ମୌସୁମୀ ସ୍ଥିତି ଜାରି ରହିଛି। ଯଦିଓ କିଛି ସ୍ଥାନରେ କାଁ ଭାଁ ବର୍ଷା ହେଉଛି, ହେଲେ ଏହାଦ୍ୱାରା ଚାଷ ପାଇଁ ପାଣି ସମସ୍ୟା ଦୂର ହୋଇପାରୁ ନାହିଁ। ଏହା ବ୍ୟତୀତ ବର୍ଷା ନ ହେବା କାରଣରୁ ରାଜ୍ୟରେ ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି। ତେବେ ଏହି ସ୍ଥିତି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆକଳନ କରାଯାଉଥିବା ବେଳେ ଆସନ୍ତା ୧୬ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ଆସନ୍ତା ୧୪ ତାରିଖରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ୧୬ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେଇପାରେ। ତେବେ ଏହି ଲଘୁଚାପ ସମ୍ପର୍କରେ ବିଭିନ୍ନ ମଡେଲ ଭିନ୍ନ ମତ ଦେଉଛନ୍ତି। କିିଛି ମଡେଲ୍‍ର ଅନୁସାରେ ଏହା ୧୬ ବେଳକୁ ଅସଙ୍ଗଠିତ ହେବ ଏବଂ ଏହା ପୁରୀରୁ ଗୋପାଳପୁର ଭିତରେ ଅବସ୍ଥିତ ରହିବ। ସେହିପରି ଅନ୍ୟ ମଡେଲ୍‍ ଅନୁସାରେ ଏହା ୧୬ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ବିଶାଖା ପାଟଣା ନିକଟ ଉପକୂଳ ଦେଇ ଆନ୍ଧ୍ର ଓ ତେଲେଙ୍ଗାନା ଆଡ଼କୁ ଗତି କରିବ।

ବିଭିନ୍ନ ମଡେଲକୁ ବିଶ୍ଳେଷଣ କରି ପ୍ରଫେସର ପଶୁପାଳକ କହିଛନ୍ତି ଯେ ଏହା ମଧ୍ୟବାୟୁମଣ୍ଡଳରେ ଦକ୍ଷିଣ ଆଡ଼କୁ ଢଳି ରହିବ। ଏଣୁ ଲଘୁଚାପଟି ଆନ୍ଧ୍ର ଉପକୂଳ ସ୍ପର୍ଷରକଲେ ଓଡ଼ିଶାରେ କମ୍‍ ବର୍ଷା ହେବା ବେଳେ ଆନ୍ଧ୍ରରେ ପ୍ରବଳ ବର୍ଷା କରାଇବ। ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ବିଶେଷ କରି ଅବିଭକ୍ତ କୋରାପୁଟରେ ଅପେକ୍ଷାକୃତ ଅଧିକ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବ।

ଏହାର ଦ୍ୱିତୀୟ ଦୃଶ୍ୟପଟ ଅନୁଯାୟୀ ଯଦି ଲଘୁଚାପଟି ଦକ୍ଷିଣ ଓଡ଼ିଶା ଉପକୂଳ ସ୍ପର୍ଶ କରେ ତେବେ ଏହା ବିଶେଷ ଘନୀଭୂତ ହୋଇପାରିବ ନାହିଁ। ତଥାପି ଉକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ଏହା ଦ୍ୱାରା ଅନେକ ସ୍ଥାନରେ ଧାନ ଋଆ ବେଉଷା ଆଗେଇବ। କିନ୍ତୁ ନିଅଣ୍ଟିଆ ବର୍ଷା ଭରଣା ହେବାର ସମ୍ଭାବନା କମ୍‍ ରହିଛି। ଲଘୁଚାପ ବର୍ଷା ପୂର୍ବରୁ ରାଜ୍ୟରେ ପଶ୍ଚିମା ବାୟୁ ସହିତ ଗରମ ରହୁଥିବାରୁ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବର୍ଷା ଚାଲୁ ରହିବ। ବିଶେଷ କରି ୧୩ରୁ ୧୫ ମଧ୍ୟରେ ଆର୍ଦ୍ର ସାମୁଦ୍ରୁିକ ପବନ ବହିବା ହେତୁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଧିକ ରହିଛି। ଆସନ୍ତ ଦୁଇ ଦିନ ଭିତରେ ସମ୍ଭାବ୍ୟ ଲଘୁଚାପର ରୂପରେଖ ବିଶେଷ ଅଧିକ ସଠିକ୍‍ କହିହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ଏହାକୁ ମୌସୁମୀ ବିରତି କୁହାଯାଉଛି। ମୌସୁମୀ ବିରତି ଯୋଗୁ ପାଗ ଆଂଶିକ ମେଘୁଆ ରହୁଛି। ଏହାସହିତ ଖରା ବଢିବା କାରଣରୁ ତାପମାତ୍ରା ବୃଦ୍ଧି ହେଉଛି। ଆର୍ଦ୍ରତା ମଧ୍ୟ ଅଧିକ ରହୁଛି। ଯାହାଦ୍ୱାରା ଗୁଳୁଗୁଳି ବଢିଛି । ଏହି ସ୍ଥିତି ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଆକଳନ କରାଯାଉଥିବା ବେଳେ ରବିବାର ରାଜ୍ୟର ୩ ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ବେଳେ ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର କୋରାପୁଟ, ମଲାକାନଗିରି, ବରଗଡ଼଼, ନବରଙ୍ଗପୁର, ସମ୍ବଲପୁର, ସୁନ୍ଦରଗଡ଼଼, ଝାରସଗୁଡ଼ା, ଦେବଗଡ଼଼, କେନ୍ଦୁଝର ଓ ମୟୂରଭଞ୍ଜରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର