ତିନି ଦିନ ବନ୍ଦ ପରେ ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ସିଂହଦ୍ବାର, ନୂଆବର୍ଷରେ କାଳିଆ ଦର୍ଶନ ପାଇଁ ପ୍ରବଳ ଭିଡ

The Sakala Picture
Published On

ପୁରୀ : ନୂଆ ବର୍ଷ କଟକଣା ଯୋଗୁଁ ଭକ୍ତଙ୍କ ପାଇଁ ୩ ଦିନ ହେଲା ବନ୍ଦ ରହିଥିବା ଶ୍ରୀମନ୍ଦିର ଆଜିଠୁ ଖୋଲିଛି। ୩ ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ଦର୍ଶନ । ନୂଆ ବର୍ଷର ପ୍ରଥମ ଦୁଇ ଦିନ ନହେଲା ନାହିଁ ଆଜିଠୁ ଅର୍ଥାତ ନୂଆ ବର୍ଷର ତୃତୀୟ ଦିନରୁ ଜଗାର ଦର୍ଶନ ପାଇଁ ପୁରୀ ଧାଇଁଛନ୍ତି ବହୁ ଶ୍ରଦ୍ଧାଳୁ। କାଳିଆ ଠାକୁରଙ୍କ ଦର୍ଶନ ପାଇଁ ବ୍ୟାକୁଳ ଥିବା ଭକ୍ତ ଭୋରରୁ ବଡଦାଣ୍ଡରେ […]

ପୁରୀ : ନୂଆ ବର୍ଷ କଟକଣା ଯୋଗୁଁ ଭକ୍ତଙ୍କ ପାଇଁ ୩ ଦିନ ହେଲା ବନ୍ଦ ରହିଥିବା ଶ୍ରୀମନ୍ଦିର ଆଜିଠୁ ଖୋଲିଛି। ୩ ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ଦର୍ଶନ । ନୂଆ ବର୍ଷର ପ୍ରଥମ ଦୁଇ ଦିନ ନହେଲା ନାହିଁ ଆଜିଠୁ ଅର୍ଥାତ ନୂଆ ବର୍ଷର ତୃତୀୟ ଦିନରୁ ଜଗାର ଦର୍ଶନ ପାଇଁ ପୁରୀ ଧାଇଁଛନ୍ତି ବହୁ ଶ୍ରଦ୍ଧାଳୁ। କାଳିଆ ଠାକୁରଙ୍କ ଦର୍ଶନ ପାଇଁ ବ୍ୟାକୁଳ ଥିବା ଭକ୍ତ ଭୋରରୁ ବଡଦାଣ୍ଡରେ ଲମ୍ବା ଲାଇନରେ ଛିଡା ହୋଇ ଚାହିଁ ରହିଥିଲା। ତେବେ ଓମିକ୍ରନ ସଂକ୍ରମଣ ଭୟ ଥିବାରୁ ଭକ୍ତ ମାନେ ବ୍ୟାରିକେଡରେ ଯାଇ କୋଭିଡ୍ କଟକଣା ମାନି ଦର୍ଶନ କରିବାକୁ ଅପିଲ୍ କରାଯାଇଛି। ଗର୍ଭବତୀ ମହିଳା, ଛୋଟପିଲା ଓ ବୟସ୍କ ବ୍ୟକ୍ତି ମାନଙ୍କୁ ଶ୍ରୀମନ୍ଦିର ନଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ପୁରୀ ସହରବାସୀ ପୂର୍ବ ପରି ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ଯିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ


ଅନ୍ୟପଟେ ଡିସେମ୍ବର  ୩୧ ଓ ଜାନୁଆରୀ ୧ତାରିଖ ଶ୍ରୀଜିଉଙ୍କ ଦର୍ଶନ କରିପାରିନଥିଲେ ଶ୍ରଦ୍ଧାଳୁ । ୨ ତାରିଖ ରବିବାର ହୋଇଥିବାରୁ ଶ୍ରୀମନ୍ଦିର ସାନିଟାଇଜ୍ ପାଇଁ ବନ୍ଦ ରହିଥିଲା ।  ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବାରୁ ଆଜି ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ଜମିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋଭିଡ ଗାଇଡଲଇନ ମଧ୍ୟରେ ମାକ୍ସ ପିନ୍ଧି ବ୍ୟାରିକେଡରେ ଯାଇ କୋଭିଡ୍ କଟକଣା ମାନି ଦର୍ଶନ କରିବାକୁ ଅପିଲ୍ କରାଯାଇଛି। ଏଥି ସହିତ ଗର୍ଭବତୀ ମହିଳା, ଛୋଟପିଲା ଓ ବୟସ୍କ ବ୍ୟକ୍ତି ମାନଙ୍କୁ ଶ୍ରୀମନ୍ଦିର ନଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତଙ୍କ ପାଇଁ ୯୬ ଘଣ୍ଟାର RT-PCR ନେଗେଟିଭ ରିପୋର୍ଟ କିମ୍ବା ଡବଲ ଡୋଜ ଭ୍ୟାକସିନ ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଛି। ଏଥି ସହିତ ଭକ୍ତମାନଙ୍କୁ ସେମାନଙ୍କ ପରିଚୟ ପତ୍ର ସାଙ୍ଗରେ ଧରିଆସିବାକୁ ମଧ୍ୟ କୁହାଯାଇଛି।  ଭୋର ୫.୩୦ ରୁ ରାତି ୯.୩୦ ପର୍ଯ୍ୟନ୍ତ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର