ରାଜଧାନୀରେ ସଟର ତାଡ଼ି ସୁନା ଦୋକାନରୁ ଲୁଟପାଟ କଲେ ଲୁଟେରା, ସିସିଟିଭିରେ କଏଦ ହେଲା ଦୃଶ୍ୟ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ସୁନା ଦୋକାନୀଙ୍କୁ ଚୁନା ଲଗାଇଲେ ଲୁଟେରା। ଇନଫୋସିଟି ଥାନା ପଟିଆ ଷ୍ଟେସନ ନିକଟ କଳାରାହାଙ୍ଗ ମା ମଙ୍ଗଳା ଜୁଏଲାରୀରୁ ଲୁଟ ହୋଇଛି। ଦୋକାନର ସଟର ତଡିବା ପୂର୍ବରୁ ଲାଗିଥିବା ସିସିଟିଭିକୁ ବାଉଁଶରେ ବୁଲାଇ ଦେଇଥିଲେ ଲୁଟେରା। ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା। ସିସିଟିଭିରେ କଏଦ ହୋଇଛି ଘଟଣା। ଇନଫୋସିଟି ଥାନା ପୋଲିସ, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଁଚି ଚଳାଇଛି ତଦନ୍ତ। ଦୋକାନରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଛି ଟିମ୍‌। […]

ଭୁବନେଶ୍ୱର: ରାଜଧାନୀରେ ସୁନା ଦୋକାନୀଙ୍କୁ ଚୁନା ଲଗାଇଲେ ଲୁଟେରା। ଇନଫୋସିଟି ଥାନା ପଟିଆ ଷ୍ଟେସନ ନିକଟ କଳାରାହାଙ୍ଗ ମା ମଙ୍ଗଳା ଜୁଏଲାରୀରୁ ଲୁଟ ହୋଇଛି। ଦୋକାନର ସଟର ତଡିବା ପୂର୍ବରୁ ଲାଗିଥିବା ସିସିଟିଭିକୁ ବାଉଁଶରେ ବୁଲାଇ ଦେଇଥିଲେ ଲୁଟେରା। ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା। ସିସିଟିଭିରେ କଏଦ ହୋଇଛି ଘଟଣା।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଅଭାବନୀୟ ଘଟଣା: ପ୍ରେମୀଯୁଗଳଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ଦୁର୍ବୁର୍ତ୍ତ

ଇନଫୋସିଟି ଥାନା ପୋଲିସ, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଁଚି ଚଳାଇଛି ତଦନ୍ତ। ଦୋକାନରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଛି ଟିମ୍‌। ଶାବଳରେ ସଟର ତାଡ଼ିଛନ୍ତି ଏକାଧିକ ଲୁଟେରା। ସମସ୍ତ ଲୁଟେରା ପେଷାଦାର ଥିବା ପୋଲିସ ସନ୍ଦେହ କରୁଛି। ସୁନା ଦୋକାନ ପାଖରେ ଥିବା ବ୍ୟାଙ୍କର ସିସିଟିଭି ସହିତ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ଛାନବିନ କରୁଛି। ଦୋକାନ ଭିତରେ ଲକର ଥିଲା। ଲକର ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହୋଇଛି। କ୍ୟାସ କାଉଣ୍ଟର ଭାଙ୍ଗି ୧୫ ହଜାର ଟଙ୍କା ନେଇଛନ୍ତି ଲୁଟେରା।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କେରଡ଼ାଗଡ଼ RI, ପଟ୍ଟା ସଂଶୋଧନ ପାଇଁ ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp