ଭାଗ୍ୟରେ ପଡ଼ିଛି କି ତାଲା

The Sakala Picture
Published On

ଭୁବନେଶ୍ୱର : କରୋନା ପାଇଁ ରାସ୍ତାକଡ଼ରେ ହେଉ ଅବା ଗଛମୂଳରେ ସକାଳୁ ସଞ୍ଜ ଯାଏଁ ହସ୍ତରେଖା ଦେଖି ଭାଗ୍ୟ ଭବିଷ୍ୟତ ବଖାଣୁଥିବା ଲୋକେ ଏବେ ପେଟପାଟଣା ଚିନ୍ତାରେ ପଡ଼ିଯାଇଛନ୍ତି। ଭୁବନେଶ୍ୱରରେ ତାଲାବନ୍ଦ ଭଳି ସେମାନଙ୍କ ଭାଗ୍ୟ ଦେଖାରେ ବି ତାଲା ପଡ଼ିବା ଭଳି ମନେ ହେଉଛି। ରାଶି ନକ୍ଷତ୍ର, ହସ୍ତରେଖା ଗଣନା କରି ପେଟ ପୋଷନ୍ତି ଏମାନେ। କେତେବେଳେ କିଏ ସେମାନଙ୍କ ଉପରେ ଆସ୍ଥାଭାଜନ କରି ହାତ ଦେଖାନ୍ତି ତ ଆଉ କେତେବେଳେ ଏସବୁର ପ୍ରତିକାରର ବାଟ […]

ଭୁବନେଶ୍ୱର : କରୋନା ପାଇଁ ରାସ୍ତାକଡ଼ରେ ହେଉ ଅବା ଗଛମୂଳରେ ସକାଳୁ ସଞ୍ଜ ଯାଏଁ ହସ୍ତରେଖା ଦେଖି ଭାଗ୍ୟ ଭବିଷ୍ୟତ ବଖାଣୁଥିବା ଲୋକେ ଏବେ ପେଟପାଟଣା ଚିନ୍ତାରେ ପଡ଼ିଯାଇଛନ୍ତି। ଭୁବନେଶ୍ୱରରେ ତାଲାବନ୍ଦ ଭଳି ସେମାନଙ୍କ ଭାଗ୍ୟ ଦେଖାରେ ବି ତାଲା ପଡ଼ିବା ଭଳି ମନେ ହେଉଛି। ରାଶି ନକ୍ଷତ୍ର, ହସ୍ତରେଖା ଗଣନା କରି ପେଟ ପୋଷନ୍ତି ଏମାନେ। କେତେବେଳେ କିଏ ସେମାନଙ୍କ ଉପରେ ଆସ୍ଥାଭାଜନ କରି ହାତ ଦେଖାନ୍ତି ତ ଆଉ କେତେବେଳେ ଏସବୁର ପ୍ରତିକାରର ବାଟ ଦେଖାନ୍ତି। ମାତ୍ର ଏବେ ଖାଲି ଖାଲି କଟୁଛି ସେମାନଙ୍କ ଦିନ। ନାଁ ହାତ ଦେଖାଇବା ପାଇଁ କିଏ ଆସୁଛନ୍ତି ନା କିଏ ପେଟକୁ ଗଣ୍ଡାଏ ଭାତ ଯିବା ପାଇଁ ରୋଜଗାର ହେଉଛି। ତଥାପି ଭାଗ୍ୟକୁ ଆଦରି ସେହି ବାଟ ଦେଇ ଯାଉଥିବା ପଥଚାରୀଙ୍କ ଆସିବା ବାଟକୁ ଚାହିଁ ରହିଛନ୍ତି। ଭାଗ୍ୟରେଖା ଗଣନା କରୁଥିବା ଜ୍ୟୋତିଷଙ୍କ ଆଖିରେ ଏବେ ଅପେକ୍ଷାର ଚିହ୍ନ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଯେଉଁଠି ଦିନକୁ ଅନେକ ଲୋକଙ୍କ ହାତଦେଖି ରୋଜଗାର କରୁଥିଲେ, ସେଇଠି ଏବେ କେବଳ ବସି ରହିଛନ୍ତି ସେମାନେ। ସତରେ ଯେମିତି ସାଧାରଣ ଲୋକ ସେମାନଙ୍କ ଭାଗ୍ୟ ଦେଖିବା କଥା ଭୁଲିଯାଇଛନ୍ତି। ଆଇଜି ପାର୍କ ଆଗରେ ବସୁଛନ୍ତି ପଳାଶପଲ୍ଲୀର ଶୈଳେନ୍ଦ୍ର ମହାରଣା। ଶୈଳେନ୍ଦ୍ରଙ୍କ ବାପା ମଧ୍ୟ ଏଠାରେ ୧୦ବର୍ଷ ଧରି ହାତ ଦେଖିବା, ଖଡ଼ି ପକାଇବା ଆଦି କାର୍ଯ୍ୟ କରୁଥିଲେ। ଏହାପରେ ଶୈଳେନ୍ଦ୍ର ଏଠାରେ ହାତ ଦେଖୁଛନ୍ତି। ଜଣକ ହାତ ଦେଖିବା ପାଇଁ ୫୦ଟଙ୍କା ନେଇଥାନ୍ତି। କରୋନା ପୂର୍ବରୁ ସବୁ ଠିକ୍‍ଠାକ ଚାଲୁଥିଲା। ଦିନକୁ ୩ଶହରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର ହୋଇଥାଏ। କିନ୍ତୁ କରୋନା ସବୁ ବିଗାଡ଼ି ଦେଇଛି। ଦେଢ଼ବର୍ଷ ହେବ ରୋଜଗାର ପୂରା ଶୂନ। କଦବା କ୍ୱଚିତ୍‍ ଲୋକେ ହାତ ଦେଖାଇବାକୁ ଆସୁଛନ୍ତି। ଯିଏ ଯାହା ଦେଲା ତାକୁ ଗ୍ରହଣ କରିବାକୁ ପଡ଼ୁଛି। କାହାରିକୁ ବାଧ୍ୟ କରି ହେଉନି। ଏବେ ସକାଳୁ ସନ୍ଧ୍ୟା ଯାଏଁ ବସିଲେ ବି ଟଙ୍କା ଶହେ ରାଜଗାର ହୋଇପାରୁନି।

ଆହୁରି ପଢ଼ନ୍ତୁ: ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଏତିକି ଟଙ୍କାରେ ପରିବାର ପତିପୋଷଣ କରିବା କଷ୍ଟକର ହୋଇପଡ଼ିଛି। ସେହିପରି ସକାଳ ୯ଟା ହେଲେ ମାତ୍ର ଆଇଜି ପାର୍କ ସାମ୍‍ନା ରାସ୍ତାକଡ଼ରେ ପହଞ୍ଚିଯାଆନ୍ତି ଲିଙ୍ଗରାଜ ପାଢ଼ୀ। ରାସ୍ତାକଡ଼ରେ ହସ୍ତରେଖା ଓ ଜାତକ ବିଚାର କରାଯାଏ ବୋଲି ଏକ ପୋଷ୍ଟର ଲଗାଇ ଦିଅନ୍ତି। ଆଉ ବସିଥିବା ଚାରିପଟେ ପାଞ୍ଜି ଓ ପୋଥି ଥୋଇ ଦିଅନ୍ତି। ତେବେ ଅପେକ୍ଷାରେ ଥାଆନ୍ତି କିଏ ଆସିବ ହାତ ଦେଖି ଭାଗ୍ୟରେ କ’ଣ ରହିଛି ସେକଥା ମଧ୍ୟ କହିଥାନ୍ତି। ଏଥିସହିତ ଆଗକୁ ଭଲ ହେବ କି ନାହିଁ କହିବା ସହ ପ୍ରତିକାର ମଧ୍ୟ ବତାଇଥାଆନ୍ତି। ମାତ୍ର କରୋନା ଆସିବା ଦିନ ଠାରୁ ଆଉ ପୂର୍ବଭଳି ହସ୍ତ ଦେଖାଇବାକୁ କେହି ଆସୁନାହାନ୍ତି। ସକାଳୁ ରାତି ଯାଏଁ ବସି ବସି ଘରକୁ ପଳାଉଛନ୍ତି। କାଁ ଭାଁ ଲୋକେ ଆସୁଛନ୍ତି, ମାତ୍ର ଟଙ୍କା କିଏ ଦେଉଛି ଆଉ କିଏ ଟଙ୍କା ନ ଦେଇ ପଳାଇ ଯାଉଛି। ବାପା ଓ ଅଜା ଅମଳରୁ ସେ ହସ୍ତରେଖା ଦେଖି ଭବିଷ୍ୟତ ଆକଳନ କରୁଛନ୍ତି। ସେପଟେ ଏହି ଦୁଇ ଜଣ ଆଇଜି ପାର୍କ ସମେତ ସହରର ଆଉ କିଛି ପାର୍କ ଆଗରେ ବସି ରହୁଛନ୍ତି। ରାହୁ, କେତୁ, ଶନି କଥା କହିବା ସହ ୧୦ଟଙ୍କା ରୋଜଗାର ପାଇଁ ସଂଘର୍ଷ କରୁଛନ୍ତି। କେବେ ମାନବ ସାମଜରୁ ଅଦୃଶ୍ୟ ଭୂତାଣୁ ଯିବ ଆଉ ଜ୍ୟୋତିଷଙ୍କ ଭାଗ୍ୟ ଖୋଲିବ ତାହା କହିବା ମୁସ୍କିଲ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp