ଫୁଟ୍‌ବଲ ମ୍ୟାଚ୍‌ ଚାଲିଥିବା ବେଳେ ଖେଳପଡ଼ିଆରେ ବଜ୍ରପାତ : ଜଣେ ମୃତ,୩ ଗୁରୁତର

The Sakala Picture
Published On

ବାରିପଦା : ଫୁଟ୍‌ବଲ ମ୍ୟାଚ୍‌ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ। ଫଳରେ ଜଣେ ଦର୍ଶକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ ଲକ୍ଷ୍ମୀପୋଷୀ ସ୍ଥିତ ରାଜାବସା ପଡ଼ିଆରେ ଶନିବାର ଅପରାହ୍ନରେ ଫୁଟବଲ ମ୍ୟାଚ ଚାଲିଥିଲା। ଆଜି ବିଶ୍ୱକର୍ମା ପୂଜାଥିବାରୁ ଫୁଟବଲ ମ୍ୟାଚ ଦେଖିବାକୁ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ମ୍ୟାଚ୍‌ ଚାଲିଥିବା ବେଳେ ଅପରାହ୍ନରେ […]

ବାରିପଦା : ଫୁଟ୍‌ବଲ ମ୍ୟାଚ୍‌ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ। ଫଳରେ ଜଣେ ଦର୍ଶକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ ଲକ୍ଷ୍ମୀପୋଷୀ ସ୍ଥିତ ରାଜାବସା ପଡ଼ିଆରେ ଶନିବାର ଅପରାହ୍ନରେ ଫୁଟବଲ ମ୍ୟାଚ ଚାଲିଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

ଆଜି ବିଶ୍ୱକର୍ମା ପୂଜାଥିବାରୁ ଫୁଟବଲ ମ୍ୟାଚ ଦେଖିବାକୁ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ମ୍ୟାଚ୍‌ ଚାଲିଥିବା ବେଳେ ଅପରାହ୍ନରେ ହଠାତ୍‌ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ଏହି ସମୟରେ ହଠାତ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଫୁଟ୍‌ବଲ୍‌ ଖେଳ ଦେଖୁଥିବା ୪ ଦର୍ଶକ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ମୃତକ ଜଣଙ୍କ ହେଲେ ଶାଳବଣିର ଅଶୋକ ମୁର୍ମୁ। ଅନ୍ୟ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ଚିକିତ୍ସା ଜାରି ରହିଛି।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

17 Sep 2022 By The Sakala

ଫୁଟ୍‌ବଲ ମ୍ୟାଚ୍‌ ଚାଲିଥିବା ବେଳେ ଖେଳପଡ଼ିଆରେ ବଜ୍ରପାତ : ଜଣେ ମୃତ,୩ ଗୁରୁତର

ବାରିପଦା : ଫୁଟ୍‌ବଲ ମ୍ୟାଚ୍‌ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ। ଫଳରେ ଜଣେ ଦର୍ଶକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ ଲକ୍ଷ୍ମୀପୋଷୀ ସ୍ଥିତ ରାଜାବସା ପଡ଼ିଆରେ ଶନିବାର ଅପରାହ୍ନରେ ଫୁଟବଲ ମ୍ୟାଚ ଚାଲିଥିଲା।

ଆଜି ବିଶ୍ୱକର୍ମା ପୂଜାଥିବାରୁ ଫୁଟବଲ ମ୍ୟାଚ ଦେଖିବାକୁ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ମ୍ୟାଚ୍‌ ଚାଲିଥିବା ବେଳେ ଅପରାହ୍ନରେ ହଠାତ୍‌ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ଏହି ସମୟରେ ହଠାତ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଫୁଟ୍‌ବଲ୍‌ ଖେଳ ଦେଖୁଥିବା ୪ ଦର୍ଶକ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ମୃତକ ଜଣଙ୍କ ହେଲେ ଶାଳବଣିର ଅଶୋକ ମୁର୍ମୁ। ଅନ୍ୟ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ଚିକିତ୍ସା ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର