୨୪ ଘଣ୍ଟାରେ ୨୪ଥର କଟୁଛି ଲାଇଟ, ଅସ୍ତବ୍ୟସ୍ତ କରୁଛି ଅଘୋଷିତ ବିଦ୍ୟୁତ କାଟ ଓ ଗୁଳୁଗୁଳି

The Sakala Picture
Published On

ଭବାନୀପାଟଣା: ବିଦ୍ୟୁତ କାଟ ହେଉନଥିବା ଓ ଲୋ ଭୋଲ୍ଟେଜ ସମସ୍ୟା ଆଉ ନଥିବା ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଉଥିବା ବେଳେ ବାସ୍ତବତା କିନ୍ତୁ ଭିନ୍ନ। ସେହିପରି ବିଦ୍ୟୁତ ଉତ୍ପାଦନ ହେଉଥିବା କଳାହାଣ୍ଡି ଜିଲାରେ ଉପରୋକ୍ତ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ସମସ୍ୟା ଦ୍ବିଗୁଣିତ ଦେଖାଯାଇଛି। ତେବେ ବିଦ୍ୟୁତ ବିଭାଗ ଲୋକଙ୍କୁ ଉତ୍ତମ ମାନର ସେବା ଯୋଗାଇବା ପାଇଁ ଉଦ୍ୟମ କରୁ ନ ଥିବା ବେଳେ ବିଦ୍ୟୁତ ଦେୟ ସଂଗ୍ରହ ପାଇଁ ତତ୍ପରତା ଦେଖାଉଛି। ଯାହା […]

ଭବାନୀପାଟଣା: ବିଦ୍ୟୁତ କାଟ ହେଉନଥିବା ଓ ଲୋ ଭୋଲ୍ଟେଜ ସମସ୍ୟା ଆଉ ନଥିବା ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଉଥିବା ବେଳେ ବାସ୍ତବତା କିନ୍ତୁ ଭିନ୍ନ। ସେହିପରି ବିଦ୍ୟୁତ ଉତ୍ପାଦନ ହେଉଥିବା କଳାହାଣ୍ଡି ଜିଲାରେ ଉପରୋକ୍ତ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ସମସ୍ୟା ଦ୍ବିଗୁଣିତ ଦେଖାଯାଇଛି। ତେବେ ବିଦ୍ୟୁତ ବିଭାଗ ଲୋକଙ୍କୁ ଉତ୍ତମ ମାନର ସେବା ଯୋଗାଇବା ପାଇଁ ଉଦ୍ୟମ କରୁ ନ ଥିବା ବେଳେ ବିଦ୍ୟୁତ ଦେୟ ସଂଗ୍ରହ ପାଇଁ ତତ୍ପରତା ଦେଖାଉଛି। ଯାହା ଫଳରେ ଜିଲାରେ ଏକ ବିରାଟ ଜନ ଅସନ୍ତୋଷ ଦେଖାଦେଇଛି। ଯାହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି।

ଆହୁରି ପଢ଼ନ୍ତୁ: ବୋଲେରୋର ସିକ୍ରେଟ୍ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ; ୨୧୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମୁଖୀଗୁଡା ସ୍ଥିତ ଇନ୍ଦ୍ରାବତୀରେ ଦୀର୍ଘ ପ୍ରାୟ ୨୧ ବର୍ଷ ହେବ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ଯକାରୀ ହେଉଛି। ହେଲେ ନିଜ ଜିଲାରେ ବିଦ୍ୟୁତ ଉତ୍ପାଦନ ହୋଇ ମଧ୍ୟ ଜିଲାବାସୀ ବିଦ୍ୟୁତ ପାଇବାରୁ ବଞ୍ଚିତ ହେଉଥିଲେ। ଏବଂ ଇନ୍ଦ୍ରାବତୀ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପରୁ ରାୟଗଡା ଜିଲାର ଥେରୁବାଲି ଗ୍ରୀଡ଼ କୁ ୧୩୨ କେଭିର ବିଦ୍ୟୁତ ଯୋଗାଣ ପରେ ସେଠାରୁ କଳାହାଣ୍ଡି ଜିଲ୍ଲାବାସୀ ବିଦ୍ୟୁତ ସେବା ପାଉଥିଲେ। ହେଲେ ନିକଟରେ ଜୟପାଟଣା ବ୍ଲକ ବାନେର ଠାରେ ଏକ ବିଦ୍ୟୁତ ଗ୍ରୀଡ଼ ନିର୍ମାଣ କରାଯାଇ ଗତ ବର୍ଷ ଅକ୍ଟୋବର ମାସରେ ବିଦ୍ୟୁତ ସେବା ଆରମ୍ଭ କରାଯାଇଥିଲା। ଏହା ଫଳରେ କୋକସରା ବ୍ଲକ ଲଡୁଗାଁ ସବଷ୍ଟେସନ ଅଧିନ ୫୧ ଟି ଗାଁ ଓ ଜୟପାଟଣା ବ୍ଲକର ୨୫ ଟି ଗାଁର ପ୍ରାୟ ୧୬ ହଜାର ବିଦ୍ୟୁତ ଉପଭୋକ୍ତା ବିଦ୍ୟୁତ ସେବା ପାଉଛନ୍ତି। ଏବଂ ବାନେର-ବଡକୂଟରୁ ସବଷ୍ଟେସନ ମାଧ୍ୟମରେ ଜୟପାଟଣା ବ୍ଲକର ୨୬ ଟି ଗାଁ ଓ କଲମପୁର ବ୍ଲକର ୧୮ ଟି ଗାଁ ର ପ୍ରାୟ ୧୧ ହଜାର ଉପଭୋକ୍ତା ବିଦ୍ୟୁତ ସେବା ପାଉଛନ୍ତି। ଏହାପରେ ଜିଲାର ଅନ୍ୟ ବ୍ଲକ ଗୁଡିକୁ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଦ୍ୟୁତ ସେବା ପ୍ରଦାନ କରାଯିବ। ଏବଂ ଜିଲ୍ଲାକୁ ଏକ ଉନ୍ନତ ଧରଣର ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ସେହିପରି ଜିଲାରେ ଲୋ ଭୋଲ୍ଟେଜ ଓ ଅଘୋଷିତ ବିଦ୍ୟୁତ କାଟ ସମସ୍ୟା ରହିବନି ବୋଲି କୁହାଯାଇଥିଲା। ହେଲେ ବର୍ତ୍ତମାନ ଯଥା ପୂର୍ବମ ତଥା ପରମ ସ୍ଥିତି।

ତେବେ ଜିଲା ମୁଖ୍ୟଳୟ ଭବାନୀପାଟଣା କଥା ନ କହିବା ଭଲ। କାରଣ ଏଠାରେ ଦିନକୁ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୪ରୁ ଉର୍ଦ୍ଧ୍ବ ଥର ଲାଇଟ କାଟୁଛି। ବିଭାଗୀୟ ଅଧିକାରୀଙ୍କୁ ଏ ନେଇ ପଚାରିଲେ ଅଧିକା ଲୋଡ଼ ଏବଂ ଆଗରୁ ଫଲ୍ଟ ଥିବା କହି ନିଜ ଦାଇତ୍ୱ ସାରି ଦେଇଥାନ୍ତି। ଭବାନୀପାଟଣା ସମେତ ଜୁନାଗଡ଼, ଧର୍ମଗଡ଼ ଓ କେସିଙ୍ଗା ସହରାଞ୍ଚଳରେ ସମାନ ଅବସ୍ଥା। ଗ୍ରାମାଞ୍ଚଳ କଥା ନ କହିବା ଭଲ। ସେହିପରି ବର୍ତ୍ତମାନ ସ୍କୁଲ କଲେଜ ବନ୍ଦ ଥିବା ବେଳେ ଛାତ୍ର ଛାତ୍ରୀ ମାନେ ମୋବାଇଲ, ଲ୍ୟାପଟପ ଓ କମ୍ପ୍ୟୁଟର ଯୋଗେ ଅନଲାଇନ ପାଠ ପଢୁଛନ୍ତି। ଏବଂ ଏହି ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ସେମାନଙ୍କ ପାଠ ପଢ଼ାରେ ବ୍ୟାଘାତ ଦେଖାଦେଉଛି। ଏବଂ ବର୍ତ୍ତମାନ ଜିଲାରେ ନିୟମିତ ତାପମାତ୍ରା ୩୦ ରୁ ୩୫ ଡିଗ୍ରୀ ସେଲ୍ସିୟସ ମଧ୍ୟରେ ରହୁଥିବା ବେଳେ ପ୍ରବଳ ଗୁଳୁଗୁଳି ହେଉଛି। ଏପରିସ୍ଥଳେ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ଯୋଗୁଁ ବିଦ୍ୟୁତ ଉପକରଣ ଗୁଡିକ ବ୍ୟବହାର ହୋଇ ପାରୁନାହିଁ। ଯାହା ଫଳରେ ଜିଲାର ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଏହି ଅସନ୍ତୋଷ ଆଗକୁ ଏକ ବିରାଟ ଜନ ଆନ୍ଦୋଳନ ଭାବେ ମୁଣ୍ଡ ଟେକିବ। ବେଳ ଥାଉ ଥାଉ ବିଦ୍ୟୁତ ବିଭାଗ ଆବଶ୍ୟକ ଭିତ୍ତିଭୂମି ସଜାଡି ଉନ୍ନତ ମାନର ସେବା ଯୋଗାଇ ଦେବା ଆବଶ୍ୟକ ହୋଇପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର