ଜଗନ୍ନାଥ ଆଚାରୀଙ୍କୁ ନୂଆ ପରିଚୟ ଦେଇଛି ମାଣ୍ଡିଆ ଚା’

The Sakala Picture
Published On

କୋରାପୁଟ (ସୁବୋଧ ଚେଟ୍ଟି): ମାଣ୍ଡିଆର ପ୍ରସାର ନିମନ୍ତେ ରାଜ୍ୟ ସରକାର ଗତ କିଛି ବର୍ଷ ହେବ ମିଲେଟ୍‌ ମିଶନ ମାଧ୍ୟମରେ ବିଭିନ୍ନ ପଦକ୍ଷେପ ମାନ ନେଇଛନ୍ତି। କିନ୍ତୁ ବର୍ତ୍ତମାନ ସମୟ ବଦଳିଛି, ଜଳବାୟୁ ସହ ପର୍ଯ୍ୟାବରଣରେ ପରିବର୍ତ୍ତନ ଆସିଛି। ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସୁସ୍ଥ ଶରୀରର ପାଇଁ ମାଣ୍ଡିଆର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ପରେ ମାଣ୍ଡିଆର ଚାହିଦା ଅହେତୁକ ବୃଦ୍ଧି ପାଇଛି। ଏକଦା ମାଣ୍ଡିଆ ଥିଲା ଉପାନ୍ତ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା […]

କୋରାପୁଟ (ସୁବୋଧ ଚେଟ୍ଟି): ମାଣ୍ଡିଆର ପ୍ରସାର ନିମନ୍ତେ ରାଜ୍ୟ ସରକାର ଗତ କିଛି ବର୍ଷ ହେବ ମିଲେଟ୍‌ ମିଶନ ମାଧ୍ୟମରେ ବିଭିନ୍ନ ପଦକ୍ଷେପ ମାନ ନେଇଛନ୍ତି। କିନ୍ତୁ ବର୍ତ୍ତମାନ ସମୟ ବଦଳିଛି, ଜଳବାୟୁ ସହ ପର୍ଯ୍ୟାବରଣରେ ପରିବର୍ତ୍ତନ ଆସିଛି। ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସୁସ୍ଥ ଶରୀରର ପାଇଁ ମାଣ୍ଡିଆର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ପରେ ମାଣ୍ଡିଆର ଚାହିଦା ଅହେତୁକ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଏକଦା ମାଣ୍ଡିଆ ଥିଲା ଉପାନ୍ତ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ମୁଖ୍ୟ ଖାଦ୍ୟ, ବିଶେଷ କରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅଧିକାଂଶ ଚାଷ ଜମି ମାଣ୍ଡିଆ ଚାଷ ନିମନ୍ତେ ହିଁ ଉପଯୋଗି ଥିବାରୁ ଲୋକେ ମାଣ୍ଡିଆ ଚାଷ ଉପରେ ଗୁରୁତ୍ୱ ଦେଉଥିଲେ। ଲୋକେ ପୂର୍ବରୁ ମାଣ୍ଡିଆକୁ କେବଳ ଜାଉ ଓ ଉପମା କରି ଖାଉଥିବାବେଳେ ବର୍ତ୍ତମାନ ମାଣ୍ଡିଆରେ ଚା’ ପ୍ରସ୍ତୁତି କରି ଜୟପୁରର ଜଗନ୍ନାଥ ଆଚାରୀ ମାଣ୍ଡିଆର ଆଉ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି। ଜୟପୁର ପାରାବେଡା ରାସ୍ତାରେ ଜଗନ୍ନାଥ ଏକ କ୍ୟାବିନରେ ଚା’ ଦୋକାନ କରିଥିବାବେଳେ ସେ ଲୋକଙ୍କୁ ମାଣ୍ଡିଆ ଚା’ ଦେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କେବଳ ଚା’ନୁହଁ ଲୋକେ ମାଣ୍ଡିଆରେ ପ୍ରସ୍ତୁତ ପକୁଡି, ରସଗୋଲା, ମିକ୍ସର ଖାଇବାକୁ ତାଙ୍କ ଦୋକାନରେ ଲାଇନ୍‌‌ ଲଗାଇଥାଆନ୍ତି ବୋଲି ଜଗନ୍ନାଥ କହିଛନ୍ତି। ଏପରିକି ରାଜ୍ୟ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ.ଅରବିନ୍ଦ କୁମାର ପାଢ଼ୀ କୋରାପୁଟ ଜିଲ୍ଲା ଗସ୍ତ ସମୟରେ ଜଗନ୍ନାଥଙ୍କ ହାତ ତିଆରି ମାଣ୍ଡିଆ ଚା’ ପିଇ ବେଶ୍‌‌ ଖୁସି ହେବା ସହ ଜଗନ୍ନାଥଙ୍କୁ ପ୍ରଶଂସା କରିଥିଲେ। କେବଳ ସେତିକି ନୁହଁ ଜଗନ୍ନାଥ ମାଣ୍ଡିଆ ଚା’ ପ୍ରସ୍ତୁତ କରି ଜାତୀୟସ୍ତରରେ ପୁରସ୍କୃତ ହୋଇ କୋରାପୁଟ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର