ବାଣପୁରରେ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଭବ୍ୟ ସମ୍ବର୍ଦ୍ଧନା

The Sakala Picture
Published On

ନାଚୁଣୀ: ଭୁବନେଶ୍ବରରୁ ନିଜ ଜନ୍ମ ସ୍ଥାନ ସୁନାଖଳା ଓ ଭଗବତୀ ଦର୍ଶନ ପାଇଁ ବାଣପୁର ଗସ୍ତ କରିବା ଅବସରରେ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ ବୁଧବାର ରାତିରେ ସୁନାଖଳାରେ ଅଟକିଥିଲେ। ଶ୍ରୀ ମଙ୍ଗରାଜଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଚିଲିକା ବିଜେଡି ସଂଗଠନ ପକ୍ଷରୁ ସ୍ଥାନୀୟ ବିଜେଡି ସଂଗଠନର ବରିଷ୍ଠ ନେତା ରାମଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ତ୍ବରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ରହିଥିବା ମାନ୍ୟଗଣ୍ୟ ଅତିଥିଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାପରିଷଦର […]

ନାଚୁଣୀ: ଭୁବନେଶ୍ବରରୁ ନିଜ ଜନ୍ମ ସ୍ଥାନ ସୁନାଖଳା ଓ ଭଗବତୀ ଦର୍ଶନ ପାଇଁ ବାଣପୁର ଗସ୍ତ କରିବା ଅବସରରେ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ ବୁଧବାର ରାତିରେ ସୁନାଖଳାରେ ଅଟକିଥିଲେ। ଶ୍ରୀ ମଙ୍ଗରାଜଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଚିଲିକା ବିଜେଡି ସଂଗଠନ ପକ୍ଷରୁ ସ୍ଥାନୀୟ ବିଜେଡି ସଂଗଠନର ବରିଷ୍ଠ ନେତା ରାମଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ତ୍ବରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ରହିଥିବା ମାନ୍ୟଗଣ୍ୟ ଅତିଥିଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣା , ପୂର୍ବତନ ବାଣପୁର ବ୍ଲକ ଅଧ୍ୟକ୍ଷ ମାନସ ରଂଜନ ପ୍ରଧାନ, ପୂର୍ବତନ ଖୋର୍ଦ୍ଧା ଜିଲ୍ଲାପରିଷଦର ଅଧ୍ୟକ୍ଷ ପ୍ରଫୁଲ କୁମାର ଦଳାଇ ଙ୍କ ସହ ଅନ୍ୟାନ୍ୟ ବହୁ ଦଳୀୟ ପଦାଧିକାରୀ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ନାଗରିକ କମିଟି ପକ୍ଷରୁ ଶିକ୍ଷକ ବିଶ୍ବ ଭୂଷଣ ରାଉତରାୟ ମାନପତ୍ର ପାଠ କରି ଶ୍ରୀ ମଙ୍ଗରାଜଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲେ। ନାଚୁଣୀର ଚିଲିକା ଜର୍ଣ୍ଣାଲିଷ୍ଟ ୟୁନିଅନ ପକ୍ଷରୁ ସଂପାଦକ ପ୍ରଦୋଷ କୁମାର ଦାସ, ସାମ୍ବାଦିକ ଯଥା ମନୋଜ ମୋହନ ବରାଳ, ପ୍ରଦ୍ୟୁମ୍ନ ରଂଜନ ସୁଆର, ପ୍ରକାଶ କୁମାର ସୁବୁଦ୍ଧି ଶ୍ରୀ ମଙ୍ଗରାଜଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥି ସହ ଶ୍ରୀ ମଙ୍ଗରାଜଙ୍କୁ ସୁନାଖଳା ଗ୍ରାମର ମହିଳା ମଣ୍ଡଳୀ, ସ୍ଥାନୀୟ ମିଶନ ଶକ୍ତିର ମହିଳାଙ୍କ ସମେତ ବିଭିନ୍ନ ଶୁଭେଛୁ ମାନେ ସମ୍ବର୍ଦ୍ଧିତ କରି ଅଞ୍ଚଳର ଉନ୍ନତି ପାଇଁ ଶ୍ରୀ ମଙ୍ଗରାଜଙ୍କ ଆବଶ୍ୟକ ସହଯୋଗ କାମନା କରିଥିଲେ। ପରିଶେଷରେ ନିଜ ଅଭାଭାଷଣରେ ଶ୍ରୀ ମଙ୍ଗରାଜ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ତ୍ବକୁ ଭୂୟସୀ ପ୍ରଶଂସା କରି ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଅବଧି ମଧ୍ୟରେ ତାଙ୍କର ରାଜ୍ୟ ସଭା ପାଣ୍ଠିକୁ ଚିଲିକା ଓ ଖୋର୍ଦ୍ଧା ଜିଲ୍ଲାର ବିକାଶରେ ସୁବିନିଯୋଗ କରିବାକୁ ବିଶେଷ ପ୍ରାଥମିକତା ଦେଇ ଆବଶ୍ୟକ ସେବା ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇ ଏଥିରେ ସମସ୍ତଙ୍କର ଆସ୍ଥା ଓ ଆଶିଷ ଭିକ୍ଷା କରିଥିଲେ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

12 Jun 2022 By The Sakala

ବାଣପୁରରେ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ନାଚୁଣୀ: ଭୁବନେଶ୍ବରରୁ ନିଜ ଜନ୍ମ ସ୍ଥାନ ସୁନାଖଳା ଓ ଭଗବତୀ ଦର୍ଶନ ପାଇଁ ବାଣପୁର ଗସ୍ତ କରିବା ଅବସରରେ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ ବୁଧବାର ରାତିରେ ସୁନାଖଳାରେ ଅଟକିଥିଲେ। ଶ୍ରୀ ମଙ୍ଗରାଜଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଚିଲିକା ବିଜେଡି ସଂଗଠନ ପକ୍ଷରୁ ସ୍ଥାନୀୟ ବିଜେଡି ସଂଗଠନର ବରିଷ୍ଠ ନେତା ରାମଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ତ୍ବରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ରହିଥିବା ମାନ୍ୟଗଣ୍ୟ ଅତିଥିଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣା , ପୂର୍ବତନ ବାଣପୁର ବ୍ଲକ ଅଧ୍ୟକ୍ଷ ମାନସ ରଂଜନ ପ୍ରଧାନ, ପୂର୍ବତନ ଖୋର୍ଦ୍ଧା ଜିଲ୍ଲାପରିଷଦର ଅଧ୍ୟକ୍ଷ ପ୍ରଫୁଲ କୁମାର ଦଳାଇ ଙ୍କ ସହ ଅନ୍ୟାନ୍ୟ ବହୁ ଦଳୀୟ ପଦାଧିକାରୀ ଯୋଗ ଦେଇଥିଲେ।

ନାଗରିକ କମିଟି ପକ୍ଷରୁ ଶିକ୍ଷକ ବିଶ୍ବ ଭୂଷଣ ରାଉତରାୟ ମାନପତ୍ର ପାଠ କରି ଶ୍ରୀ ମଙ୍ଗରାଜଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲେ। ନାଚୁଣୀର ଚିଲିକା ଜର୍ଣ୍ଣାଲିଷ୍ଟ ୟୁନିଅନ ପକ୍ଷରୁ ସଂପାଦକ ପ୍ରଦୋଷ କୁମାର ଦାସ, ସାମ୍ବାଦିକ ଯଥା ମନୋଜ ମୋହନ ବରାଳ, ପ୍ରଦ୍ୟୁମ୍ନ ରଂଜନ ସୁଆର, ପ୍ରକାଶ କୁମାର ସୁବୁଦ୍ଧି ଶ୍ରୀ ମଙ୍ଗରାଜଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥି ସହ ଶ୍ରୀ ମଙ୍ଗରାଜଙ୍କୁ ସୁନାଖଳା ଗ୍ରାମର ମହିଳା ମଣ୍ଡଳୀ, ସ୍ଥାନୀୟ ମିଶନ ଶକ୍ତିର ମହିଳାଙ୍କ ସମେତ ବିଭିନ୍ନ ଶୁଭେଛୁ ମାନେ ସମ୍ବର୍ଦ୍ଧିତ କରି ଅଞ୍ଚଳର ଉନ୍ନତି ପାଇଁ ଶ୍ରୀ ମଙ୍ଗରାଜଙ୍କ ଆବଶ୍ୟକ ସହଯୋଗ କାମନା କରିଥିଲେ। ପରିଶେଷରେ ନିଜ ଅଭାଭାଷଣରେ ଶ୍ରୀ ମଙ୍ଗରାଜ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ତ୍ବକୁ ଭୂୟସୀ ପ୍ରଶଂସା କରି ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଅବଧି ମଧ୍ୟରେ ତାଙ୍କର ରାଜ୍ୟ ସଭା ପାଣ୍ଠିକୁ ଚିଲିକା ଓ ଖୋର୍ଦ୍ଧା ଜିଲ୍ଲାର ବିକାଶରେ ସୁବିନିଯୋଗ କରିବାକୁ ବିଶେଷ ପ୍ରାଥମିକତା ଦେଇ ଆବଶ୍ୟକ ସେବା ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇ ଏଥିରେ ସମସ୍ତଙ୍କର ଆସ୍ଥା ଓ ଆଶିଷ ଭିକ୍ଷା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର