ଚିଲିକାରେ କମୁଛି କଙ୍କଡ଼ା ଓ ଚିଙ୍ଗୁଡ଼ି ଉତ୍ପାଦନ, ମତ୍ସ୍ୟଜୀବୀ ମହଲରେ ଉଦ୍‌ବେଗ

The Sakala Picture
Published On

ଖୋର୍ଦ୍ଧା (ରଞ୍ଜିତ ସାମନ୍ତରାୟ): ଏସିଆ ମହାଦେଶର ସର୍ବବୃହତ୍‌ ଲବଣ ହ୍ରଦ ଚିଲିକାରେ କଙ୍କଡ଼ା ଓ ଚିଙ୍ଗୁଡ଼ି ଉତ୍ପାଦନ କମୁଛି। ଏନେଇ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଉଦ୍‌‌ବେଗ ପ୍ରକାଶ ପାଇଛି। ଜିରୋ ନେଟ୍‌ର ବ୍ୟବହାର, ବେଆଇନ ଚିଙ୍ଗୁଡ଼ି ଘେରି ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ତେବେ କାରଣ ଯାହା ହେଉନା କାହିଁକି, ଏପରି ସ୍ଥିତି ମତ୍ସ୍ୟଜୀବୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏପରି ସ୍ଥିତି ଲାଗି ରହିଲେ, ଏହାର ପ୍ରଭାବ ସେମାନଙ୍କ ଭାତହାଣ୍ଡି ଉପରେ ପଡ଼ିବ […]

ଖୋର୍ଦ୍ଧା (ରଞ୍ଜିତ ସାମନ୍ତରାୟ): ଏସିଆ ମହାଦେଶର ସର୍ବବୃହତ୍‌ ଲବଣ ହ୍ରଦ ଚିଲିକାରେ କଙ୍କଡ଼ା ଓ ଚିଙ୍ଗୁଡ଼ି ଉତ୍ପାଦନ କମୁଛି। ଏନେଇ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଉଦ୍‌‌ବେଗ ପ୍ରକାଶ ପାଇଛି। ଜିରୋ ନେଟ୍‌ର ବ୍ୟବହାର, ବେଆଇନ ଚିଙ୍ଗୁଡ଼ି ଘେରି ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ତେବେ କାରଣ ଯାହା ହେଉନା କାହିଁକି, ଏପରି ସ୍ଥିତି ମତ୍ସ୍ୟଜୀବୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏପରି ସ୍ଥିତି ଲାଗି ରହିଲେ, ଏହାର ପ୍ରଭାବ ସେମାନଙ୍କ ଭାତହାଣ୍ଡି ଉପରେ ପଡ଼ିବ ବୋଲି ସେମାନେ କହିଛନ୍ତି।

ସୂଚନାନୁଯାୟୀ, ୧୧୦୦ ବର୍ଗକିମିରୁ ଅଧିକ ଅଞ୍ଚଳ ପରିବ୍ୟାପ୍ତ ଏହି ହ୍ରଦ କାହା ପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତ ଆଉ କାହା ପାଇଁ ବୈଚିତ୍ରମୟ ଜୈବବିବିଧତାର ବିରଳ ଭଣ୍ଡାର। ଖାଲି ସେତିକି ନୁହେଁ, ଉପକୂଳବର୍ତ୍ତୀ ଗ୍ରାମର ହଜାରହଜାର ପରିବାରଙ୍କ ଭାତହାଣ୍ଡି ଏହି ହ୍ରଦ। କିନ୍ତୁ ଗତ ୩ବର୍ଷ ହେଲା, ଏଠାରେ କଙ୍କଡ଼ା ଓ ଚିଙ୍ଗୁଡ଼ି ଉତ୍ପାଦନ ପୂର୍ବାପେକ୍ଷା କମିଛି। ସରକାରୀ ତଥ୍ୟ ଅନୁସାରେ, ୨୦୨୧-୨୨ରେ ୧୨୧୮୭.୫୮ ମେଟ୍ରିକ ଟନ୍‌ ମାଛ ଉତ୍ପାଦନ ହୋଇଥିଲା। ୨୦୨୨-୨୩ରେ ଏହା ବୃଦ୍ଧି ପାଇ ୧୩୦୩୪.୬୦ ମେଟ୍ରିକ୍‌ ଟନ୍‌ ଏବଂ ୨୦୨୩-୨୪ରେ ୧୪୪୮୩.୭୪ ମେଟ୍ରିକ୍‌ ଟନ୍‌ ମାଛ ଚିଲିକାରୁ ଉତ୍ପାଦନ ହୋଇଥିବା ଜଣାଯାଇଛି। କିନ୍ତୁ ୨୦୨୧-୨୨ରେ ଚିଙ୍ଗୁଡି ୬୭୬୨.୦୧୫ ମେଟ୍ରିକ ଟନ୍‌ ଉତ୍ପାଦନ ହୋଇଥିବା ବେଳେ ୨୦୨୨-୨୩ରେ ଚିଙ୍ଗୁଡି ୬୩୨୭.୮୦ ଏବଂ ୨୦୨୩-୨୪ରେ ଚିଙ୍ଗୁଡି ୬୦୩୮.୯୬ ମେଟ୍ରିକ ଟନ୍‌ ହୋଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ବର୍ଷ ପରେ ବର୍ଷ ଚିଙ୍ଗୁଡ଼ି ଉତ୍ପାଦନ କମିବାରେ ଲାଗିଛି। ସେହିପରି ୨୦୨୧-୨୨ରେ ଚିଲିକାରୁ ୪୭୮.୭୦ ମେଟ୍ରିକ ଟନ୍‌ କଙ୍କଡ଼ା ଉତ୍ପାଦନ ହୋଇଥିବା ବେଳେ ୨୦୨୨-୨୩ରେ ୪୪୫.୧୬ ମେଟ୍ରିକ ଟନ୍‌‌ ଏବଂ ୨୦୨୩-୨୪ରେ ୪୨୪.୭୧ ମେଟ୍ରିକ ଟନ କଙ୍କଡା ଉତ୍ପାଦନ ହୋଇଛି। କିନ୍ତୁ ସରକାରଙ୍କ ଏହି ତଥ୍ୟକୁ ଅସ୍ୱୀକାର କରିଛନ୍ତି ଚିଲିକା ମାଛ ଓ କଙ୍କଡ଼ା ବ୍ୟବସାୟୀ। ସେମାନଙ୍କ କହିବା କଥା, ଖାଲି ଚିଙ୍ଗୁଡ଼ି, କଙ୍କଡ଼ା ନୁହେଁ, ମାଛ ଉତ୍ପାଦନ ମଧ୍ୟ କମିବାରେ ଲାଗିଛି।

‌ସେମାନଙ୍କ ଅଭିଯୋଗ ହେଲା, ଚିଲିକାରେ ଘେରି ଉଚ୍ଛେଦ ଅଭିଯାନ କେବଳ ପ୍ରତିବର୍ଷ କେବଳ ଲୋକଦେଖାଣିଆ ଭାବେ ହେଉଛି। ଏବେ ବି ଚିଲିକାରେ ଚିଙ୍ଗୁଡ଼ି ମାଫିଆଙ୍କ ବେଆଇନ ଘେରି ରହିଛି। ସେଗୁଡ଼ିକ ବିରୋଧରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ‌ଏମିତିକି, ଚିଙ୍ଗୁଡ଼ି ମାଫିଆଙ୍କ ଦୌରାତ୍ମ୍ୟକୁ ମୁକାବିଲା କରି ଅନେକ ମତ୍ସ୍ୟଜୀବୀ ମଧ୍ୟ ସେମାନଙ୍କ ପ୍ରାୟୋଜିତ ଭଡ଼ାଟିଆ ଗୁଣ୍ଡାଙ୍କ ଆକ୍ରମଣର ଶିକାର ବିଗତ ଦିନରେ ହେବାର ଅନେକ ନଜିର ରହିଛି। ତେବେ ବର୍ତ୍ତମାନର ସ୍ଥିତି ଏମିତି ହୋଇଛି ଯେ ମତ୍ସଜୀବୀମାନେ ଡଙ୍ଗା ନେଇ ଚିଲିକାକୁ ଯାଉଥିଲେ ମଧ୍ୟ ଡଙ୍ଗା ଖର୍ଚ୍ଚ ବି ଉଠୁନି। ଏଭଳି ପରିସ୍ଥିତିରେ ଚିଲିକାରୁ ମାଛ ମାରି ପେଟ ପୋଷୁଥିବା ମତ୍ସ୍ୟଜୀବୀମାନେ ତାଙ୍କ ଜୀବନ ଜୀବିକା ଓ ଭବିଷ୍ୟତକୁ ନେଇ ଚିନ୍ତାରେ ରହିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଏବେ ଚିଲିକା ଆଖପାଖ ୧୩୬ଟି ଗ୍ରାମରେ ପ୍ରାୟ ୩୦,୨୩୭ଟି ମତ୍ସ୍ୟଜୀବୀ ପରିବାର ରହିଛନ୍ତି। ୧ଲକ୍ଷ ୯୪ହଜାରରୁ ଊର୍ଦ୍ଧ୍ବ ସକ୍ରିୟ ମତ୍ସ୍ୟଜୀବୀ ଅଛନ୍ତି। ୩୨୯୦ଟି ପାରମ୍ପରିକ ମାଛଧରା ଡଙ୍ଗା ରହିଥିବା ବେଳେ ୩୪ଟି ମତ୍ସ୍ୟ ଅବତରଣ କେନ୍ଦ୍ର ରହିଛି।

20 Sep 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର