ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ଆରମ୍ଭ କଲା ‘MAHI’ – ଏକ ନୂଆ ସ୍ୱାସ୍ଥ୍ୟ ସଚେତନତା ପ୍ଲାଟଫର୍ମ

Sakala Desk Picture
Published On

ଭୁବନେଶ୍ୱର: ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର, ଭାରତର ଅଗ୍ରଣୀ ହସ୍ପିଟାଲ୍ ନେଟୱର୍କ ମଣିପାଲ୍ ହସ୍ପିଟାଲ୍ସ ଗ୍ରୁପ୍ ଅଧୀନରେ, ‘‘MAHI (Manipal Hospitals Healthy India)’ ନାମରେ ଏକ ନୂଆ ପ୍ରତିରୋଧାତ୍ମକ ସ୍ୱାସ୍ଥ୍ୟ ଓ ୱେଲନେସ୍ ପ୍ଲାଟଫର୍ମ ଆରମ୍ଭ କରିଛି । ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ‘MAHI’ ସମ୍ପର୍କରେ ସେ କହିଥିଲେ ମଣିପାଲ ହସ୍ପିଟାଲ ସଦା ସର୍ବଦା ରୋଗୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରେ, ତାଙ୍କର ଏହି ପଦକ୍ଷେପ ନିଶ୍ଚିତ ଭାବରେ ଲୋକପ୍ରିୟ ହେବ ଏବଂ ନିଶ୍ଚିତ ଭାବରେ ଓଡ଼ିଶାବାସୀଙ୍କ ପ୍ରତେକ ଘରେ ପହଞ୍ଚିବ ଏହି ଅବସରରେ ଡାକ୍ତର ଶକ୍ତିମୟ ମହାପାତ୍ର (କଲଷ୍ଟର ଡାଇରେକ୍ଟ ର ସାଉଥ ଇଷ୍ଟ୍, ମଣିପାଲ୍ ହସ୍ପିଟାଲ୍ ) ଙ୍କ ସମେତ ଅନେକ ଅଭିଜ୍ଞ ଡାକ୍ତର, ସ୍ୱାସ୍ଥ୍ୟ ବିଶେଷଜ୍ଞ, ନର୍ସ ଓ ଅନ୍ୟାନ୍ୟ ବୁଦ୍ଧିଯିବୀ ମାନେ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଆଜିକାଲି ଲୋକମାନେ ରୋଗ ହେଲା ପରେ ଚିକିତ୍ସା କରିବା ଠାରୁ, ଆଗରୁ ସ୍ୱାସ୍ଥ୍ୟ ଯତ୍ନ ନେବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ବିଶେଷଜ୍ଞ ମାନଙ୍କ ଅନୁମାନ ଅନୁଯାୟୀ, ୨୦୨୬ ସୁଦ୍ଧା ପ୍ରତିରୋଧାତ୍ମକ ସ୍ୱାସ୍ଥ୍ୟ ବଜାର ୧୬ ହଜାର କୋଟି ଟଙ୍କାରୁ ଅଧିକ ହେବ । କୋଭିଡ୍ ପରେ ପ୍ରାୟ ୪୦ ପ୍ରତିଶତ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା ଓ ପ୍ରତିରୋଧାତ୍ମକ ଚିକିତ୍ସା ପ୍ରତି ସଚେତନ ହୋଇଛନ୍ତି । ଏହି ସମୟରେ ଦେଶରେ ଲକ୍ଷାଧିକ ଲୋକ ଡାଏବେଟିସ୍‌, ବ୍ଲଡ୍ ପ୍ରେସର, ହୃଦ୍‌୍‌ରୋଗ ଭଳି ଦୀର୍ଘକାଳୀନ ରୋଗରେ ପୀଡ଼ିତ କିମ୍ବା ରୋଗ ହେବାର ରିସ୍କ ରହିଛି । ଏହି କାରଣରୁ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ରୋଗ ଆଗୁଆ ଚିହ୍ନଟ ଅତ୍ୟନ୍ତ ଜରୁରୀ ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ମଣିପାଲ୍ ହସ୍ପିଟାଲ୍ ପକ୍ଷରୁ ଆରମ୍ଭ ହୋଇଥିବା ‘MAHI’ କୁ ଏକ ସହଜ ଓ ବିଶ୍ୱସନୀୟ ସ୍ୱାସ୍ଥ୍ୟ ସାଥୀ ଭାବେ ଗଢ଼ାଯାଇଛି । ଏହି ପ୍ଲାଟଫର୍ମ ମାଧ୍ୟମରେ ସାଧାରଣ ଲୋକ ସହଜରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା, ନିୟମିତ ହେଲେଥ୍ ଚେକଅପ୍‌, ଡାକ୍ତରଙ୍କ ପରାମର୍ଶ ଓ ଟୀକାକରଣ ସେବା ପାଇପାରିବେ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

‘MAHI’ ରେ କଣ କଣ ସୁବିଧା ମିଳିବ

  • ‘MAHI’ ରେ ପ୍ରତ୍ୟେକ ବୟସ୍ ଓ ପରିସ୍ଥିତି ଅନୁଯାୟୀ ହେଲ୍ଥ୍ ଚେକଅପ୍ ପ୍ୟାକେଜ୍ ରହିଛି ।
  • କିଶୋର, ପୁରୁଷ, ମହିଳା ଓ ବୟସ୍କ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ପ୍ୟାକେଜ୍‌
  • ଡାଏବେଟିସ୍‌, ଥାଇରଏଡ୍‌, PCOS, ହୃଦ୍‌‌ରୋଗ ଓ କ୍ୟାନସର ସମ୍ଭାବନା ଯାଞ୍ଚ ପାଇଁ ବିଶେଷ ପ୍ୟାକେଜ୍‌
  • ହୃଦୟ, କିଡନି, ଯକୃତ, ଫୁସଫୁସ, ଆଖି ଓ ହାଡ଼ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଅଲଗା ପ୍ୟାକେଜ୍ । ଏହି ସେବାଗୁଡ଼ିକୁ ଧୀରେ ଧୀରେ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯିବ ।
  • ‘MAHI’ ମାଧ୍ୟମରେ MAHI Check ଦ୍ୱାରା ହେଲ୍ଥ୍ ଚେକଅପ୍‌, ‘MAHI’ ଡାକ୍ତରୀ ଦ୍ୱାରା ୨୪ ଘଣ୍ଟା ଡାକ୍ତରୀ ପରାମର୍ଶ ଓ MAHI Shots ଦ୍ୱାରା ବୟସ୍କଙ୍କ ପାଇଁ ଟୀକାକରଣ ସୁବିଧା ମିଳିବ ।

ଏହି ପ୍ଲାଟଫର୍ମ ୱେବସାଇଟ୍ ଓ ମୋବାଇଲ୍ ଆପ୍ ସହିତ ହସ୍ପିଟାଲ୍ ମଧ୍ୟରେ ମଧ୍ୟ ଉପଲବ୍ଧ ରହିବ । ଏହା ଦ୍ୱାରା ସାଧାରଣ ଲୋକ ସହଜରେ ନିଜ ଓ ପରିବାରର ସ୍ୱାସ୍ଥ୍ୟ ଯତ୍ନ ନେଇପାରିବେ ।

ଏହି ଅବସରରେ ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱରର (କଲଷ୍ଟର ଡାଇରେକ୍ଟ ର ସାଉଥ ଇଷ୍ଟ୍, ମଣିପାଲ୍ ହସ୍ପିଟାଲ୍ ଡାକ୍ତର ଶକ୍ତିମୟ ମହାପାତ୍ର କହିଛନ୍ତି, “ରୋଗ ହେବା ପୂର୍ବରୁ ସ୍ୱାସ୍ଥ୍ୟ ଯତ୍ନ ନେବା ଅତ୍ୟନ୍ତ ଜରୁରୀ । ସମୟରେ ପରୀକ୍ଷା କଲେ ଗୁରୁତର ରୋଗକୁ ରୋକିହେବ । MAHI ମାଧ୍ୟମରେ ଆମେ ସାଧାରଣ ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ କରିବାକୁ ଚେଷ୍ଟା କରୁଛୁ ।”

30 Dec 2025 By Sakala Desk

ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ଆରମ୍ଭ କଲା ‘MAHI’ – ଏକ ନୂଆ ସ୍ୱାସ୍ଥ୍ୟ ସଚେତନତା ପ୍ଲାଟଫର୍ମ

ଭୁବନେଶ୍ୱର: ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର, ଭାରତର ଅଗ୍ରଣୀ ହସ୍ପିଟାଲ୍ ନେଟୱର୍କ ମଣିପାଲ୍ ହସ୍ପିଟାଲ୍ସ ଗ୍ରୁପ୍ ଅଧୀନରେ, ‘‘MAHI (Manipal Hospitals Healthy India)’ ନାମରେ ଏକ ନୂଆ ପ୍ରତିରୋଧାତ୍ମକ ସ୍ୱାସ୍ଥ୍ୟ ଓ ୱେଲନେସ୍ ପ୍ଲାଟଫର୍ମ ଆରମ୍ଭ କରିଛି । ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ‘MAHI’ ସମ୍ପର୍କରେ ସେ କହିଥିଲେ ମଣିପାଲ ହସ୍ପିଟାଲ ସଦା ସର୍ବଦା ରୋଗୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରେ, ତାଙ୍କର ଏହି ପଦକ୍ଷେପ ନିଶ୍ଚିତ ଭାବରେ ଲୋକପ୍ରିୟ ହେବ ଏବଂ ନିଶ୍ଚିତ ଭାବରେ ଓଡ଼ିଶାବାସୀଙ୍କ ପ୍ରତେକ ଘରେ ପହଞ୍ଚିବ ଏହି ଅବସରରେ ଡାକ୍ତର ଶକ୍ତିମୟ ମହାପାତ୍ର (କଲଷ୍ଟର ଡାଇରେକ୍ଟ ର ସାଉଥ ଇଷ୍ଟ୍, ମଣିପାଲ୍ ହସ୍ପିଟାଲ୍ ) ଙ୍କ ସମେତ ଅନେକ ଅଭିଜ୍ଞ ଡାକ୍ତର, ସ୍ୱାସ୍ଥ୍ୟ ବିଶେଷଜ୍ଞ, ନର୍ସ ଓ ଅନ୍ୟାନ୍ୟ ବୁଦ୍ଧିଯିବୀ ମାନେ ଉପସ୍ଥିତ ଥିଲେ ।

ଆଜିକାଲି ଲୋକମାନେ ରୋଗ ହେଲା ପରେ ଚିକିତ୍ସା କରିବା ଠାରୁ, ଆଗରୁ ସ୍ୱାସ୍ଥ୍ୟ ଯତ୍ନ ନେବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ବିଶେଷଜ୍ଞ ମାନଙ୍କ ଅନୁମାନ ଅନୁଯାୟୀ, ୨୦୨୬ ସୁଦ୍ଧା ପ୍ରତିରୋଧାତ୍ମକ ସ୍ୱାସ୍ଥ୍ୟ ବଜାର ୧୬ ହଜାର କୋଟି ଟଙ୍କାରୁ ଅଧିକ ହେବ । କୋଭିଡ୍ ପରେ ପ୍ରାୟ ୪୦ ପ୍ରତିଶତ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା ଓ ପ୍ରତିରୋଧାତ୍ମକ ଚିକିତ୍ସା ପ୍ରତି ସଚେତନ ହୋଇଛନ୍ତି । ଏହି ସମୟରେ ଦେଶରେ ଲକ୍ଷାଧିକ ଲୋକ ଡାଏବେଟିସ୍‌, ବ୍ଲଡ୍ ପ୍ରେସର, ହୃଦ୍‌୍‌ରୋଗ ଭଳି ଦୀର୍ଘକାଳୀନ ରୋଗରେ ପୀଡ଼ିତ କିମ୍ବା ରୋଗ ହେବାର ରିସ୍କ ରହିଛି । ଏହି କାରଣରୁ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ରୋଗ ଆଗୁଆ ଚିହ୍ନଟ ଅତ୍ୟନ୍ତ ଜରୁରୀ ।

ମଣିପାଲ୍ ହସ୍ପିଟାଲ୍ ପକ୍ଷରୁ ଆରମ୍ଭ ହୋଇଥିବା ‘MAHI’ କୁ ଏକ ସହଜ ଓ ବିଶ୍ୱସନୀୟ ସ୍ୱାସ୍ଥ୍ୟ ସାଥୀ ଭାବେ ଗଢ଼ାଯାଇଛି । ଏହି ପ୍ଲାଟଫର୍ମ ମାଧ୍ୟମରେ ସାଧାରଣ ଲୋକ ସହଜରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା, ନିୟମିତ ହେଲେଥ୍ ଚେକଅପ୍‌, ଡାକ୍ତରଙ୍କ ପରାମର୍ଶ ଓ ଟୀକାକରଣ ସେବା ପାଇପାରିବେ ।

‘MAHI’ ରେ କଣ କଣ ସୁବିଧା ମିଳିବ

  • ‘MAHI’ ରେ ପ୍ରତ୍ୟେକ ବୟସ୍ ଓ ପରିସ୍ଥିତି ଅନୁଯାୟୀ ହେଲ୍ଥ୍ ଚେକଅପ୍ ପ୍ୟାକେଜ୍ ରହିଛି ।
  • କିଶୋର, ପୁରୁଷ, ମହିଳା ଓ ବୟସ୍କ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ପ୍ୟାକେଜ୍‌
  • ଡାଏବେଟିସ୍‌, ଥାଇରଏଡ୍‌, PCOS, ହୃଦ୍‌‌ରୋଗ ଓ କ୍ୟାନସର ସମ୍ଭାବନା ଯାଞ୍ଚ ପାଇଁ ବିଶେଷ ପ୍ୟାକେଜ୍‌
  • ହୃଦୟ, କିଡନି, ଯକୃତ, ଫୁସଫୁସ, ଆଖି ଓ ହାଡ଼ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଅଲଗା ପ୍ୟାକେଜ୍ । ଏହି ସେବାଗୁଡ଼ିକୁ ଧୀରେ ଧୀରେ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯିବ ।
  • ‘MAHI’ ମାଧ୍ୟମରେ MAHI Check ଦ୍ୱାରା ହେଲ୍ଥ୍ ଚେକଅପ୍‌, ‘MAHI’ ଡାକ୍ତରୀ ଦ୍ୱାରା ୨୪ ଘଣ୍ଟା ଡାକ୍ତରୀ ପରାମର୍ଶ ଓ MAHI Shots ଦ୍ୱାରା ବୟସ୍କଙ୍କ ପାଇଁ ଟୀକାକରଣ ସୁବିଧା ମିଳିବ ।

ଏହି ପ୍ଲାଟଫର୍ମ ୱେବସାଇଟ୍ ଓ ମୋବାଇଲ୍ ଆପ୍ ସହିତ ହସ୍ପିଟାଲ୍ ମଧ୍ୟରେ ମଧ୍ୟ ଉପଲବ୍ଧ ରହିବ । ଏହା ଦ୍ୱାରା ସାଧାରଣ ଲୋକ ସହଜରେ ନିଜ ଓ ପରିବାରର ସ୍ୱାସ୍ଥ୍ୟ ଯତ୍ନ ନେଇପାରିବେ ।

ଏହି ଅବସରରେ ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱରର (କଲଷ୍ଟର ଡାଇରେକ୍ଟ ର ସାଉଥ ଇଷ୍ଟ୍, ମଣିପାଲ୍ ହସ୍ପିଟାଲ୍ ଡାକ୍ତର ଶକ୍ତିମୟ ମହାପାତ୍ର କହିଛନ୍ତି, “ରୋଗ ହେବା ପୂର୍ବରୁ ସ୍ୱାସ୍ଥ୍ୟ ଯତ୍ନ ନେବା ଅତ୍ୟନ୍ତ ଜରୁରୀ । ସମୟରେ ପରୀକ୍ଷା କଲେ ଗୁରୁତର ରୋଗକୁ ରୋକିହେବ । MAHI ମାଧ୍ୟମରେ ଆମେ ସାଧାରଣ ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ କରିବାକୁ ଚେଷ୍ଟା କରୁଛୁ ।”

https://www.thesakala.in/latest-odisha-news/khordha/bhubaneswar/manipal-hospital-bhubaneswar-launches-mahi-preventive-health-platform/article-43852
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର