ଆଗରେ ତାଲା, ପଛରେ ଖୋଲା: ଦୋକାନ ସିଲ କଲା ପ୍ରଶାସନ

The Sakala Picture
Published On

ବାଲିପାଟଣା: ରଜ, ସାବିତ୍ରୀ ପାଖେଇ ଆସିଲାଣି ତିନି ଦିନ ପରେ ସାବିତ୍ରୀ ବ୍ରତ ତେଣୁ ଲୋକମାନେ କୋଭିଡ଼ ନିୟମ ଉଲଙ୍ଘନ କରି ଲୁଗାପଟା କିଣିବା ପାଇଁ ଲୁଗା ଦୋକାନରେ ଭିଡ ଜମାଉଛନ୍ତି। କରୋନା ମହାମାରୀ ଚେନ୍ ଛିଡାଇବା ପାଇଁ ରାଜ୍ୟରେ ସରକାର ଲକଡାଉନ୍ ଏବଂ ସଟଡାଉନ୍ ଭଳି କଟକଣା ଜାରି କରିଛନ୍ତି। ମାତ୍ର କିଛି ଅମାନିଆ ବ୍ୟବସାୟୀ ଲଗାମ ହିନ ହୋଇଛନ୍ତି। ଡ୍ରେସ୍ ଦୋକାନ ସାମ୍ନା ରେ ତାଲା ଝୁଲୁଛି । କିନ୍ତୁ ଦୋକାନ ଭିତରେ ଜମୁଛି […]

ବାଲିପାଟଣା: ରଜ, ସାବିତ୍ରୀ ପାଖେଇ ଆସିଲାଣି ତିନି ଦିନ ପରେ ସାବିତ୍ରୀ ବ୍ରତ ତେଣୁ ଲୋକମାନେ କୋଭିଡ଼ ନିୟମ ଉଲଙ୍ଘନ କରି ଲୁଗାପଟା କିଣିବା ପାଇଁ ଲୁଗା ଦୋକାନରେ ଭିଡ ଜମାଉଛନ୍ତି। କରୋନା ମହାମାରୀ ଚେନ୍ ଛିଡାଇବା ପାଇଁ ରାଜ୍ୟରେ ସରକାର ଲକଡାଉନ୍ ଏବଂ ସଟଡାଉନ୍ ଭଳି କଟକଣା ଜାରି କରିଛନ୍ତି। ମାତ୍ର କିଛି ଅମାନିଆ ବ୍ୟବସାୟୀ ଲଗାମ ହିନ ହୋଇଛନ୍ତି। ଡ୍ରେସ୍ ଦୋକାନ ସାମ୍ନା ରେ ତାଲା ଝୁଲୁଛି । କିନ୍ତୁ ଦୋକାନ ଭିତରେ ଜମୁଛି ବେପା । ରାଜଧାନୀ ଉପକଣ୍ଠ ବାଲିପାଟଣାର ଏହା ହେଉଛି ଦୃଶ୍ୟ। ରାସ୍ତା କଡରେ ଥିବା ଏହି ଦୋକାନକୁ ଦେଖିଲେ ଲାଗିବ ଦୋକାନ ବନ୍ଦ। ମାତ୍ର ଦୋକାନ ଭିତରେ ପୁରା ଭିଡ଼। ଗ୍ରାହକଙ୍କୁ ଲୁଗାପଟା ବିକ୍ରି କରିବାରେ ଦୋକାନୀ ପୁରା ବ୍ୟସ୍ତ। ଦୋକାନର ପ୍ରବେଶ ଦ୍ବାର ରେ ତାଲା ପଡିଛି , ଗାଡି ଅନ୍ୟତ୍ର ରଖାଯାଉଛି  ,ଚପଲ ଲୁଚା ଯାଉଛି, ଜଣେ ଦୋକାନ କର୍ମଚାରୀ ମଧ୍ୟ ଜଗି ବସିଛି ତାଲାର ଚାବି ଧରି। ଗ୍ରାହକ ପହଁଞ୍ଚିଲେ ତାଲା ଖୋଲି ଭିତରକୁ ଛାଡ଼ୁଛନ୍ତି । ପୁଣି ତାଲା ପକାଇ ଦେଉଛନ୍ତି । ଏହିଭଳି ଚାଲୁଛି ଲୁଗା ବେପାର।ଅଠାନ୍ତର ବଜାର ରେ ଏକାଧିକ ବସ୍ତ୍ରାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ସୁଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ତହସିଲ ପ୍ରଶାସନ ପକ୍ଷରୁ ଉକ୍ତ ଦୋକାନରେ ଫାଇନ୍ କଟାଯାଇଥିଲା, ମାତ୍ର ପରେ ପୁଣି ଦୋକାନ ଖୋଲା କରି ବ୍ୟବସାୟ ଚାଲିଛି। ସ୍ଥାନୀୟ ଲୋକ ଖବର ଦେବାରୁ ଆଜି ବାଲିପାଟଣା ତହସିଲ ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ଯ , ସବରେଜିଷ୍ଟାର ଶ୍ରୀ ବିଭାଶ ପାଣିଗ୍ରାହୀ, ଥାନା ଅଧିକାରୀ କୃପାସିନ୍ଧୁ ବାରାଡ ପହଞ୍ଚି ଦୁଇଟି ଲୁଗା ଦୋକାନକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ଯନ୍ତ ସିଲ କରିଛନ୍ତି। କିଛି ଦୋକାନରୁ ଫାଇନ ଆଦାୟ କରାଯାଇଛି।

07 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର