ମନୋରଞ୍ଜନ
ଓଡ଼ିଶା
ଏଟିଏମ୍ କାର୍ଡ ବଦଳାଇ ୧୭ ହଜାର ଟଙ୍କା ଲୁଟ୍
ବାଲୁଗାଁ: ବାଣପୁର ଥାନା ଅଞ୍ଚଳରେ ଜଣେ ବ୍ଯକ୍ତିଙ୍କ ଏଟିଏମ କାର୍ଡ ବଦଳାଇ ତାଙ୍କ ଆକାଉଣ୍ଟରୁ ଜଣେ ଦୁର୍ବୃତ୍ତ ୧୭ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟି ନେଇ ଥିବା ନେଇ ଠକାମିର ଶିକାର ହୋଇଥିବା ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ବାଣପୁର ଖୁଣ୍ଟପଲ୍ଲୀ ଗ୍ରାମର ମକଦ୍ଦମ ଜେନା(୫୮) ନାମକ ଜଣେ ବ୍ୟକ୍ତି ନିଜର ଆକାଉଣ୍ଟରେ କେତେ ଟଙ୍କା ଜମା ଅଛି, ଜାଣିବା ପାଇଁ ତାଙ୍କ ଏଟିଏମ କାର୍ଡ ନେଇ ବାଣପୁର ଷ୍ଟେଟ ବ୍ୟାଙ୍କ ଶାଖାର ଏଟିଏମ […]
ବାଲୁଗାଁ: ବାଣପୁର ଥାନା ଅଞ୍ଚଳରେ ଜଣେ ବ୍ଯକ୍ତିଙ୍କ ଏଟିଏମ କାର୍ଡ ବଦଳାଇ ତାଙ୍କ ଆକାଉଣ୍ଟରୁ ଜଣେ ଦୁର୍ବୃତ୍ତ ୧୭ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟି ନେଇ ଥିବା ନେଇ ଠକାମିର ଶିକାର ହୋଇଥିବା ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ ବାଣପୁର ଖୁଣ୍ଟପଲ୍ଲୀ ଗ୍ରାମର ମକଦ୍ଦମ ଜେନା(୫୮) ନାମକ ଜଣେ ବ୍ୟକ୍ତି ନିଜର ଆକାଉଣ୍ଟରେ କେତେ ଟଙ୍କା ଜମା ଅଛି, ଜାଣିବା ପାଇଁ ତାଙ୍କ ଏଟିଏମ କାର୍ଡ ନେଇ ବାଣପୁର ଷ୍ଟେଟ ବ୍ୟାଙ୍କ ଶାଖାର ଏଟିଏମ ମେସିନକୁ ଯାଇ ଥିଲେ। ହେଲେ ମକଦ୍ଦମ ଏଟିଏମ ମେସିନ ଚଲା ଜାଣି ନଥିବାରୁ ନିଜ ଏଟିଏମ କାର୍ଡ ଟିକୁ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତିକୁ ଦେଇ ଆକାଉଣ୍ଟରେ କେତେ ଟଙ୍କା ଜମା ଅଛି ଦେଖିବାକୁ କହି ଥିଲେ। ହେଲେ ଉକ୍ତ ବ୍ୟକ୍ତି ଜଣକ ଚଞ୍ଚକତା କରି ଜମା ରସିଦ ସହ ଉକ୍ତ ଏଟିଏମ କାର୍ଡକୁ ବଦଳାଇ ଅନ୍ୟ ଏକ ଏଟିଏମ କାର୍ଡ ମକଦ୍ଦମଙ୍କୁ ଫେରାଇ ଦେଇ ସଙ୍ଗେ ସଙ୍ଗେ ସେଠାରୁ ଚାଲି ଯାଇ ଥିଲେ।
କିଛି ସମୟ ପରେ ସେଠାକୁ ନିଜର ଜଣେ ସମ୍ପର୍କୀୟ ଆସିବାରେ ମକଦ୍ଦମ ପୁଣିଥରେ ଉକ୍ତ ଏଟିଏମ କାର୍ଡ ଦେଇ ଆକାଉଣ୍ଟରେ କେତେ ଟଙ୍କା ଜମା ଅଛି ଦେଖି ବାକୁ କହିଥିଲେ। ହେଲେ ଆକାଉଣ୍ଟ ଯାଞ୍ଚ ବେଳେ ଉକ୍ତ ଏଟିଏମ କାର୍ଡଟି ମକଦ୍ଦମ ଙ୍କର ନୁହେଁ ବୋଲି ଜାଣା ପଡ଼ିଥିଲା। ହେଲେ ସେତେବେଳକୁ ଦୁର୍ବୁତ୍ତ ଜଣକ ଉକ୍ତ ଏଟିଏମ କାର୍ଡ ବ୍ୟବହାର କରି ମକଦ୍ଦମଙ୍କ ଆକାଉଣ୍ଟରୁ ୧୭ ହଜାର ୫ ଶହ ୬୫ ଟଙ୍କା ଉଠାଇ ନେଇ ଥିବାର ଜଣାପଡିଥିଲା । ତାଙ୍କ ମୋବାଇଲକୁ ଆସିଥିବା ମେସେଜରୁ ସେ ଠକେଇର ଶିକାର ହୋଇ ଥିବା ସମ୍ପର୍କରେ ଜାଣିବାକୁ ପାଇଥିଲେ।
ଏନେଇ ମକଦମ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାରେ ପୋଲିସ ଏକ ମାମଲା ରୁଜୁ କରି ବ୍ୟାଙ୍କ ସିସିଟିଭି ଫୁଟେଜ ଯାଞ୍ଚ କରି ସେଥିରୁ ଦୁର୍ବୃତ୍ତର ଫୋଟୋ ସଂଗ୍ରହକରି ତଦନ୍ତ ଜାରିରଖିଛି। ତେବେ ଅଜଣା ବ୍ୟକ୍ତିଙ୍କୁ ଏଟିଏମ କାର୍ଡ କିମ୍ବା ପିନ ନଦେବା ପାଇଁ ଲୋକଙ୍କୁ ବାରମ୍ବାର ସଚେତନତା କରାଯାଉଥିବା ସତ୍ତ୍ବେ ଲୋକେ ଭୁଲ କରି ଠକେଇର ଶିକାର ହେଉଛନ୍ତି। ତେବେ ଏଭଳି ଭୁଲ ନକରିବା ପାଇଁ ପୋଲିସ ପରାମର୍ଶ ଦେଇଛି।