ଜଙ୍ଗଲୀ ବାରାହା ଆକ୍ରମଣ, ୫ ଗୁରୁତର

The Sakala Picture
Published On

ତେଲକୋଇ/କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜଙ୍ଗଲୀ ବାରାହା ଆକ୍ରମଣରେ ୫ ଜଣ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ସକାଳେ ଭୀମକାଣ୍ଡ ପଂଚାୟତ କାଣ୍ଡପଶି ଗାଁର ଖଗେଶ୍ୱର ମହାକୁଡ଼ ଓ କାର୍ତ୍ତିକ ମହାକୁଡ଼ ଗ୍ରାମରୁ ୧ କିମି ଦୂରରେ ଥିବା ପାଳ ଜଙ୍ଗଲକୁ ମହୁଲ ସଂଗ୍ରହ କରିବାକୁ ଯାଇଥିଲେ। ସେମାନେ ଏକ ଜଙ୍ଗଲୀ ବାରାହା ହାବୁଡ଼ରେ ପଡିଯାଇଥିଲେ। ବାରହା ଆକ୍ରମଣରେ […]

ତେଲକୋଇ/କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜଙ୍ଗଲୀ ବାରାହା ଆକ୍ରମଣରେ ୫ ଜଣ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଭୀମକାଣ୍ଡ ପଂଚାୟତ କାଣ୍ଡପଶି ଗାଁର ଖଗେଶ୍ୱର ମହାକୁଡ଼ ଓ କାର୍ତ୍ତିକ ମହାକୁଡ଼ ଗ୍ରାମରୁ ୧ କିମି ଦୂରରେ ଥିବା ପାଳ ଜଙ୍ଗଲକୁ ମହୁଲ ସଂଗ୍ରହ କରିବାକୁ ଯାଇଥିଲେ। ସେମାନେ ଏକ ଜଙ୍ଗଲୀ ବାରାହା ହାବୁଡ଼ରେ ପଡିଯାଇଥିଲେ। ବାରହା ଆକ୍ରମଣରେ ସେମାନେ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେହିପରି କରଦାଙ୍ଗି କଲିଝରି ସାହିର ବୁଧୁରାମ ମୁଣ୍ଡା(୫୦) ଓ ତାଙ୍କ ଭାଇ ବହୁ ରାଇବାରି ମୁଣ୍ଡାଙ୍କୁ ମଧ୍ୟ ସେହି ବାରାହା ଆକ୍ରମଣ କରିବାରୁ ସେମାନେ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ରମାକାନ୍ତ ମହନ୍ତ ନାମକ ଜଣେ ବ୍ଯକ୍ତି ଏକା ଫେରୁଥିବା ବେଳେ ଉକ୍ତ ବାରାହା ମଧ୍ଯ ତାଙ୍କୁ ଆକ୍ରାମଣ କରିଥିବା ଜଣାପଡ଼ିଛି।

02 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର