ବାଘଙ୍କ ପସନ୍ଦ କେନ୍ଦୁଝର ବନଖଣ୍ଡ: ଚିହ୍ନଟ ହେଲେଣି ୧ ମହାବଳ, ୧୫ରୁ ଊର୍ଦ୍ଧ୍ବ କଲରାପତରିଆ

The Sakala Picture
Published On

କେନ୍ଦୁଝର: ହାତୀଙ୍କ ପାଇଁ ସବୁବେଳେ ଚର୍ଚ୍ଚା‌ରେ ରହୁଥିବା କେନ୍ଦୁଝର ବନଖଣ୍ଡ‌‌‌ରେ ଏବେ ବହୁ ସଂଖ୍ୟାରେ ବାଘଙ୍କ ଉପସ୍ଥିତିକୁ ନେଇ ବନ ବିଭାଗ ଓ ବନ୍ୟପ୍ରାଣୀପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଧୀରେଧୀରେ ଏହା ବାଘଙ୍କ ପସନ୍ଦର ବନଖଣ୍ଡ‌ ହେବାକୁ ଯାଉଛି ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ବନଖଣ୍ଡର ବିଭିନ୍ନ ରେଞ୍ଜରୁ ଗୋଟିଏ ମହାବଳ ଓ ୧୫ରୁ ଊର୍ଦ୍ଧ୍ବ କଲରାପତରିଆ ବାଘ ଠାବ ହୋଇଛନ୍ତି। ତେବେ ଜାନୁଆରୀ ୧୫ରେ ବାଘ ଗଣନା ଶେଷ ହେବା ପରେ ସଂଖ୍ୟା ଆହୁରି ବୃଦ୍ଧି […]

କେନ୍ଦୁଝର: ହାତୀଙ୍କ ପାଇଁ ସବୁବେଳେ ଚର୍ଚ୍ଚା‌ରେ ରହୁଥିବା କେନ୍ଦୁଝର ବନଖଣ୍ଡ‌‌‌ରେ ଏବେ ବହୁ ସଂଖ୍ୟାରେ ବାଘଙ୍କ ଉପସ୍ଥିତିକୁ ନେଇ ବନ ବିଭାଗ ଓ ବନ୍ୟପ୍ରାଣୀପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଧୀରେଧୀରେ ଏହା ବାଘଙ୍କ ପସନ୍ଦର ବନଖଣ୍ଡ‌ ହେବାକୁ ଯାଉଛି ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ବନଖଣ୍ଡର ବିଭିନ୍ନ ରେଞ୍ଜରୁ ଗୋଟିଏ ମହାବଳ ଓ ୧୫ରୁ ଊର୍ଦ୍ଧ୍ବ କଲରାପତରିଆ ବାଘ ଠାବ ହୋଇଛନ୍ତି। ତେବେ ଜାନୁଆରୀ ୧୫ରେ ବାଘ ଗଣନା ଶେଷ ହେବା ପରେ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

କିଛି ମାସ ତଳେ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଥିବା ନେଇ ସୂଚନା ମିଳିଥିଲା। ତେଣୁ ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଉକ୍ତ ଜଙ୍ଗଲରେ ସାଧାରଣ ପ୍ରବେଶକୁ ବାରଣ କରାଯାଇଛି। ଜଙ୍ଗଲର ବିଭିନ୍ନ ସ୍ଥାନରେ ୫୪ଟି ଟ୍ରାପ୍‌‌ କ୍ୟାମେରା ଲଗାଯାଇଛି। ପ୍ରାୟ ୧.୪ ବର୍ଗ କିଲୋମଟିର ପରିଧିରେ ଗୋଟିଏ ଲେଖାଁଏ କ୍ୟାମେରା ବିଭିନ୍ନ ସ୍ଥାନରେ ଲଗାଯାଇ ବାଘର ଗତିବିଧି ନିରୀକ୍ଷଣ କରାଯାଉଛି। ମହାବଳ ବ୍ୟତୀତ ଏହି ଜଙ୍ଗଲରେ ପାଖାପାଖି ୫ରୁ ଊର୍ଦ୍ଧ୍ବ କଲରାପତରିଆଙ୍କ ଉପସ୍ଥିତି ସମ୍ପର୍କରେ ବନ ବିଭାଗ ସୂଚନା ପାଇଛି। ବନ ବିଭାଗ ଦ୍ୱାରା ବାଘର ପାଦଚିହ୍ନ ସଂଗ୍ରହ ଓ ଟ୍ରାପ୍‌‌ କ୍ୟାମେରା ମନିଟରିଂରୁ ବାଘ ଚିହ୍ନଟ କରାଯାଉଛି। ଏହାବ୍ୟତୀତ ବନାଞ୍ଚଳରେ ଅତ୍ୟନ୍ତ ବିରଳ ପ୍ରଜାତିର ଚଉସିଙ୍ଗା, ଝିଙ୍କ, ବାରାହା, ହରିଣ ଆଦି ବ୍ୟାପକ ଭାବେ ରହିଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

‌ସେହିପରି ତେଲକୋଇ ରେଞ୍ଜର କର୍ଲାପାଟ ସଂରକ୍ଷିତ ଜଙ୍ଗଲ ଓ ସଦର ବନାଞ୍ଚଳର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବହୁ କଲରାପତରିଆ ବାଘଙ୍କ ଚଳପ୍ରଚଳ ନେଇ ବନ ବିଭାଗ ସୂଚନା ପାଇଛି। ଏହି ବନାଞ୍ଚଳଗୁଡ଼ିକରେ ବାଘ ଯାତାୟତ କରୁଥିବା ସ୍ଥାନରେ ବାଘର ପାଦଚିହ୍ନ ଜାଣିବା ପାଇଁ ଜଙ୍ଗଲ ଭିତରେ ୬ମିଟର୍‌‌ ଲମ୍ୱ ଓ ୩ ମିଟର୍‌‌ ଚୌଡାର ବାଲିରେ ପିଆଇପି (ପଗ୍‌‌ ମାର୍କ ଇମ୍ପ୍ରେସନ୍‌‌ ପ୍ୟାଡ୍‌‌)ପ୍ରସ୍ତୁତ କରାଯାଇଛି। ଏହି ସ୍ଥାନରୁ ବାଘର ପାଦଚିହ୍ନ, ମଳ, ମୂତ୍ର, ଲୋମ ଆଦି ସଂଗ୍ରହ କରାଯାଇ ବାଘର ତଥ୍ୟ ସଂଗ୍ରହ କରାଯାଉଛି ବୋଲି ସୂଚନା ମିଳୁଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

କେନ୍ଦୁଝର ଡିଏଫ୍‌‌ଓ ଧନରାଜ ଏଚ୍‌‌ଡି କହିଛନ୍ତି, ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ସହ ବିଭିନ୍ନ ଜଙ୍ଗଲରେ ଏକାଧିକ କଲରାପତରିଆ ବାଘ ଥିବା ପ୍ରାଥମିକ ସୂଚନା ମିଳିଛି। ଏବେ ଗଣତି ଚାଲିଛି। ଜାନୁଆରୀ ୧୫ପରେ କେଉଁ ବନାଞ୍ଚଳରେ କେତେ କଲରାପତରିଆ ବାଘ ଅଛନ୍ତି, ତାହା ସ୍ପଷ୍ଟ ହୋଇଯିବ। ଅଟେଇରେ ବନ ବିଭାଗର ମନିଟରିଂ ଓ ସାଧାରଣ ପ୍ରବେଶ ଉପରେ କଟକଣା ଯୋଗୁର୍ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।

14 Nov 2023 By The Sakala

ବାଘଙ୍କ ପସନ୍ଦ କେନ୍ଦୁଝର ବନଖଣ୍ଡ: ଚିହ୍ନଟ ହେଲେଣି ୧ ମହାବଳ, ୧୫ରୁ ଊର୍ଦ୍ଧ୍ବ କଲରାପତରିଆ

କେନ୍ଦୁଝର: ହାତୀଙ୍କ ପାଇଁ ସବୁବେଳେ ଚର୍ଚ୍ଚା‌ରେ ରହୁଥିବା କେନ୍ଦୁଝର ବନଖଣ୍ଡ‌‌‌ରେ ଏବେ ବହୁ ସଂଖ୍ୟାରେ ବାଘଙ୍କ ଉପସ୍ଥିତିକୁ ନେଇ ବନ ବିଭାଗ ଓ ବନ୍ୟପ୍ରାଣୀପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଧୀରେଧୀରେ ଏହା ବାଘଙ୍କ ପସନ୍ଦର ବନଖଣ୍ଡ‌ ହେବାକୁ ଯାଉଛି ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ବନଖଣ୍ଡର ବିଭିନ୍ନ ରେଞ୍ଜରୁ ଗୋଟିଏ ମହାବଳ ଓ ୧୫ରୁ ଊର୍ଦ୍ଧ୍ବ କଲରାପତରିଆ ବାଘ ଠାବ ହୋଇଛନ୍ତି। ତେବେ ଜାନୁଆରୀ ୧୫ରେ ବାଘ ଗଣନା ଶେଷ ହେବା ପରେ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

କିଛି ମାସ ତଳେ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଥିବା ନେଇ ସୂଚନା ମିଳିଥିଲା। ତେଣୁ ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଉକ୍ତ ଜଙ୍ଗଲରେ ସାଧାରଣ ପ୍ରବେଶକୁ ବାରଣ କରାଯାଇଛି। ଜଙ୍ଗଲର ବିଭିନ୍ନ ସ୍ଥାନରେ ୫୪ଟି ଟ୍ରାପ୍‌‌ କ୍ୟାମେରା ଲଗାଯାଇଛି। ପ୍ରାୟ ୧.୪ ବର୍ଗ କିଲୋମଟିର ପରିଧିରେ ଗୋଟିଏ ଲେଖାଁଏ କ୍ୟାମେରା ବିଭିନ୍ନ ସ୍ଥାନରେ ଲଗାଯାଇ ବାଘର ଗତିବିଧି ନିରୀକ୍ଷଣ କରାଯାଉଛି। ମହାବଳ ବ୍ୟତୀତ ଏହି ଜଙ୍ଗଲରେ ପାଖାପାଖି ୫ରୁ ଊର୍ଦ୍ଧ୍ବ କଲରାପତରିଆଙ୍କ ଉପସ୍ଥିତି ସମ୍ପର୍କରେ ବନ ବିଭାଗ ସୂଚନା ପାଇଛି। ବନ ବିଭାଗ ଦ୍ୱାରା ବାଘର ପାଦଚିହ୍ନ ସଂଗ୍ରହ ଓ ଟ୍ରାପ୍‌‌ କ୍ୟାମେରା ମନିଟରିଂରୁ ବାଘ ଚିହ୍ନଟ କରାଯାଉଛି। ଏହାବ୍ୟତୀତ ବନାଞ୍ଚଳରେ ଅତ୍ୟନ୍ତ ବିରଳ ପ୍ରଜାତିର ଚଉସିଙ୍ଗା, ଝିଙ୍କ, ବାରାହା, ହରିଣ ଆଦି ବ୍ୟାପକ ଭାବେ ରହିଥିବା ଜଣାଯାଇଛି।

‌ସେହିପରି ତେଲକୋଇ ରେଞ୍ଜର କର୍ଲାପାଟ ସଂରକ୍ଷିତ ଜଙ୍ଗଲ ଓ ସଦର ବନାଞ୍ଚଳର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବହୁ କଲରାପତରିଆ ବାଘଙ୍କ ଚଳପ୍ରଚଳ ନେଇ ବନ ବିଭାଗ ସୂଚନା ପାଇଛି। ଏହି ବନାଞ୍ଚଳଗୁଡ଼ିକରେ ବାଘ ଯାତାୟତ କରୁଥିବା ସ୍ଥାନରେ ବାଘର ପାଦଚିହ୍ନ ଜାଣିବା ପାଇଁ ଜଙ୍ଗଲ ଭିତରେ ୬ମିଟର୍‌‌ ଲମ୍ୱ ଓ ୩ ମିଟର୍‌‌ ଚୌଡାର ବାଲିରେ ପିଆଇପି (ପଗ୍‌‌ ମାର୍କ ଇମ୍ପ୍ରେସନ୍‌‌ ପ୍ୟାଡ୍‌‌)ପ୍ରସ୍ତୁତ କରାଯାଇଛି। ଏହି ସ୍ଥାନରୁ ବାଘର ପାଦଚିହ୍ନ, ମଳ, ମୂତ୍ର, ଲୋମ ଆଦି ସଂଗ୍ରହ କରାଯାଇ ବାଘର ତଥ୍ୟ ସଂଗ୍ରହ କରାଯାଉଛି ବୋଲି ସୂଚନା ମିଳୁଛି।

କେନ୍ଦୁଝର ଡିଏଫ୍‌‌ଓ ଧନରାଜ ଏଚ୍‌‌ଡି କହିଛନ୍ତି, ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ସହ ବିଭିନ୍ନ ଜଙ୍ଗଲରେ ଏକାଧିକ କଲରାପତରିଆ ବାଘ ଥିବା ପ୍ରାଥମିକ ସୂଚନା ମିଳିଛି। ଏବେ ଗଣତି ଚାଲିଛି। ଜାନୁଆରୀ ୧୫ପରେ କେଉଁ ବନାଞ୍ଚଳରେ କେତେ କଲରାପତରିଆ ବାଘ ଅଛନ୍ତି, ତାହା ସ୍ପଷ୍ଟ ହୋଇଯିବ। ଅଟେଇରେ ବନ ବିଭାଗର ମନିଟରିଂ ଓ ସାଧାରଣ ପ୍ରବେଶ ଉପରେ କଟକଣା ଯୋଗୁର୍ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।

https://www.thesakala.in/latest-odisha-news/kendujhar/tiger-preference-keonjharkhand-forest-1-mahabal-more-than-15-leopard/article-27279
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର