କାର ଓ ବାଇକ ଉପରେ ଚଢିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ କାରରେ ବସିଥିବା ବ୍ଯକ୍ତି

The Sakala Picture
Published On

ଝୁମ୍ପୁରା: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତକ ଓଡ଼ିଶା ସ୍ପଞ୍ଜ ଆଇରନ କାରଖାନା ଛକ ନିକଟ ପଳାଶପଙ୍ଗା-ବାମେବାରୀ ରାସ୍ତାରେ ଶନିବାର ଦିନ ଏକ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ରାସ୍ତାରେ ଛିଡା ହୋଇଥିବା କାର ଓ ବାଇକ ଉପରେ ଚଢିଯାଇଛି। ସୌଭାଗ୍ଯ ବସତଃ କାରରେଥିବା ଜଣେ ବ୍ଯକ୍ତି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ମୁତାବକ, ଆଜି ଓଡ଼ିଶା ସ୍ପଞ୍ଜ ଆଇରନ କାରଖାନା ଛକ ନିକଟ ଏକ ଚା’ ଦୋକାନ ସମ୍ମୁଖରେ କାର ଓ ବାଇକ ଛିଡାକରି […]

ଝୁମ୍ପୁରା: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତକ ଓଡ଼ିଶା ସ୍ପଞ୍ଜ ଆଇରନ କାରଖାନା ଛକ ନିକଟ ପଳାଶପଙ୍ଗା-ବାମେବାରୀ ରାସ୍ତାରେ ଶନିବାର ଦିନ ଏକ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ରାସ୍ତାରେ ଛିଡା ହୋଇଥିବା କାର ଓ ବାଇକ ଉପରେ ଚଢିଯାଇଛି। ସୌଭାଗ୍ଯ ବସତଃ କାରରେଥିବା ଜଣେ ବ୍ଯକ୍ତି ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ସୂଚନା ମୁତାବକ, ଆଜି ଓଡ଼ିଶା ସ୍ପଞ୍ଜ ଆଇରନ କାରଖାନା ଛକ ନିକଟ ଏକ ଚା’ ଦୋକାନ ସମ୍ମୁଖରେ କାର ଓ ବାଇକ ଛିଡାକରି କିଛି ବ୍ଯକ୍ତି ଚା’ ପିଉଥିଲେ। ପଳାଶପଙ୍ଗା ପଟରୁ ବାମେବାରୀ ଅଭିମୁଖେ ଯାଉଥିବା ଏକ ୧୨ ଚକିଆ ଟ୍ରକ (ଓଡି୦୯କେ୬୨୫୨) ଦ୍ରୁତଗତିରେ ଥିବାରୁ ଭାରସାମ୍ୟ ହରାଇ ଛିଡା ହୋଇ ଥିବା କାର ନଂ-(ଓଡି୩୩ଭି୪୪୭୫ ) ଏବଂ ବାଇକ ନଂ-(ଓଡି୦୯ବି୦୫୭୦) ଉପରେ ଚଢିଯାଇଥିଲା। ଫଳରେ କାର ଭିତରେ ବସିଥିବା ବ୍ୟକ୍ତି ଜଣକ ଅଳ୍ପକେ ବର୍ତିଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ୍‍ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଗୁଡିକୁ ଜବତ କରିଥିଲେ। ଦୁର୍ଘଟଣାର ପାରିପାର୍ଶ୍ବିକସ୍ଥିତିକୁ ଅନୁଧ୍ୟାନ କରିବା ସହ ତଦନ୍ତ ଜାରି ରଖିଥିବା ପଳାଶପଙ୍ଗା ବିଟ୍‍ ହାଉସର ଅଧିକାରୀ ଭୋଳେଶ୍ୱର ନାଏକ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର