କାଜୁ ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର

The Sakala Picture
Published On

ପାଟଣା/ ତୁରୁମୁଙ୍ଗା: ପୁଣି ଅଲୋଡା ହେଲା ଶିଶୁକନ୍ୟା। ଗାଁ ନିକଟରେ ଥିବା ଏକ କାଜୁ ଜଙ୍ଗଲରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। କେନ୍ଦୁଝର ଜିଲ୍ଲା ପାଟଣା ଥାନା କୁଣ୍ଡୁଳା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆଜି କିଛି ଲୋକ କାଜୁ ଜଙ୍ଗଲ ରାସ୍ତାଦେଇ ଯାଉଥିବା ସମୟରେ ଶିଶୁଟିର କାନ୍ଦ ଶୁଣିବାକୁ ପାଇଥିଲେ। ପରେ ଗ୍ରାମରେ ଜଣାଇବା ପରେ ଗ୍ରାମର ଆଶା ଦିଦି ଡାଲିମ୍ବ ମହାନ୍ତ ଗ୍ରାମବାସୀଙ୍କ ସହଯୋଗରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। […]

ପାଟଣା/ ତୁରୁମୁଙ୍ଗା: ପୁଣି ଅଲୋଡା ହେଲା ଶିଶୁକନ୍ୟା। ଗାଁ ନିକଟରେ ଥିବା ଏକ କାଜୁ ଜଙ୍ଗଲରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। କେନ୍ଦୁଝର ଜିଲ୍ଲା ପାଟଣା ଥାନା କୁଣ୍ଡୁଳା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆଜି କିଛି ଲୋକ କାଜୁ ଜଙ୍ଗଲ ରାସ୍ତାଦେଇ ଯାଉଥିବା ସମୟରେ ଶିଶୁଟିର କାନ୍ଦ ଶୁଣିବାକୁ ପାଇଥିଲେ। ପରେ ଗ୍ରାମରେ ଜଣାଇବା ପରେ ଗ୍ରାମର ଆଶା ଦିଦି ଡାଲିମ୍ବ ମହାନ୍ତ ଗ୍ରାମବାସୀଙ୍କ ସହଯୋଗରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। ଘଟଣା ସ୍ଥଳରେ ପାଟଣା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶିଶୁଟି ଦୁଇ ତିନି ଦିନ ପୂର୍ବରୁ ଜନ୍ମଗ୍ରହଣ କରିଥିବା ଜଣାପଡୁ ଥିବା ଆଶା ଦିଦି କହିଥିବା ବେଳେ ଉଧାର ପରେ ଶିଶୁଟିକୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର