ବନ୍ଧୁକ ଦେଖାଇ ବେପାରୀଙ୍କଠାରୁ ୧ ଲକ୍ଷ ୧୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

The Sakala Picture
Published On

ତେଲକୋଇ/କେନ୍ଦୁଝର: ତେଲକୋଇରେ ପୁଣି ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ।ସକାଳ ୯ଟା ବେଳେ ତେଲକୋଇ ଜଗମୋହନପୁର ରାସ୍ତା ପେଟ୍ରୋଲ ଟାଙ୍କି ନିକଟରୁ ଭୁଜାଲି ଓ ବନ୍ଧୁକ ଦେଖାଇ ଦୁଇ ଗୋରୁ ବେପାରୀଙ୍କଠାରୁ ଏକଲକ୍ଷ ୧୦ ହଜାର ଲୁଟ। ଲୁଟେରାଙ୍କ ଭୂଜାଲି ମାଡରେ ଜଣେ ଗୁରୁତର। ମେଡିକାଲରେ ଭର୍ତ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ତେଲକୋଇ-ଜଗମୋହନପୁର ରାସ୍ତାର ଭାରତ ପେଟ୍ରୋଲ ଟାଙ୍କି ନିକଟରେ। ଆଜି ସକାଳୁ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଙ୍କି ଗାଁରୁ ଆଲୋକ […]

ତେଲକୋଇ/କେନ୍ଦୁଝର: ତେଲକୋଇରେ ପୁଣି ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ।ସକାଳ ୯ଟା ବେଳେ ତେଲକୋଇ ଜଗମୋହନପୁର ରାସ୍ତା ପେଟ୍ରୋଲ ଟାଙ୍କି ନିକଟରୁ ଭୁଜାଲି ଓ ବନ୍ଧୁକ ଦେଖାଇ ଦୁଇ ଗୋରୁ ବେପାରୀଙ୍କଠାରୁ ଏକଲକ୍ଷ ୧୦ ହଜାର ଲୁଟ। ଲୁଟେରାଙ୍କ ଭୂଜାଲି ମାଡରେ ଜଣେ ଗୁରୁତର। ମେଡିକାଲରେ ଭର୍ତ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ତେଲକୋଇ-ଜଗମୋହନପୁର ରାସ୍ତାର ଭାରତ ପେଟ୍ରୋଲ ଟାଙ୍କି ନିକଟରେ।

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି ବେଦାନ୍ତ

ଆଜି ସକାଳୁ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଙ୍କି ଗାଁରୁ ଆଲୋକ ପଲେଇ ଓ ଅମିୟ କୁମାର ବାରିକ ଛାମୁଣ୍ଡା ହାଟକୁ ଆସୁଥିଲେ। ସେମାନେ ତେଲକୋଇରେ ପହଞ୍ଚି ଏକ ହୋଟେଲରେ ଜଳଖିଆ ଖାଇବା ପରେ ଛାମୁଣ୍ଡା ଗାଁ ଅଭିମୁଖେ ଯାଉଥିବାବେଳେ ପେଟ୍ରୋଲ ଟାଙ୍କି ନିକଟରେ ଏକ ନିଛାଟିଆ ଜାଗାରେ ଦୁଇଜଣ ଲୁଟେରା ମୁହଁରେ ମାକ୍ସ ଲଗାଇ ସେମାନଙ୍କ ରାସ୍ତା ଅବରୋଧ କରିଥିଲେ ଏବଂ ଭୂଜାଲି ଓ ବନ୍ଧୁକ ଦେଖାଇ ସେମାନଙ୍କଠାରୁ ଏକଲକ୍ଷ ଦଶହଜାର ଟଙ୍କା ଲୁଟି ନେଇ ତେଲକୋଇ ପଟକୁ ଦୃତଗତିରେ ବାଇକରେ ଚାଲିଯାଇଥିବା ଲୁଟର ଶିକାର ହୋଇଥିବା ବ୍ୟକ୍ତି ପ୍ରକାଶ କରିଛନ୍ତି। ଦୀର୍ଘ ଦିନ ହେବ ତେଲକୋଇ ଅଞ୍ଚଳରେ ବାରମ୍ବାର ଲୁଟ, ଛିନତାଇ, ଚୋରି ଓ ହତ୍ୟାକାଣ୍ଡ ଘଟୁଥିଲେ ମଧ୍ୟ ପୁଲିସର କାର୍ଯ୍ୟାନୁଷ୍ଠାନ ନାମକୁ ମାତ୍ର ରହିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାପାଇଁ ଦାବି ହେଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପୁଣି କରୋନା ଛନକା: ଗଞ୍ଜାମରେ ଚିହ୍ନଟ ହେଲେ ନୂଆ କୋଭିଡ-୧୯ ଆକ୍ରାନ୍ତ !

08 Jul 2023 By The Sakala

ବନ୍ଧୁକ ଦେଖାଇ ବେପାରୀଙ୍କଠାରୁ ୧ ଲକ୍ଷ ୧୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ତେଲକୋଇ/କେନ୍ଦୁଝର: ତେଲକୋଇରେ ପୁଣି ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ।ସକାଳ ୯ଟା ବେଳେ ତେଲକୋଇ ଜଗମୋହନପୁର ରାସ୍ତା ପେଟ୍ରୋଲ ଟାଙ୍କି ନିକଟରୁ ଭୁଜାଲି ଓ ବନ୍ଧୁକ ଦେଖାଇ ଦୁଇ ଗୋରୁ ବେପାରୀଙ୍କଠାରୁ ଏକଲକ୍ଷ ୧୦ ହଜାର ଲୁଟ। ଲୁଟେରାଙ୍କ ଭୂଜାଲି ମାଡରେ ଜଣେ ଗୁରୁତର। ମେଡିକାଲରେ ଭର୍ତ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ତେଲକୋଇ-ଜଗମୋହନପୁର ରାସ୍ତାର ଭାରତ ପେଟ୍ରୋଲ ଟାଙ୍କି ନିକଟରେ।

ଆଜି ସକାଳୁ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଙ୍କି ଗାଁରୁ ଆଲୋକ ପଲେଇ ଓ ଅମିୟ କୁମାର ବାରିକ ଛାମୁଣ୍ଡା ହାଟକୁ ଆସୁଥିଲେ। ସେମାନେ ତେଲକୋଇରେ ପହଞ୍ଚି ଏକ ହୋଟେଲରେ ଜଳଖିଆ ଖାଇବା ପରେ ଛାମୁଣ୍ଡା ଗାଁ ଅଭିମୁଖେ ଯାଉଥିବାବେଳେ ପେଟ୍ରୋଲ ଟାଙ୍କି ନିକଟରେ ଏକ ନିଛାଟିଆ ଜାଗାରେ ଦୁଇଜଣ ଲୁଟେରା ମୁହଁରେ ମାକ୍ସ ଲଗାଇ ସେମାନଙ୍କ ରାସ୍ତା ଅବରୋଧ କରିଥିଲେ ଏବଂ ଭୂଜାଲି ଓ ବନ୍ଧୁକ ଦେଖାଇ ସେମାନଙ୍କଠାରୁ ଏକଲକ୍ଷ ଦଶହଜାର ଟଙ୍କା ଲୁଟି ନେଇ ତେଲକୋଇ ପଟକୁ ଦୃତଗତିରେ ବାଇକରେ ଚାଲିଯାଇଥିବା ଲୁଟର ଶିକାର ହୋଇଥିବା ବ୍ୟକ୍ତି ପ୍ରକାଶ କରିଛନ୍ତି। ଦୀର୍ଘ ଦିନ ହେବ ତେଲକୋଇ ଅଞ୍ଚଳରେ ବାରମ୍ବାର ଲୁଟ, ଛିନତାଇ, ଚୋରି ଓ ହତ୍ୟାକାଣ୍ଡ ଘଟୁଥିଲେ ମଧ୍ୟ ପୁଲିସର କାର୍ଯ୍ୟାନୁଷ୍ଠାନ ନାମକୁ ମାତ୍ର ରହିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାପାଇଁ ଦାବି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର