କେନ୍ଦୁଝର ପୁଲିସ କବଜାରେ ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ, ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ପୁଲିସକୁ ଶନିବାର ଏକ ବଡ଼ ସଫଳତା ମିଳିଛି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା ସମେତ ରାଉରକେଲା, ଢେଙ୍କାନାଳ, ସମ୍ବଲପୁର ଆଦି ଜିଲ୍ଲାରେ ୨୮ଟି ବଡ଼ ଡ଼କାୟତିରେ ସାମିଲଥିବା ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବରକୁ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସ ୧୮ ତାରିଖରେ ଗିରଫ ଡ଼କାୟତ ଦାଶରଥି ଧୀବର ନେତୃତ୍ୱରେ ୬ଜଣ ଡ଼କାୟତ ନୟାକୋଟ ଥାନା ଅଞ୍ଚଳ ଫୁଲଝର ସ୍ଥିତ ସ୍ୱପ୍ନେଶ୍ଵର ଫିଲିଙ୍ଗ ଷ୍ଟେସନରେ ମଧ୍ୟ ରାତ୍ରିରେ ସଟର ଭାଙ୍ଗି […]

କେନ୍ଦୁଝର: କେନ୍ଦୁଝର ପୁଲିସକୁ ଶନିବାର ଏକ ବଡ଼ ସଫଳତା ମିଳିଛି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା ସମେତ ରାଉରକେଲା, ଢେଙ୍କାନାଳ, ସମ୍ବଲପୁର ଆଦି ଜିଲ୍ଲାରେ ୨୮ଟି ବଡ଼ ଡ଼କାୟତିରେ ସାମିଲଥିବା ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବରକୁ ପୁଲିସ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଡେଲାଙ୍ଗ ଫରେଷ୍ଟର: ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସ ୧୮ ତାରିଖରେ ଗିରଫ ଡ଼କାୟତ ଦାଶରଥି ଧୀବର ନେତୃତ୍ୱରେ ୬ଜଣ ଡ଼କାୟତ ନୟାକୋଟ ଥାନା ଅଞ୍ଚଳ ଫୁଲଝର ସ୍ଥିତ ସ୍ୱପ୍ନେଶ୍ଵର ଫିଲିଙ୍ଗ ଷ୍ଟେସନରେ ମଧ୍ୟ ରାତ୍ରିରେ ସଟର ଭାଙ୍ଗି ୪ଲକ୍ଷ ଟଙ୍କା, ଲାପଟପ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟିନେଇଥିଲେ।  ଏହି ମାମଲା ଆଧାରରେ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ପୂର୍ବରୁ ୫ ଜଣ ଡକାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ଅଭାବନୀୟ ଘଟଣା: ବିବାହ ଶୋଭାଯାତ୍ରାରେ ଡିଜେର ପ୍ରଚଣ୍ଡ ଶବ୍ଦ ନେଲା ମହିଳାଙ୍କ ଜୀବନ

ଏହି ଡକାୟତି ସମେତ ବିଭିନ୍ନ ଜିଲ୍ଲାରେ ୨୮ ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଶରଥୀ ଧୀବର ଫେରାର ଥିଲା। କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶରେ ଗଠିତ ଏକ ଟିମ ଶେଷରେ ଶନିବାର ଡ଼କାୟତ ସର୍ଦ୍ଦାରକୁ ଗିରଫ କରିବାରେ ସଫଳ ହୋଇଛି। ତା ନାଁରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ୨୦ ଟି, ରାଉରକେଲା ପୁଲିସ ଜିଲ୍ଲାରେ ୬ଟି, ଢେଙ୍କାନାଳ ଜିଲ୍ଲାରେ ୧ଟି ଏବଂ ସମ୍ବଲପୁରେ ୧ ଡ଼କାୟତି ମାମଲାରେ ସମ୍ପୃକ୍ତ ଥିବା ପୁଲିସ କହିଛି। ଗିରଫ ଡ଼କାୟତ ପାଖରୁ ଗୋଟିଏ ପିସ୍ତଲ, ୧ ଖୁକରୀ, ସୁନା ରୁପା ଅଳଙ୍କାର, ବୋଲେରୋ ଓ ବାଇକ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ସମ୍ବଲପୁର CADA ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ଠିକଣାରେ ଚଢ଼ାଉ

27 Apr 2024 By The Sakala

କେନ୍ଦୁଝର ପୁଲିସ କବଜାରେ ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ, ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା

କେନ୍ଦୁଝର: କେନ୍ଦୁଝର ପୁଲିସକୁ ଶନିବାର ଏକ ବଡ଼ ସଫଳତା ମିଳିଛି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା ସମେତ ରାଉରକେଲା, ଢେଙ୍କାନାଳ, ସମ୍ବଲପୁର ଆଦି ଜିଲ୍ଲାରେ ୨୮ଟି ବଡ଼ ଡ଼କାୟତିରେ ସାମିଲଥିବା ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବରକୁ ପୁଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସ ୧୮ ତାରିଖରେ ଗିରଫ ଡ଼କାୟତ ଦାଶରଥି ଧୀବର ନେତୃତ୍ୱରେ ୬ଜଣ ଡ଼କାୟତ ନୟାକୋଟ ଥାନା ଅଞ୍ଚଳ ଫୁଲଝର ସ୍ଥିତ ସ୍ୱପ୍ନେଶ୍ଵର ଫିଲିଙ୍ଗ ଷ୍ଟେସନରେ ମଧ୍ୟ ରାତ୍ରିରେ ସଟର ଭାଙ୍ଗି ୪ଲକ୍ଷ ଟଙ୍କା, ଲାପଟପ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟିନେଇଥିଲେ।  ଏହି ମାମଲା ଆଧାରରେ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ପୂର୍ବରୁ ୫ ଜଣ ଡକାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଏହି ଡକାୟତି ସମେତ ବିଭିନ୍ନ ଜିଲ୍ଲାରେ ୨୮ ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଶରଥୀ ଧୀବର ଫେରାର ଥିଲା। କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶରେ ଗଠିତ ଏକ ଟିମ ଶେଷରେ ଶନିବାର ଡ଼କାୟତ ସର୍ଦ୍ଦାରକୁ ଗିରଫ କରିବାରେ ସଫଳ ହୋଇଛି। ତା ନାଁରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ୨୦ ଟି, ରାଉରକେଲା ପୁଲିସ ଜିଲ୍ଲାରେ ୬ଟି, ଢେଙ୍କାନାଳ ଜିଲ୍ଲାରେ ୧ଟି ଏବଂ ସମ୍ବଲପୁରେ ୧ ଡ଼କାୟତି ମାମଲାରେ ସମ୍ପୃକ୍ତ ଥିବା ପୁଲିସ କହିଛି। ଗିରଫ ଡ଼କାୟତ ପାଖରୁ ଗୋଟିଏ ପିସ୍ତଲ, ୧ ଖୁକରୀ, ସୁନା ରୁପା ଅଳଙ୍କାର, ବୋଲେରୋ ଓ ବାଇକ ଜବତ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର