ଜଙ୍ଗଲରେ ନିଆଁ ଲାଗି ଗାଁକୁ ବ୍ୟାପିବା ଆଶଙ୍କା, ନିଆଁ ଲିଭାରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟଲୋକେ ସାମିଲ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ସଦର ବନାଞ୍ଚଳ ବଡ଼ପଶି ନୂଆ ସାହି ଠାକୁରାଣୀ ଶାଳ ନିକଟ ବଡ଼ପଶି ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଆପରାହ୍ଣରେ କୌଣସି କାରଣରୁ ନିଆଁ ଲାଗିଛି। ଫଳରେ ଜଙ୍ଗଲର ଶୁଖିଲା ଡାଳ ପତ୍ର, ଗଛଲତା ପୋଡି ଯାଇଥିବାବେଳେ ନୂଆ ସାହିକୁ ନିଆଁ ବ୍ୟାପିବା ଆଶଙ୍କା ରହିଛି। ଏହି ଆଶଙ୍କାକୁ ନଜରରେ ରଖି  ସ୍ଥାନୀ ଲୋକେ ପାଖରୁ ପାଣି ବୋହି ନିଆଁ ଲିଭାରେ ବ୍ୟସ୍ତ ଅଛନ୍ତି। ଜଙ୍ଗଲ ସାରା ନିଆଁ ଲାଗି ଅଞ୍ଚଳ ଧୂଆଁମୟ ହୋଇଯାଇଥିବାବେଳେ ରାସ୍ତାରେ […]

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ସଦର ବନାଞ୍ଚଳ ବଡ଼ପଶି ନୂଆ ସାହି ଠାକୁରାଣୀ ଶାଳ ନିକଟ ବଡ଼ପଶି ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଆପରାହ୍ଣରେ କୌଣସି କାରଣରୁ ନିଆଁ ଲାଗିଛି। ଫଳରେ ଜଙ୍ଗଲର ଶୁଖିଲା ଡାଳ ପତ୍ର, ଗଛଲତା ପୋଡି ଯାଇଥିବାବେଳେ ନୂଆ ସାହିକୁ ନିଆଁ ବ୍ୟାପିବା ଆଶଙ୍କା ରହିଛି। ଏହି ଆଶଙ୍କାକୁ ନଜରରେ ରଖି  ସ୍ଥାନୀ ଲୋକେ ପାଖରୁ ପାଣି ବୋହି ନିଆଁ ଲିଭାରେ ବ୍ୟସ୍ତ ଅଛନ୍ତି। ଜଙ୍ଗଲ ସାରା ନିଆଁ ଲାଗି ଅଞ୍ଚଳ ଧୂଆଁମୟ ହୋଇଯାଇଥିବାବେଳେ ରାସ୍ତାରେ ଯାଉଥିବା କେତେକ ଗଣମାଧ୍ୟମ ପ୍ରତିନିଧି ଏବଂ ଯବୁ ଗୋଷ୍ଠୀ ଗାଁ ଆଡ଼କୁ ମାଡି ଯାଉଥିବା ନିଆଁ ଲିଭା କାର୍ଯ୍ଯରେ ସାମିଲ ହୋଇଥିଲେ। ଏ ବାବଦରେ କେନ୍ଦୁଝର ଡିଏଫଓ  ଏଚ ଡି ଧନରାଜଙ୍କୁ ଖବର ଦିଆଯିବାପରେ ଘଟଣା ସ୍ଥଳରେ ବନ ବିଭାଗର ନିଆଁଲାଭା ଦଳ ପହଁଞ୍ଚି ନିଆଁ ଲିଭାଉଛନ୍ତି। ସାହି ଭିତରକୁ ନିଆଁ ବ୍ୟାପିବା ଆଶଙ୍କାରେ ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

30 Mar 2023 By The Sakala

ଜଙ୍ଗଲରେ ନିଆଁ ଲାଗି ଗାଁକୁ ବ୍ୟାପିବା ଆଶଙ୍କା, ନିଆଁ ଲିଭାରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟଲୋକେ ସାମିଲ

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ସଦର ବନାଞ୍ଚଳ ବଡ଼ପଶି ନୂଆ ସାହି ଠାକୁରାଣୀ ଶାଳ ନିକଟ ବଡ଼ପଶି ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଆପରାହ୍ଣରେ କୌଣସି କାରଣରୁ ନିଆଁ ଲାଗିଛି। ଫଳରେ ଜଙ୍ଗଲର ଶୁଖିଲା ଡାଳ ପତ୍ର, ଗଛଲତା ପୋଡି ଯାଇଥିବାବେଳେ ନୂଆ ସାହିକୁ ନିଆଁ ବ୍ୟାପିବା ଆଶଙ୍କା ରହିଛି। ଏହି ଆଶଙ୍କାକୁ ନଜରରେ ରଖି  ସ୍ଥାନୀ ଲୋକେ ପାଖରୁ ପାଣି ବୋହି ନିଆଁ ଲିଭାରେ ବ୍ୟସ୍ତ ଅଛନ୍ତି। ଜଙ୍ଗଲ ସାରା ନିଆଁ ଲାଗି ଅଞ୍ଚଳ ଧୂଆଁମୟ ହୋଇଯାଇଥିବାବେଳେ ରାସ୍ତାରେ ଯାଉଥିବା କେତେକ ଗଣମାଧ୍ୟମ ପ୍ରତିନିଧି ଏବଂ ଯବୁ ଗୋଷ୍ଠୀ ଗାଁ ଆଡ଼କୁ ମାଡି ଯାଉଥିବା ନିଆଁ ଲିଭା କାର୍ଯ୍ଯରେ ସାମିଲ ହୋଇଥିଲେ। ଏ ବାବଦରେ କେନ୍ଦୁଝର ଡିଏଫଓ  ଏଚ ଡି ଧନରାଜଙ୍କୁ ଖବର ଦିଆଯିବାପରେ ଘଟଣା ସ୍ଥଳରେ ବନ ବିଭାଗର ନିଆଁଲାଭା ଦଳ ପହଁଞ୍ଚି ନିଆଁ ଲିଭାଉଛନ୍ତି। ସାହି ଭିତରକୁ ନିଆଁ ବ୍ୟାପିବା ଆଶଙ୍କାରେ ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି।

https://www.thesakala.in/latest-odisha-news/kendujhar/expecting-the-forest-fire-to-spread-to-the-village/article-20277
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର