ଲୋକଙ୍କ ଭାତହାଣ୍ଡି ଉପରେ ଗୋଠଛଡା ଦନ୍ତାର ଆଖି

The Sakala Picture
Published On

ତେଲକୋଇ: ତେଲକୋଇ ରେଞ୍ଜରେ ଥମୁନି ଗୋଠଛଡା ଦନ୍ତାର ଉପଦ୍ରବ। ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହୋଇ ଘରଭାଙ୍ଗି ଧାନଚାଉଳ ଖାଇବା ସହ ଭାତହାଣ୍ଡିକୁ ଟାର୍ଗେଟ କରୁଛି ଦନ୍ତା। ଗତକାଲି ବିଳମ୍ବିତ ରାତିରେ ଦନ୍ତାହାତୀଟି ଜଣଙ୍କ ଘରଭାଙ୍ଗି ଭାତହାଣ୍ଡିକୁ ଟେକି ନେଇଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ବିମଳା ଫରେଷ୍ଟବିଟ ବନବିହାରିପୁର ଗାଁ ମୁଣ୍ଡାସାହିରେ। ମୁଣ୍ଡାସାହିର ଶତ୍ରୁ ମୁଣ୍ଡାଙ୍କ ରୋଷେଇ ଘରର କାନ୍ଥକୁ ଭାଙ୍ଗିବା ପରେ ଆଜବେସଟକୁ ଭାଙ୍ଗି ଭାତହାଣ୍ଡିକୁ ଟେକି ନେଇଥିଲା ଦନ୍ତା। ଭୟରେ ପରିବାର ଲୋକେ […]

ତେଲକୋଇ: ତେଲକୋଇ ରେଞ୍ଜରେ ଥମୁନି ଗୋଠଛଡା ଦନ୍ତାର ଉପଦ୍ରବ। ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହୋଇ ଘରଭାଙ୍ଗି ଧାନଚାଉଳ ଖାଇବା ସହ ଭାତହାଣ୍ଡିକୁ ଟାର୍ଗେଟ କରୁଛି ଦନ୍ତା। ଗତକାଲି ବିଳମ୍ବିତ ରାତିରେ ଦନ୍ତାହାତୀଟି ଜଣଙ୍କ ଘରଭାଙ୍ଗି ଭାତହାଣ୍ଡିକୁ ଟେକି ନେଇଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ବିମଳା ଫରେଷ୍ଟବିଟ ବନବିହାରିପୁର ଗାଁ ମୁଣ୍ଡାସାହିରେ। ମୁଣ୍ଡାସାହିର ଶତ୍ରୁ ମୁଣ୍ଡାଙ୍କ ରୋଷେଇ ଘରର କାନ୍ଥକୁ ଭାଙ୍ଗିବା ପରେ ଆଜବେସଟକୁ ଭାଙ୍ଗି ଭାତହାଣ୍ଡିକୁ ଟେକି ନେଇଥିଲା ଦନ୍ତା।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା: ମୃତଦେହ ଛାଡି ସ୍ୱାମୀ ଫେରାର, ଶାଶୁ ଅଟକ

ଭୟରେ ପରିବାର ଲୋକେ ଘରୁ ବାହାରି ନଥିଲେ। ସାହି ନିକଟରେ ହାତୀ ନିରୀକ୍ଷଣ କରୁଥିବା କର୍ମଚାରୀ ଆଜବେସଟ ଭାଙ୍ଗିବା ଶବ୍ଦ ଶୁଣି ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ ହାତୀକୁ ଘଉଡ଼ାଇ ଥିଲେ। ତେବେ ଗାଁ ନିକଟ ଜଙ୍ଗଲରେ ଦନ୍ତାହାତୀ ଡେରା ପକାଇ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟର ଆଉ ୧୨ ସାଂଗଠନିକ ଜିଲ୍ଲାରେ ବିଜେଡିର ନୂଆ କମିଟି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp