କେନ୍ଦୁଝରରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ: ଜାତୀୟ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ
କେନ୍ଦୁଝର : କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟ ପଡ଼ିଆରେ ଜିଲ୍ଲା ସ୍ଥରୀୟ ୭୭ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳନ ହୋଇଛି। ଓଡ଼ିଶାର ଖଣି,ଇସ୍ପାତ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକାଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଦେଶ ମାତୃକାର ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ମହାମାନବ ମାନଙ୍କୁ ଭକ୍ତିପୁତ୍ତ ଶ୍ରଦ୍ଧାଅଞ୍ଜଳି ଅର୍ପଣ କରିଥିଲେ। ସକାଳେ ମନ୍ତ୍ରୀ ଜିଲ୍ଲା […]
କେନ୍ଦୁଝର : କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟ ପଡ଼ିଆରେ ଜିଲ୍ଲା ସ୍ଥରୀୟ ୭୭ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳନ ହୋଇଛି। ଓଡ଼ିଶାର ଖଣି,ଇସ୍ପାତ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକାଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଦେଶ ମାତୃକାର ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ମହାମାନବ ମାନଙ୍କୁ ଭକ୍ତିପୁତ୍ତ ଶ୍ରଦ୍ଧାଅଞ୍ଜଳି ଅର୍ପଣ କରିଥିଲେ।
ଆହୁରି ପଢ଼ନ୍ତୁ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ସାସଂଦ ମାନସଙ୍କ ପ୍ରଶ୍ନ: ଗତ ୩ ବର୍ଷରେ କେତେ ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଛି

ସକାଳେ ମନ୍ତ୍ରୀ ଜିଲ୍ଲା ମୁଖ୍ୟାଳୟରେ ଥିବା ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଜାତୀୟ ପତକା ଉତ୍ତୋଳନ ଅବସରରେ ସେ ରାଜ୍ୟର ପ୍ରଗତି ଏବଂ କେନ୍ଦୁଝରଜିଲ୍ଲାର ପ୍ରଗତି ସମ୍ପର୍କରେ କହିଥିଲେ। ମନ୍ତ୍ରୀ ପରେପରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀ କାର୍ଯ୍ୟ ପାଇଁ ପୁରସ୍କୃତ କରିଥିଲେ।





