ଏସଟିଏଫର ଚଢାଉ: ହାତୀଦାନ୍ତ ଜବତ, ୨ ଗିରଫ

The Sakala Picture
Published On

କେନ୍ଦୁଝର: ଏସଟିଏଫ ଦ୍ଵାରା କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ପାଟୁଙ୍ଗ-କଲଣ୍ଡା ରାସ୍ତାରୁ ୫ କେଜି ୬ ଶହ ଗ୍ରାମ ଓଜନର ୨ଟି ହାତୀଦାନ୍ତ ଜବତ କରାଯାଇଛି। ଏଥି ସହିତ ହାତୀ ଦାନ୍ତ କାରବାର ମାମଲାରେ ୨ ଜଣଙ୍କୁ ବନ ବିଭାଗ ଗିରଫ କରିଛି। ସୂଚବା ଅନୁଯାୟା, ହାତୀ ଦାନ୍ତ କାର ବାରର ଖବର ପାଇ ଏସଟିଏଫ ପରିସ୍ଥିତି ଉପରେ ନଜର ରଖିଥିଲା। ହାତୀଦାନ୍ତ ବିକ୍ରି କରିବା ପାଇଁ ପର୍ଜନପୁର ଗାଁର ରମାକାନ୍ତ ପ୍ରଧାନ ପାଟୁଙ୍ଗ-କଲଣ୍ଡା ରାସ୍ତାରେ ଠିଆ […]

କେନ୍ଦୁଝର: ଏସଟିଏଫ ଦ୍ଵାରା କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ପାଟୁଙ୍ଗ-କଲଣ୍ଡା ରାସ୍ତାରୁ ୫ କେଜି ୬ ଶହ ଗ୍ରାମ ଓଜନର ୨ଟି ହାତୀଦାନ୍ତ ଜବତ କରାଯାଇଛି। ଏଥି ସହିତ ହାତୀ ଦାନ୍ତ କାରବାର ମାମଲାରେ ୨ ଜଣଙ୍କୁ ବନ ବିଭାଗ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ସୂଚବା ଅନୁଯାୟା, ହାତୀ ଦାନ୍ତ କାର ବାରର ଖବର ପାଇ ଏସଟିଏଫ ପରିସ୍ଥିତି ଉପରେ ନଜର ରଖିଥିଲା। ହାତୀଦାନ୍ତ ବିକ୍ରି କରିବା ପାଇଁ ପର୍ଜନପୁର ଗାଁର ରମାକାନ୍ତ ପ୍ରଧାନ ପାଟୁଙ୍ଗ-କଲଣ୍ଡା ରାସ୍ତାରେ ଠିଆ ହୋଇଥିବା ବେଳେ ଏସଟିଏଫ ତାଙ୍କୁ କାବୁ କରି କେନ୍ଦୁଝର ବନ ବିଭାଗକୁ ହସ୍ତାନ୍ତର କରିଥିଲା । ଏହାପରେ କେନ୍ଦୁଝର ବନ ବିଭାଗ ପର୍ଜନପୁର ଗାଁର ଅନାମ ମୁଣ୍ଡା ଏହି ଘଟଣାରେ ସଂପୃକ୍ତ ଥିବା ସୂଚନା ପାଇ ତାକୁ ଗିରଫ କରିଥିଲା । ଅନ୍ୟ ପକ୍ଷରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଯଥାଶୀଘ୍ର ଗିରଫ କରାଯିବ ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡ଼ି ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର