ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ: ସ୍ୱାମୀ ଓ ସ୍ତ୍ରୀ ଜୀବନ୍ତ ଦଗ୍ଧ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବଳଦା ଗାଁରେ ଘଟିଛି ଅଘଟଣ । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡଙ୍କ ଘଟି ଦମ୍ପତିଙ୍କ ମୃତ୍ଯୁ ଘଟିଥିବା ବେଳେ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨ ଜଣ ପୁଅ । ମୃତକ ଦମ୍ପତି ହେଲେ ପୂର୍ଣ୍ଣଚନ୍ଦ୍ର ଦେହୁରୀ ଓ ଲକ୍ଷ୍ମୀ ଦେହୁରୀ । ସୂଚନା ଅନୁଯାୟୀ, ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଟିଭି, ଫ୍ରିଜ୍ ସହ ଅନ୍ୟାନ୍ୟ ଆସବାବପତ୍ରରେ ନିଆଁ ଲାଗି ଯାଇଥିଲା । ଶୋଇଥିବା ଅବସ୍ଥାରେ ସ୍ୱାମୀ […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବଳଦା ଗାଁରେ ଘଟିଛି ଅଘଟଣ । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡଙ୍କ ଘଟି ଦମ୍ପତିଙ୍କ ମୃତ୍ଯୁ ଘଟିଥିବା ବେଳେ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨ ଜଣ ପୁଅ । ମୃତକ ଦମ୍ପତି ହେଲେ ପୂର୍ଣ୍ଣଚନ୍ଦ୍ର ଦେହୁରୀ ଓ ଲକ୍ଷ୍ମୀ ଦେହୁରୀ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ସୂଚନା ଅନୁଯାୟୀ, ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଟିଭି, ଫ୍ରିଜ୍ ସହ ଅନ୍ୟାନ୍ୟ ଆସବାବପତ୍ରରେ ନିଆଁ ଲାଗି ଯାଇଥିଲା । ଶୋଇଥିବା ଅବସ୍ଥାରେ ସ୍ୱାମୀ ଓ ସ୍ତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଅନ୍ୟ ଏକ ଘରେ ଶୋଇଥିବା ବେଳେ ୨ ଜଣ ପୁଅ ଅଘଟଣରୁ ବର୍ତ୍ତି ଯାଇଛନ୍ତି । ଖବର ପାଇ ବାମେବାରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରିରଖିଛି। ତେବେ କେଉଁ କାରଣରୁ କିଭଳି ପରିସ୍ଥିତିରେ ଏହି ଦୁଃଖଦ ଘଟଣା ଘଟିଗଲା ସେ ନେଇ ପୁଲିସ ଛାନଭିନ୍ ଚଳାଇଛି । ଏହି ଦୁଃଖଦ ଘଟଣା ପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

25 Oct 2021 By The Sakala

ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ: ସ୍ୱାମୀ ଓ ସ୍ତ୍ରୀ ଜୀବନ୍ତ ଦଗ୍ଧ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବଳଦା ଗାଁରେ ଘଟିଛି ଅଘଟଣ । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡଙ୍କ ଘଟି ଦମ୍ପତିଙ୍କ ମୃତ୍ଯୁ ଘଟିଥିବା ବେଳେ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨ ଜଣ ପୁଅ । ମୃତକ ଦମ୍ପତି ହେଲେ ପୂର୍ଣ୍ଣଚନ୍ଦ୍ର ଦେହୁରୀ ଓ ଲକ୍ଷ୍ମୀ ଦେହୁରୀ ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଟିଭି, ଫ୍ରିଜ୍ ସହ ଅନ୍ୟାନ୍ୟ ଆସବାବପତ୍ରରେ ନିଆଁ ଲାଗି ଯାଇଥିଲା । ଶୋଇଥିବା ଅବସ୍ଥାରେ ସ୍ୱାମୀ ଓ ସ୍ତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଅନ୍ୟ ଏକ ଘରେ ଶୋଇଥିବା ବେଳେ ୨ ଜଣ ପୁଅ ଅଘଟଣରୁ ବର୍ତ୍ତି ଯାଇଛନ୍ତି । ଖବର ପାଇ ବାମେବାରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରିରଖିଛି। ତେବେ କେଉଁ କାରଣରୁ କିଭଳି ପରିସ୍ଥିତିରେ ଏହି ଦୁଃଖଦ ଘଟଣା ଘଟିଗଲା ସେ ନେଇ ପୁଲିସ ଛାନଭିନ୍ ଚଳାଇଛି । ଏହି ଦୁଃଖଦ ଘଟଣା ପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

https://www.thesakala.in/latest-odisha-news/kendujhar/short-circuit-couple-death-in-kendujhar/article-6345
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର