ଚମ୍ପୁଆ ପୋଲିସର ଏନ୍‌କାଉଣ୍ଟରରେ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ ଆହତ

Madhusudan Das Picture
Published On

ଚମ୍ପୁଆ: ଚମ୍ପୁଆ ପୋଲିସକୁ ବଡ଼ ସଫଳତା । ଏନ୍‌କାଉଣ୍ଟରରେ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ ଆହତ  । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୩୦ରୁ ଅଧିକ ଚୋରି ମାମଲାରେ ସମ୍ପୃକ୍ତ ଥିବା କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସକୁ ଏନ୍‌କାଉଣ୍ଟର ପରେ ଚମ୍ପୁଆ ପୋଲିସ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ବନ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ପୋଲିସ ସୂଚନା ଅନୁଯାୟୀ, ଚମ୍ପୁଆ ନିକଟ ପତଳା ଜଙ୍ଗଲରେ ଚୋରି ସାମଗ୍ରୀ ଲୁଚାଇ ରଖିଥିଲା ନାଫିସ । ଚୋରୀ ସାମଗ୍ରୀ ଦେଖାଇବାକୁ ଜଙ୍ଗଲ ନେବା ବେଳେ ଅଭିଯୁକ୍ତ ପୋଲିସ ଟିମ୍ ଉପରେ ୨ ରାଉଣ୍ଡ ଗୁଳି ଚଳାଇଥିଲା  ନାଫିସ । ଆତ୍ମରକ୍ଷା ପାଇଁ ପୋଲିସ ତା' ଉପରକୁ ପାଲଟା ଗୁଳି ଚଳାଇଥିଲା। ଏଥିରେ ଅଭିଯୁକ୍ତର ଡାହାଣ ଆଣ୍ଠୁରେ ଗୁଳି ବାଜିଥିଲା। ପରେ ତାକୁ ଗିରଫ କରାଯିବା ସହ ତାଠାରୁ ଏକ ଦେଶୀ ନିର୍ମିତ ବନ୍ଧୁକ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ବୀରମହାରାଜପୁରର ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର