ଦିନ ମଜୁରିଆରୁ କୋଟିପତି ହେଲେ ଓଡ଼ିଆ ଯୁବକ, ଜାଣନ୍ତୁ କେମିତି ହେଲା ଏହି ଚମତ୍କାର…

The Sakala Picture
Published On

ଭୁବନେଶ୍ବର: ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ଏହି ଉକ୍ତିଟିକୁ ସେମାନେ ବିଶ୍ବସ କରିଥାନ୍ତି ଯେଉଁ ମାନଙ୍କ ସହ ଏଭଳି କିଛି ଚମତ୍କାର ଘଟଣା ଘଟିଥାଏ। ରାତା ରାତି ବଦଳି ଯାଏ ଭାଗ୍ୟ। କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ରେଭେନସାପୁର ଗ୍ରାମର ଦିନ ମଜୁରିଆ ଭାବେ କାମ କରୁଥିବା ‘ଗୁରୁଚରଣ ଜାମୁଡା’ ନାମକ ଯୁବକଙ୍କ ଭାଗ୍ୟ ଏପରି ଚମକିଛି। ଏକ ଥରକେ ସେ ୩ କୋଟି ଟଙ୍କା ଏବଂ ଏକ ମହିନ୍ଦ୍ରା ଥର ଗାଡ଼ି […]

ଭୁବନେଶ୍ବର: ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ଏହି ଉକ୍ତିଟିକୁ ସେମାନେ ବିଶ୍ବସ କରିଥାନ୍ତି ଯେଉଁ ମାନଙ୍କ ସହ ଏଭଳି କିଛି ଚମତ୍କାର ଘଟଣା ଘଟିଥାଏ। ରାତା ରାତି ବଦଳି ଯାଏ ଭାଗ୍ୟ। କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ରେଭେନସାପୁର ଗ୍ରାମର ଦିନ ମଜୁରିଆ ଭାବେ କାମ କରୁଥିବା ‘ଗୁରୁଚରଣ ଜାମୁଡା’ ନାମକ ଯୁବକଙ୍କ ଭାଗ୍ୟ ଏପରି ଚମକିଛି। ଏକ ଥରକେ ସେ ୩ କୋଟି ଟଙ୍କା ଏବଂ ଏକ ମହିନ୍ଦ୍ରା ଥର ଗାଡ଼ି ଜିତିଛନ୍ତି। ଜଣେ ଦିନ ମଜୁରିଆଙ୍କ ଜୀବନରେ ଚମତ୍କାର ଭାବରେ ଏହି ପରିବର୍ତ୍ତନ ଆସିଛି। ଜ୍ୟାକପଟ୍ ବିଷୟରେ ସୂଚନା ପାଇବା ପରେ ତାଙ୍କ ଖୁସିର ସୀମା ସରହଦ ଛୁଇଁଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ରିପୋର୍ଟ ଅନୁସାରେ, ଯୁବକ ଜଣକ ଅନଲାଇନ୍ ବେଟିଂ ଏବଂ ଜୁଆ ଆପ୍ ରେ ମାତ୍ର ୪୯ ଟଙ୍କା ନିବେଶ କରିଥିଲେ। ଏଥିରେ ସେ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଆପ୍ ରେ ଖେଳୁଥିଲେ। ତେବେ ମାର୍ଚ୍ଚ ୨୬ ରେ ମୁମ୍ବାଇ ସ୍ଥିତ ବେଟିଂ ଆପ୍ ରୁ ତାଙ୍କୁ ଏକ କଲ୍ ମିଳିଥିଲା। କିନ୍ତୁ, ସେ କଲ୍ ଉଠାଇ ନଥିଲେ ଏବଂ ପରଦିନ ତାଙ୍କୁ ପୁଣି ଏକ କଲ୍ ମିଳିଥିଲା। ମ୍ୟାନେଜର ତାଙ୍କୁ ଜଣାଇଲେ ଯେ ସେ ୩ କୋଟି ଟଙ୍କା ଏବଂ ଏକ ବିଳାସପୂର୍ଣ୍ଣ ଥାର ଗାଡ଼ି ଜିତିଛନ୍ତି।ଏହି ଖବର ପାଇ ତାଙ୍କ ପରିବାର ସଦସ୍ୟମାନେ ଖୁସି ହୋଇଯାଇଥିଲେ। ତେବେ ଏହାଠାରୁ ଆହୁରି ବଡ କଥା ହେଉଛି ଯେ ସେମାନେ ଏହି ଟଙ୍କାରେ ସେମାନଙ୍କ ଗାଁର ସମସ୍ୟା ସମାଧାନ କରିବାକୁ ଚାହାଁନ୍ତି। ଏଥିସହିତ ଗୁରୁଚରଣ ତାଙ୍କ ଘର ଜମିରୁ ବିସ୍ଥାପିତ ହୋଇଥିବା ଲୋକଙ୍କ ମଧ୍ୟରୁ ଜଣେ। ତେଣୁ ସେ ଜିତିଥିବା ଟଙ୍କାରେ ନିଜର ଘର ତିଆରି କରିବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର