କେନ୍ଦୁଝର ସଦର ରେଞ୍ଜ ମହାକୁଡ ସାହିରେ ଧସେଇ ପଶିଲେ ୧୨ଟିକିଆ ହାତୀପଲ, ଦଳିଚକଟି ନଷ୍ଟ କଲେ ବ୍ୟାପକ ଫସଲ

The Sakala Picture
Published On

କେନ୍ଦୁଝର:  ଗତ କିଛିଦିନ ହେବ କେନ୍ଦୁଝର ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ବଣୁଆଁ ହାତୀପଲଙ୍କ ଉତ୍ପାତ ବଢି ବଢି ଚାଲିଛି । ବର୍ତ୍ତମାନ ପାଚିଲା ଧାନ ଫସଲ ଖାଇବାକୁ ହାତୀମାନେ ପଲ ପଲ ହୋଇ ବିଭିନ୍ନ ବନାଞ୍ଚଳରେ ଉତ୍ପାତ ଚଲାଇଛନ୍ତି । ସଞ୍ଜ ନଇଁବା କ୍ଷଣି ଦଳ ଦଳ ହୋଇ ହାତୀ ପଲ ପାଚିଲା ଧାନ କ୍ଷେତ ଏବଂ ପନପରିବା କ୍ଷେତରେ ପଶି ଖାଇଦେବା ସହ ନଷ୍ଟ କରୁଥିବା ଦେଖାଯାଉଛି । ବନବିଭାଗ ଏବଂ ହାତୀ ସ୍କ୍ୱାର୍ଡ ହାତୀମାନଙ୍କୁ […]

କେନ୍ଦୁଝର:  ଗତ କିଛିଦିନ ହେବ କେନ୍ଦୁଝର ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ବଣୁଆଁ ହାତୀପଲଙ୍କ ଉତ୍ପାତ ବଢି ବଢି ଚାଲିଛି । ବର୍ତ୍ତମାନ ପାଚିଲା ଧାନ ଫସଲ ଖାଇବାକୁ ହାତୀମାନେ ପଲ ପଲ ହୋଇ ବିଭିନ୍ନ ବନାଞ୍ଚଳରେ ଉତ୍ପାତ ଚଲାଇଛନ୍ତି । ସଞ୍ଜ ନଇଁବା କ୍ଷଣି ଦଳ ଦଳ ହୋଇ ହାତୀ ପଲ ପାଚିଲା ଧାନ କ୍ଷେତ ଏବଂ ପନପରିବା କ୍ଷେତରେ ପଶି ଖାଇଦେବା ସହ ନଷ୍ଟ କରୁଥିବା ଦେଖାଯାଉଛି । ବନବିଭାଗ ଏବଂ ହାତୀ ସ୍କ୍ୱାର୍ଡ ହାତୀମାନଙ୍କୁ ଜଙ୍ଗଲ ଆଡକୁ ଘଉଡାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ଜଙ୍ଗଲ ନିକଟସ୍ଥ ଗ୍ରାମବାସୀମାନେ ରାତି ଅନିଦ୍ରା ହୋଇ ହାତୀ ପଲଙ୍କ ଦାଉରୁ ନିଜ ଫସଲକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା ଚଳାଇଥିଲେ ମଧ୍ୟ ହାତୀ ଦାଉରୁ ଫସଲ ରକ୍ଷା କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି । କିଛିଦିନ ହେବ ହାତୀମାନେ ରାତ୍ରିରେ ଧାନ କ୍ଷେତରେ ନପଶି ଦିନବେଳା ମଧ୍ୟ ପାଚିଲା ଧାନ କ୍ଷେତ ଖାଇ ଯାଉଥିବା ଦେଖାଯାଉଛି । ଯାହାକି ବନବିଭାଗ ଏବଂ ଚାଷୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଶନିବାର ବିଳମ୍ବିତ ରାତିରେ ବଡପଶି ନିକଟସ୍ଥ ଜଙ୍ଗଲଗୁଡିକରେ ୧୨ଟିକିଆ ହାତୀପଲ ରହିଥିଲେ । କିନ୍ତୁ ବଡପଶି ମହାକୁଡସାହିକୁ ଦିନବେଳେ ୧୨ଟିକିଆ ହାତୀ ପଲ ଧସେଇ ପଶି ଧାନ,ପନପରିବା ଫସଲ ଖାଇଦେବା ସହ ପାଦରେ ଦଳିଚକଟି ନଷ୍ଟ କରି ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଦିନବେଳେ ଗାଁ ନିକଟରେ ଏବଂ ଚାଷ ଜମି ପାଖରେ ହାତୀପଲଙ୍କୁ ଦେଖି ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅନ୍ୟପକ୍ଷରେ ବନବିଭାଗ ପକ୍ଷରୁ ହାତୀ ଏବଂ ଧନଜୀବନ ସୁରକ୍ଷା ପାଇଁ ତୀକ୍ଷଣ ନଜର ରଖାଯାଇଥିବାବେଳେ ସ୍ଥାନୀୟ ପୋଲିସ ମଧ୍ୟ ଗହଳିକୁ ଦେଖି ସତର୍କ ଦୃଷ୍ଟି ରଖିଛି । ବଡପଶି ମହାକୁଡସାହି ଭିତରକୁ ପଶି ଆସିଥିବା ୧୨ଟିକିଆ ହାତୀପଲରେ ୪ଟି ଦନ୍ତାହାତୀ, ୬ଟି ମାଈହାତୀ ଏବଂ ୨ଟି ଛୁଆ ହାତୀ ରହିଛନ୍ତି । ହାତୀପଲ ଗାଁମୁହାଁ ଏବଂ ଚାଷଜମି ମୁହାଁ ହେଉଥିବା ଦେଖି ଶହ ଶହ ଲୋକ ଚାରିଆଡେ ଘେରି ପାଟିତୁଣ୍ଡ କରିବାରୁ ହାତୀମାନେ ଚାଷ ଜମି ନିକଟରେ ରହିଯାଇଥିବା ସୂଚନା ମିଳିଛି । ସେମାନେ ଜଙ୍ଗଲ ଆଡକୁ ଯାଉଥିବାବେଳେ ହାତୀଙ୍କୁ ଗାଁ ଆଡକୁ ପୁରାଇ ନଦେବା ପାଇଁ ଲୋକେ ପାଟିତୁଣ୍ଡ କରୁଥିବା ଦେଖାଯାଉଛି । ଅନ୍ୟପକ୍ଷରେ ହାତୀକୁ ଟେକା ପଥର ନମାରି ପାଟିତୁଣ୍ଡ କରି ବିରକ୍ତ ନକରିବା ପାଇଁ ବନବିଭାଗ ପକ୍ଷରୁ ସତର୍କ କରାଯାଇଛି । କିଛି ଲୋକେ ହାତୀମାନଙ୍କର ଫଟୋ ଉଠାଇବାକୁ ଚେଷ୍ଟା କରିଥିବାବେଳେ ଫଟୋ ନଉଠାଇବାକୁ ବନବିଭାଗ ସତର୍କ ସୂଚନା ଦେଇଛି । ଅନ୍ୟପକ୍ଷରେ ପାଚିଲା ଧାନ କ୍ଷେତ ଓ ପନିପରିବା କ୍ଷେତକୁ ହାତୀପଲ ନଷ୍ଟ କରିଥିବାରୁ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବୀ ହୋଇଛି ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

23 Oct 2022 By The Sakala

କେନ୍ଦୁଝର ସଦର ରେଞ୍ଜ ମହାକୁଡ ସାହିରେ ଧସେଇ ପଶିଲେ ୧୨ଟିକିଆ ହାତୀପଲ, ଦଳିଚକଟି ନଷ୍ଟ କଲେ ବ୍ୟାପକ ଫସଲ

କେନ୍ଦୁଝର:  ଗତ କିଛିଦିନ ହେବ କେନ୍ଦୁଝର ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ବଣୁଆଁ ହାତୀପଲଙ୍କ ଉତ୍ପାତ ବଢି ବଢି ଚାଲିଛି । ବର୍ତ୍ତମାନ ପାଚିଲା ଧାନ ଫସଲ ଖାଇବାକୁ ହାତୀମାନେ ପଲ ପଲ ହୋଇ ବିଭିନ୍ନ ବନାଞ୍ଚଳରେ ଉତ୍ପାତ ଚଲାଇଛନ୍ତି । ସଞ୍ଜ ନଇଁବା କ୍ଷଣି ଦଳ ଦଳ ହୋଇ ହାତୀ ପଲ ପାଚିଲା ଧାନ କ୍ଷେତ ଏବଂ ପନପରିବା କ୍ଷେତରେ ପଶି ଖାଇଦେବା ସହ ନଷ୍ଟ କରୁଥିବା ଦେଖାଯାଉଛି । ବନବିଭାଗ ଏବଂ ହାତୀ ସ୍କ୍ୱାର୍ଡ ହାତୀମାନଙ୍କୁ ଜଙ୍ଗଲ ଆଡକୁ ଘଉଡାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ଜଙ୍ଗଲ ନିକଟସ୍ଥ ଗ୍ରାମବାସୀମାନେ ରାତି ଅନିଦ୍ରା ହୋଇ ହାତୀ ପଲଙ୍କ ଦାଉରୁ ନିଜ ଫସଲକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା ଚଳାଇଥିଲେ ମଧ୍ୟ ହାତୀ ଦାଉରୁ ଫସଲ ରକ୍ଷା କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି । କିଛିଦିନ ହେବ ହାତୀମାନେ ରାତ୍ରିରେ ଧାନ କ୍ଷେତରେ ନପଶି ଦିନବେଳା ମଧ୍ୟ ପାଚିଲା ଧାନ କ୍ଷେତ ଖାଇ ଯାଉଥିବା ଦେଖାଯାଉଛି । ଯାହାକି ବନବିଭାଗ ଏବଂ ଚାଷୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଶନିବାର ବିଳମ୍ବିତ ରାତିରେ ବଡପଶି ନିକଟସ୍ଥ ଜଙ୍ଗଲଗୁଡିକରେ ୧୨ଟିକିଆ ହାତୀପଲ ରହିଥିଲେ । କିନ୍ତୁ ବଡପଶି ମହାକୁଡସାହିକୁ ଦିନବେଳେ ୧୨ଟିକିଆ ହାତୀ ପଲ ଧସେଇ ପଶି ଧାନ,ପନପରିବା ଫସଲ ଖାଇଦେବା ସହ ପାଦରେ ଦଳିଚକଟି ନଷ୍ଟ କରି ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି ।

ଦିନବେଳେ ଗାଁ ନିକଟରେ ଏବଂ ଚାଷ ଜମି ପାଖରେ ହାତୀପଲଙ୍କୁ ଦେଖି ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅନ୍ୟପକ୍ଷରେ ବନବିଭାଗ ପକ୍ଷରୁ ହାତୀ ଏବଂ ଧନଜୀବନ ସୁରକ୍ଷା ପାଇଁ ତୀକ୍ଷଣ ନଜର ରଖାଯାଇଥିବାବେଳେ ସ୍ଥାନୀୟ ପୋଲିସ ମଧ୍ୟ ଗହଳିକୁ ଦେଖି ସତର୍କ ଦୃଷ୍ଟି ରଖିଛି । ବଡପଶି ମହାକୁଡସାହି ଭିତରକୁ ପଶି ଆସିଥିବା ୧୨ଟିକିଆ ହାତୀପଲରେ ୪ଟି ଦନ୍ତାହାତୀ, ୬ଟି ମାଈହାତୀ ଏବଂ ୨ଟି ଛୁଆ ହାତୀ ରହିଛନ୍ତି । ହାତୀପଲ ଗାଁମୁହାଁ ଏବଂ ଚାଷଜମି ମୁହାଁ ହେଉଥିବା ଦେଖି ଶହ ଶହ ଲୋକ ଚାରିଆଡେ ଘେରି ପାଟିତୁଣ୍ଡ କରିବାରୁ ହାତୀମାନେ ଚାଷ ଜମି ନିକଟରେ ରହିଯାଇଥିବା ସୂଚନା ମିଳିଛି । ସେମାନେ ଜଙ୍ଗଲ ଆଡକୁ ଯାଉଥିବାବେଳେ ହାତୀଙ୍କୁ ଗାଁ ଆଡକୁ ପୁରାଇ ନଦେବା ପାଇଁ ଲୋକେ ପାଟିତୁଣ୍ଡ କରୁଥିବା ଦେଖାଯାଉଛି । ଅନ୍ୟପକ୍ଷରେ ହାତୀକୁ ଟେକା ପଥର ନମାରି ପାଟିତୁଣ୍ଡ କରି ବିରକ୍ତ ନକରିବା ପାଇଁ ବନବିଭାଗ ପକ୍ଷରୁ ସତର୍କ କରାଯାଇଛି । କିଛି ଲୋକେ ହାତୀମାନଙ୍କର ଫଟୋ ଉଠାଇବାକୁ ଚେଷ୍ଟା କରିଥିବାବେଳେ ଫଟୋ ନଉଠାଇବାକୁ ବନବିଭାଗ ସତର୍କ ସୂଚନା ଦେଇଛି । ଅନ୍ୟପକ୍ଷରେ ପାଚିଲା ଧାନ କ୍ଷେତ ଓ ପନିପରିବା କ୍ଷେତକୁ ହାତୀପଲ ନଷ୍ଟ କରିଥିବାରୁ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବୀ ହୋଇଛି ।

https://www.thesakala.in/latest-odisha-news/kendujhar/a-herd-of-12-elephants-in-the-keonjhar-sadar-range-destroyed-large-crops/article-15987
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର