ମାଙ୍କଡଙ୍କ ପାଇଁ ବନ ବିଭାଗ ନିର୍ମାଣ କଲା ଝୁଲନ୍ତା ଚଲାପଥ

The Sakala Picture
Published On

କେନ୍ଦୁଝର: ଜାତୀୟ ରାଜପଥ ୪୯ ର ଜୁଡିଆ ଘାଟି ସାନଘାଗରା ନିକଟରେ ବନ ବିଭାଗ ପକ୍ଷରୁ ମାଙ୍କଡ ମାନଙ୍କ ରାସ୍ତା ପାର ହେବା ପାଇଁ ଦୁଇଟି ଝୁଲନ୍ତା ଚଲାପଥ ନିର୍ମାଣ କରାଯାଇଛି। ଏହି ଚଳାପଥ ଦ୍ୱାରା ମାଙ୍କଡମାନେ ସୁବିଧାରେ ଗୋଟିଏ ପାହାଡରୁ ଆଉ ଗୋଟିଏ ପାହାଡକୁ ଜାତୀୟ ରାଜପଥ ଅତିକ୍ରମ କରି ପାରିବେ। ଜାତୀୟ ରାଜପଥରେ ଦୈନିକ ଶହ ଶହ ଟ୍ରକ ଯାତୟତ କରୁଥିବାରୁ ମାଙ୍କଡ ମାନେ ଗୋଟିଏ ପାଶ୍ୱର୍ରୁ ଆଉ ଗୋଟିଏ ପାଶ୍ୱର୍କୁ ଗଲା ସମୟରେ […]

କେନ୍ଦୁଝର: ଜାତୀୟ ରାଜପଥ ୪୯ ର ଜୁଡିଆ ଘାଟି ସାନଘାଗରା ନିକଟରେ ବନ ବିଭାଗ ପକ୍ଷରୁ ମାଙ୍କଡ ମାନଙ୍କ ରାସ୍ତା ପାର ହେବା ପାଇଁ ଦୁଇଟି ଝୁଲନ୍ତା ଚଲାପଥ ନିର୍ମାଣ କରାଯାଇଛି। ଏହି ଚଳାପଥ ଦ୍ୱାରା ମାଙ୍କଡମାନେ ସୁବିଧାରେ ଗୋଟିଏ ପାହାଡରୁ ଆଉ ଗୋଟିଏ ପାହାଡକୁ ଜାତୀୟ ରାଜପଥ ଅତିକ୍ରମ କରି ପାରିବେ। ଜାତୀୟ ରାଜପଥରେ ଦୈନିକ ଶହ ଶହ ଟ୍ରକ ଯାତୟତ କରୁଥିବାରୁ ମାଙ୍କଡ ମାନେ ଗୋଟିଏ ପାଶ୍ୱର୍ରୁ ଆଉ ଗୋଟିଏ ପାଶ୍ୱର୍କୁ ଗଲା ସମୟରେ ଦୁର୍ଘଟଣାର ଶୀକାର ହୋଇଥାନ୍ତି। ଏହି ଝୁଲନ୍ତା ରାସ୍ତା ବା କ୍ୟାନୋପି ବ୍ରିଜ ଦ୍ୱାରା ଦୁର୍ଘଟଣା ରୋକାଯାଇ ପାରିବ ବୋଲି ମତପ୍ରକାଶ ପାଇଛି। ସିଦ୍ଧମଠ ଜଙ୍ଗଲରୁ ସାନଘାଗରା ଜଙ୍ଗଲ ଯାତାୟତ ପାଇଁ ଝୁଲନ୍ତା ଚଲାପଥ ବେଶ ସହାୟକ ହେବ ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ଅନ୍ୟପକ୍ଷରେ ଖାଦ୍ୟ ଅଭାବ ଯୋଗୁଁ ମାଙ୍କଡ ମାନେ ଜଙ୍ଗଲ ଛାଡି ପଦାକୁ ଚାଲି ଆସୁଥିବାରୁ ଦୁର୍ଘଟଣା ବଢୁଛି । ସେମାନଙ୍କ ପାଇଁ ଜଙ୍ଗଲରେ ଖାଦ୍ୟ ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି । ସାନଘାଗରା ସମ୍ମୁଖରେ ଦୁଇଟି ଝୁଲନ୍ତା ଚଲାପଥ ଆରମ୍ଭ ହେବା ପରେ ଅଧିକ ମାଙ୍କଡ ଯାତାୟତ କରୁଥିବା ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅନ୍ତର୍ଗତ କାଇପୁର ଠାରେ ଆଉ ଏକ ଝୁଲନ୍ତା ଚଲାପଥ ନିର୍ମାଣ କରାଯିବ। ଗୁରୁବାର ଦିନ ଡିଏଫ୍‌ଓ ଏଚ୍‌ଡି ଧନରାଜ, ଏସିଏଫ୍‌ ଘନଶ୍ୟାମ ମହାନ୍ତ, ଅଶୋକ କୁମାର ଦାସ, ରେଞ୍ଜର ମାନସ କୁମାର ମୁର୍ମୁ ଝୁଲନ୍ତା ଚଲାପଥ ସ୍ଥାନ ପରିଦର୍ଶନ କରିଥିଲେ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର