ତେଲକୋଇରେ ଅଘଟଣ: ଘର କାନ୍ଥ ପଡି ୨ବର୍ଷର ଶିଶୁ ମୃତ

The Sakala Picture
Published On

ତେଲକୋଇ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅଘଟଣ ଘଟିଯାଇଛି। ମାଟିଘର କାନ୍ଥ ଭାଙ୍ଗୁଥିବାବେଳେ ଚାପିହୋଇ ଜଣେ ୨ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ, ତେଲକୋଇ ଥାନା ଗୋଳାବନ୍ଧ ମହାକୁଡ଼ ସାହିର ଛଲୁ ମହାକୁଡ଼ଙ୍କର ପୁରୁଣା ଘର କାନ୍ଥ ଭଙ୍ଗା ଯାଉଥିଲା। ଏତିକିବେଳେ ଛାଲୁ ମହାକୁଡ଼ର ୨ ବର୍ଷର ପୁଅ ସୌରଭ ମହାକୁଡ଼ ଘର କାନ୍ଥ ନିକଟରେ ଖେଳୁଥିଲେ।କାନ୍ଥଟି ଖସିପିଡ଼ି ଶିଶୁଟିକୁ ଚାପି ଦେଇଥିଲା। ଫଳରେ ଶିଶୁଟି ଗୁରୁତର ଆହତ […]

ତେଲକୋଇ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅଘଟଣ ଘଟିଯାଇଛି। ମାଟିଘର କାନ୍ଥ ଭାଙ୍ଗୁଥିବାବେଳେ ଚାପିହୋଇ ଜଣେ ୨ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି।

ଆହୁରି ପଢ଼ନ୍ତୁ: ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବା ବେଳେ ଗଛରେ ପିଟି ହେଲା କାର୍, ଗୋଟିଏ ପରିବାରର ୩ ମୃତ

ସୂଚନା ଅନୁଯାୟୀ, ତେଲକୋଇ ଥାନା ଗୋଳାବନ୍ଧ ମହାକୁଡ଼ ସାହିର ଛଲୁ ମହାକୁଡ଼ଙ୍କର ପୁରୁଣା ଘର କାନ୍ଥ ଭଙ୍ଗା ଯାଉଥିଲା। ଏତିକିବେଳେ ଛାଲୁ ମହାକୁଡ଼ର ୨ ବର୍ଷର ପୁଅ ସୌରଭ ମହାକୁଡ଼ ଘର କାନ୍ଥ ନିକଟରେ ଖେଳୁଥିଲେ।କାନ୍ଥଟି ଖସିପିଡ଼ି ଶିଶୁଟିକୁ ଚାପି ଦେଇଥିଲା। ଫଳରେ ଶିଶୁଟି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଜଗମୋହନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ତେଲକୋଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଥିଲା । ହେଲେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି। ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

05 Nov 2021 By The Sakala

ତେଲକୋଇରେ ଅଘଟଣ: ଘର କାନ୍ଥ ପଡି ୨ବର୍ଷର ଶିଶୁ ମୃତ

ତେଲକୋଇ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅଘଟଣ ଘଟିଯାଇଛି। ମାଟିଘର କାନ୍ଥ ଭାଙ୍ଗୁଥିବାବେଳେ ଚାପିହୋଇ ଜଣେ ୨ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି।

ସୂଚନା ଅନୁଯାୟୀ, ତେଲକୋଇ ଥାନା ଗୋଳାବନ୍ଧ ମହାକୁଡ଼ ସାହିର ଛଲୁ ମହାକୁଡ଼ଙ୍କର ପୁରୁଣା ଘର କାନ୍ଥ ଭଙ୍ଗା ଯାଉଥିଲା। ଏତିକିବେଳେ ଛାଲୁ ମହାକୁଡ଼ର ୨ ବର୍ଷର ପୁଅ ସୌରଭ ମହାକୁଡ଼ ଘର କାନ୍ଥ ନିକଟରେ ଖେଳୁଥିଲେ।କାନ୍ଥଟି ଖସିପିଡ଼ି ଶିଶୁଟିକୁ ଚାପି ଦେଇଥିଲା। ଫଳରେ ଶିଶୁଟି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଜଗମୋହନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ତେଲକୋଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଥିଲା । ହେଲେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି। ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର