ମନୋରଞ୍ଜନ
ଓଡ଼ିଶା
ମୃତ୍ତିକା ଶିଳ୍ପରୁ ସ୍ବାବଲମ୍ବନ ସମ୍ମାନ
ମହାକାଳପଡ଼ାରୁ (ବିଚିତ୍ରାନନ୍ଦ ବେହେରା): ଉଚ୍ଚଶିକ୍ଷା ପରେ ଚାକିରି ମିଳି ନ ଥିଲା। ହେଲେ ସେ ହତାଶ ହୋଇ ନ ଥିଲେ। ବରଂ ବିକଳ୍ପ ରୋଜଗାରର ସନ୍ଧାନ କରିଥିଲେ। ଅନେକ କୌଳିକ ବୃତ୍ତି ପ୍ରତି ନାକ ଟେକିଦେଉଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତେରଗାଁର ନିରଞ୍ଜନ କିନ୍ତୁ ନିଜର କୌଳିକ ବୃତ୍ତିକୁ ଆଦରି ନେଇଥିଲେ। ନିଜର ବୃତ୍ତି ପ୍ରତି ଶ୍ରଦ୍ଧା ଆଜି ତାଙ୍କୁ ଉଦ୍ୟୋଗୀରେ ପରିଣତ କରିଛି। ରୋଜଗାର ମିଳିଛି, ସମ୍ମାନ ମିଳିଛି; କେବଳ ନିଜ ପାଇଁ […]
ମହାକାଳପଡ଼ାରୁ (ବିଚିତ୍ରାନନ୍ଦ ବେହେରା): ଉଚ୍ଚଶିକ୍ଷା ପରେ ଚାକିରି ମିଳି ନ ଥିଲା। ହେଲେ ସେ ହତାଶ ହୋଇ ନ ଥିଲେ। ବରଂ ବିକଳ୍ପ ରୋଜଗାରର ସନ୍ଧାନ କରିଥିଲେ। ଅନେକ କୌଳିକ ବୃତ୍ତି ପ୍ରତି ନାକ ଟେକିଦେଉଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତେରଗାଁର ନିରଞ୍ଜନ କିନ୍ତୁ ନିଜର କୌଳିକ ବୃତ୍ତିକୁ ଆଦରି ନେଇଥିଲେ। ନିଜର ବୃତ୍ତି ପ୍ରତି ଶ୍ରଦ୍ଧା ଆଜି ତାଙ୍କୁ ଉଦ୍ୟୋଗୀରେ ପରିଣତ କରିଛି। ରୋଜଗାର ମିଳିଛି, ସମ୍ମାନ ମିଳିଛି; କେବଳ ନିଜ ପାଇଁ ନୁହେଁ, ଆହୁରି ଅନେକ ଲୋକଙ୍କୁ ସେ ସ୍ୱାବଲମ୍ବନର ବାଟ ଦେଖାଇଛନ୍ତି। ଏଥିରେ ସକ୍ରିୟ ସହଯୋଗ କରିଛନ୍ତି ତାଙ୍କ ପତ୍ନୀ ସବିତା।
ମାଟିରେ ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ରିକରି ନିଜ ପରିବାରକୁ ରୋଜଗାର ଦେବା ସହିତ ଗ୍ରାମର ଅନ୍ୟମାନଙ୍କୁ ରୋଜଗାରକ୍ଷମ କରିପାରିଛନ୍ତି ନିରଞ୍ଜନ। ମାଟିର ହସ୍ତଶିଳ୍ପ ପାଇଁ ୧୫ରୁ ଅଧିକ ମହିଳା ଏବଂ ପୁରୁଷ ରୋଜଗାରକ୍ଷମ ହୋଇ ପାରିଛନ୍ତି। ମହାବାତ୍ୟା ପରେ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କ୍ଷତିଗ୍ରସ୍ତ କୁମ୍ଭାର ପରିବାରଙ୍କୁ ସହାୟତା ଦିଆଯିବା ସହ ମାଟିରେ ନୂଆ ପ୍ରକାରର ସାମଗ୍ରୀ ତିଆରି କରିବା ପାଇଁ ତାଲିମ ଦିଆଯାଉଥିଲା। ସେହି ସମୟରେ ହସ୍ତଶିଳ୍ପ ବିଭାଗର ଅଧିକାରୀଙ୍କ ସହିତ ଭେଟ ହେବା ପରେ ସେହି ବିଭାଗର ସରକାରୀ ଯୋଜନା ସମ୍ପର୍କରେ ଜାଣିବାକୁ ପାଇଥିଲେ ନିରଞ୍ଜନ।
ପିଲାଦିନୁ ସେ ବାପାଙ୍କ ସହିତ ମାଟିରେ ହାଣ୍ଡି ମାଠିଆ, କଳସ ତିଆରି କରିବା ଶିଖିଥିବାରୁ ହସ୍ତ ଶିଳ୍ପ ବିଭାଗର ନୂଆ ପ୍ରକାରର ମାଟି ସାମଗ୍ରୀ ତିଆରି କରିବାକୁ ତାଙ୍କୁ ଅସୁବିଧା ହୋଇ ନ ଥିଲା ହସ୍ତଶିଳ୍ପ ବିଭାଗ ପକ୍ଷରୁ ତାଲିମ ନେଇ ପୋଡା ମାଟିର ବିଭିନ୍ନ ଘର ସଜା ସୌଖୀନ ସାମଗ୍ରୀ ତିଆରି କରି ବିଭିନ୍ନ ପ୍ରଦର୍ଶନୀରେ ବିକ୍ରୟ କରିଥିଲେ। ସେହି ସବୁ ସାମଗ୍ରୀର ଚାହିଦା ବୃଦ୍ଧି ହେବାରୁ ୨୦୧୮ ମସିହାରେ ମା ବନଦୁର୍ଗା ଉତ୍ପାଦକ ଗ୍ରୁପ ଗଠନ କରିଥିଲେ। ସେହି ଗ୍ରୁପରେ ଗ୍ରାମର ୨୩ଜଣ ମହିଳାଙ୍କୁ ସାମିଲ କରି ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରଶିକ୍ଷିତ କରାଇଥିଲେ। ସମସ୍ତ ସଦସ୍ୟଙ୍କୁ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଦିଆଯାଇଥିଲା।
ପତ୍ନୀ ସବିତା ତାଙ୍କୁ ସମ୍ପୂର୍ଣ୍ଣ ସହାୟତା କରିଥିଲେ। ଟେରାକୋଟା ସାମଗ୍ରୀର ଚାହିଦା ବଢ଼ିବା ସାଙ୍ଗକୁ ଟ୍ରେନରେ ଯାତ୍ରୀ ଚା ପିଇବା ପାଇଁ ମାଟିର ଗ୍ଲାସ ତିଆରି କରିବାକୁ ଏକ ସଂସ୍ଥା ତାଙ୍କୁ ଉତ୍ସାହିତ କରିଥିଲା। ଦୁଇ ବର୍ଷ ହେବ ମାଟିର ଚା କପ ତିଆରି କରି ବିକ୍ରୟ କରି ନିଜେ ଭଲ ରୋଜଗାର ପାଇବା ସାଙ୍ଗକୁ ଗ୍ରୁପର ମହିଳା ମାନେ ମଧ୍ୟ ରୋଜଗାର ପାଇପାରୁଥିବା ନିରଞ୍ଜନ କହିଛନ୍ତି। ଜାତୀୟ ରାଜପଥ ୫୩ ପାରାଦ୍ୱୀପ -ଚଣ୍ଡିଖୋଲର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ତାଙ୍କ ଗ୍ରାମ ହୋଇଥିବାରୁ ପାରାଦ୍ୱୀପ, କୁଜଙ୍ଗ, ମାର୍ଶାଘାଇ କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଭୁବନେଶ୍ୱର ପ୍ରଭୃତି ଅଞ୍ଚଳର ଚା ଦୋକାନରେ ମଧ୍ୟ ତାଙ୍କ ତିଆରି ମାଟିଗ୍ଲାସର ଚାହିଦା ରହିଛି।