ଗ୍ୟାଙ୍ଗଷ୍ଟାର ହାଇଦରର ମୃତ୍ୟୁ ପରେ ହାଇଆଲର୍ଟରେ କେନ୍ଦ୍ରାପଡା, ସହରରେ ୭ ପ୍ଲାଟୁନ ପୋଲିସ ମୁତୟନ

The Sakala Picture
Published On

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ତଥା ରାଜ୍ୟରେ ୪୧ ବର୍ଷ ହେଲା ଆତଙ୍କ ଖେଳାଇଥିବା ଗ୍ୟାଙ୍ଗଷ୍ଟାର ହାଇଦର ଅଲ୍ଲୀର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି। ହାଇଦର ମୃତ୍ୟୁ ପରେ କେନ୍ଦ୍ରାପଡା ଜିଲ୍ଲାରେ ଅପ୍ରୀତିକର ଓ ଶାନ୍ତିଭଙ୍ଗ ପରିସ୍ଥିତି ସୃଷ୍ଟି ନହେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରଯାଇଛି । ଅନ୍ୟପଟେ ହାଇଦର ଅଲ୍ଲୀର ଜନ୍ମମାଟି କେନ୍ଦ୍ରାପଡ଼ା ଜିଲ୍ଲା ହୋଇଥିବାରୁ ଏନକାଉଣ୍ଟର ପରେ ଆଇନଶୃଙ୍ଖଳା ପରିସ୍ଥିତିକୁ ତୀକ୍ଷ୍ଣ ଦୃଷ୍ଟି ଦିଆଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ସହରର […]

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ତଥା ରାଜ୍ୟରେ ୪୧ ବର୍ଷ ହେଲା ଆତଙ୍କ ଖେଳାଇଥିବା ଗ୍ୟାଙ୍ଗଷ୍ଟାର ହାଇଦର ଅଲ୍ଲୀର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି। ହାଇଦର ମୃତ୍ୟୁ ପରେ କେନ୍ଦ୍ରାପଡା ଜିଲ୍ଲାରେ ଅପ୍ରୀତିକର ଓ ଶାନ୍ତିଭଙ୍ଗ ପରିସ୍ଥିତି ସୃଷ୍ଟି ନହେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରଯାଇଛି ।

ଅନ୍ୟପଟେ ହାଇଦର ଅଲ୍ଲୀର ଜନ୍ମମାଟି କେନ୍ଦ୍ରାପଡ଼ା ଜିଲ୍ଲା ହୋଇଥିବାରୁ ଏନକାଉଣ୍ଟର ପରେ ଆଇନଶୃଙ୍ଖଳା ପରିସ୍ଥିତିକୁ ତୀକ୍ଷ୍ଣ ଦୃଷ୍ଟି ଦିଆଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ସହରର ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ବଡହାଟ, ତିନିମୁହାଣୀ, ଗରାପୁର, ରଣପଡ଼ା, ପେଟ୍ରୋଲ ପମ୍ପ ଛକ ଆଦି ସ୍ଥାନରେ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାଛଡା ୨୦ ପ୍ଲାଟୁନ ପୋଲିସ ରିଜର୍ଭରେ ରେଡି କରି ରଖାଯାଇଛି। ସହରର ଗଳିକନ୍ଦିରେ କଡ଼ାକଡ଼ି ଚେକିଂ କରୁଥିବା ଦେଖିବାକୁ ମିଳୁଛି। ଯେପରି କୌଣସି ଅଘଟଣ ନଘଟେ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥାମାନ ଗ୍ରହଣ କରାଯାଇଛି। ସହରର କେତୋଟି ସମ୍ବେଦନଶୀଳ ସ୍ଥାନକୁ ସ୍ୱତନ୍ତ୍ରଭାବେ ଆଇଜି ନରସିଂହ ଭୋଳ ଏବଂ କେନ୍ଦ୍ରାପଡା ଏସ୍ପି ମଦକର ସମ୍ବିଦ ସମ୍ପଦ ନଜର ରଖିଛନ୍ତି ।

ଏହାଛଡା ମୃତ ହାଇଦର ପରିବାର ଲୋକଙ୍କ ସହ ପ୍ରଶାସନର ଆଲୋଚନା ହୋଇଛି। ଶାନ୍ତି ଶୃଙ୍ଖଳା ସହ ଶେଷକୃତ୍ୟ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ସହାୟତା କରାଯିବ ବୋଲି ଜିଲ୍ଲାପାଳ ଅମ୍ରିତି ଋତୁରାଜ ସୂଚନା ଦେଇଛନ୍ତି ।

ଏହାବ୍ଯତୀତ କେନ୍ଦ୍ରାପଡା ପୋୖରାଞ୍ଚଳର ୨୧ଟି ୱାର୍ଡ ଆଉ ୪ଟି ପଂଚାୟତ ବାରିମୂଳ, କପାଳେଶ୍ବର, ଗୁଲନଗର ଓ ଜମଧର ପଂଚାୟତରେ ଅଞ୍ଚଳରେ ୧୪୪ ଜାରି ହୋଇଥିବାରୁ ଏହିସବୁ ଅଂଚଳରେ କୋଭିଡ ଟିକାକରଣ ଆଉ ସ୍କୁଲଗୁଡିକ ଖୋଲିବନି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ପରେ କେନ୍ଦ୍ରାପଡାରେ କଡା ସୁରକ୍ଷା ବଳୟରେ ହାଇଦରର ମୃତ ଶରୀର ପହଂଚିଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖାଯାଇ ହାଇଦର ମୃତ ଶରୀରକୁ ତାର ରଣପଡା ସ୍ଥିତ ବାସଭବନକୁ ନିଆନଯାଇ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ଯାଳୟ ଦେଇ ଗୋବରୀ ନଦୀ କୂଳରେ ଥିବା କବର ସ୍ଥାନକୁ ନିଆଯାଇଛି। ସ୍ୱଳ୍ପ ଲୋକଙ୍କ ମଧ୍ୟରେ କୋଭିଡ କଟକଣାକୁ ଦୃଷ୍ଟିରେ ରଖାଯାଇ ହାଇଦରର ଶେଷକୃତ୍ୟ ହୋଇଛି।

25 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର