ମହିଳା ସ୍ବାବଲମ୍ବନର ଆଉ ଏକ ପାହାଚ: କେନ୍ଦ୍ରାପଡ଼ାରେ ରାଜ୍ୟର ପ୍ରଥମ ‘ମିଶନ୍‍ ଶକ୍ତି କାଫେ’

The Sakala Picture
Published On

ଭୁବନେଶ୍ୱର/କେନ୍ଦ୍ରାପଡ଼ା: ନାରୀ ସଶକ୍ତିକରଣ ପାଇଁ ରାଜ୍ୟସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ମହିଳାମାନଙ୍କୁ ସଶକ୍ତ ଏବଂ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମା’ମାନଙ୍କ ହାତରେ ଏବେ ହୋଟେଲ ବା ‘କାଫେ’ ଚଳାଇବାର ଦାୟିତ୍ୱ। ଏବେ ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ହାତ ତିଆରି ଖାଦ୍ୟ ସାମଗ୍ରୀ କିମ୍ବା ପନିପରିବା ଚାଷ ମଧ୍ୟରେ ସୀମିତ ହୋଇରହିନାହାଁନ୍ତି। ସମୟ ବଦଳିବା ସହ ମହିଳାମାନେ ରୋଜଗାରକ୍ଷମ ହେବାର ପରିଭାଷା ମଧ୍ୟ ବଦଳିଛି। କେନ୍ଦ୍ରାପଡ଼ାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ […]

ଭୁବନେଶ୍ୱର/କେନ୍ଦ୍ରାପଡ଼ା: ନାରୀ ସଶକ୍ତିକରଣ ପାଇଁ ରାଜ୍ୟସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ମହିଳାମାନଙ୍କୁ ସଶକ୍ତ ଏବଂ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମା’ମାନଙ୍କ ହାତରେ ଏବେ ହୋଟେଲ ବା ‘କାଫେ’ ଚଳାଇବାର ଦାୟିତ୍ୱ। ଏବେ ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ହାତ ତିଆରି ଖାଦ୍ୟ ସାମଗ୍ରୀ କିମ୍ବା ପନିପରିବା ଚାଷ ମଧ୍ୟରେ ସୀମିତ ହୋଇରହିନାହାଁନ୍ତି। ସମୟ ବଦଳିବା ସହ ମହିଳାମାନେ ରୋଜଗାରକ୍ଷମ ହେବାର ପରିଭାଷା ମଧ୍ୟ ବଦଳିଛି। କେନ୍ଦ୍ରାପଡ଼ାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆରମ୍ଭ କରିଛନ୍ତି ମିଶନଶକ୍ତି କାଫେ। ଯାହା କି ଓଡ଼ିଶାର ପ୍ରଥମ କାଫେ।

କେନ୍ଦ୍ରାପଡ଼ା ବ୍ଲକ୍‍ରେ ପ୍ରଥମ କରି ଜୟ ମା ତାରିଣୀ ଏସ୍‍ଏଚଜିର ୧୦ଜଣ ମହିଳା ଏକାଠି ହୋଇ ଏହି କାଫେ କରିଛନ୍ତି। ଯେଉଁଠି ଲଞ୍ଚ୍‍ଠାରୁ ଆରମ୍ଭ କରି ରାତ୍ରିଭୋଜନ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଏହି କାଫେରେ ମହିଳାମାନେ ରୋଷେଇଶାଳରେ ରୋଷେଇ କରିବାଠାରୁ ଆରମ୍ଭ କରି ପରସିବା ସହ ପାର୍ସଲ ମଧ୍ୟ କରୁଛନ୍ତି। ଲକ୍‍ଡାଉନ୍‍ ସମୟରେ କେହି କେହି ନିଜ ରୋଜଗାର ହରାଇଥିବାବେଳେ ଆଉ କିଛି ଲୋକ ହାତବାନ୍ଧି ବସିଛନ୍ତି। ମାତ୍ର ଏହି ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର କାଫେ ଆରମ୍ଭ କରିବା ନିଶ୍ଚିତଭାବେ ଉଲ୍ଲେଖନୀୟ।

ଲକ୍‍ଡାଉନ୍‍ ଉଠିବା ପରେ ମହିଳାଙ୍କ ଦ୍ୱାରା ପରିଚାଳିତ ଏହି କାଫେରେ ବସିକରି ଖାଇବାର ସୁବିଧା ରହିବ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ସ୍ନେହଲତା ମହାରଣା କହିଛନ୍ତି। ଏହି କାଫେ ପାଇଁ ସେମାନଙ୍କୁ ମିଶନ ଶକ୍ତି ବିଭାଗ ପକ୍ଷରୁ ସହାୟତା ମିଳିବା ସହ ସେମାନେ ୧ଲକ୍ଷ ଟଙ୍କାର ଋଣ କରିଛନ୍ତି। ଏହି କାଫେରେ ଓଡ଼ିଆ ସାଧା ଖାଦ୍ୟ ୫୦ଟଙ୍କା, ମାଛ ମିଲ୍‍ ୬୦ଟଙ୍କା, ସ୍ୱତନ୍ତ୍ର ଥାଳି ୬୦ଟଙ୍କା, ଚିକେନ୍‍ ଥାଳି ୮୦ଟଙ୍କା, ଶୁଦ୍ଧ ସାକାହାରୀ ଖାଦ୍ୟ ୫୦ଟଙ୍କା ଏବଂ ମଟନ୍‍ ଥାଳି ୧୨୦ଟଙ୍କା ରହିଛି। ପ୍ରଥମ ଦିନରେ ୩୦ଟି ମିଲ୍‍ ପାର୍ସଲ ଯାଇଥିବା ସୂଚନା ମିଳିଛି। ପୂର୍ବରୁ ଏହି ସ୍ୱୟଂ ସହାୟକ ଗୋଷ୍ଠୀ ରାଜ୍ୟ ସରକାରଙ୍କ ଖାଦ୍ୟ ନିରାପତ୍ତା ଯୋଜନା ଅଧିନରେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଖାଦ୍ୟ ଯୋଗାଉଥିଲେ। ବୁଧବାର ଆରମ୍ଭ ହୋଇଥିବା ଏହି କାଫେକୁ ବିଧାୟକ ଶଶୀଭୂଷଣ ବେହେରା, କେନ୍ଦ୍ରାପଡ଼ା ଜିଲ୍ଲାପାଳ, ବିଡିଓଙ୍କ ଉପସ୍ଥିତିରେ ଉଦ୍‍ଘାଟିତ ହୋଇଯାଇଛି। ଆଗାମୀ ଦିନରେ ଅନ୍ୟ ଜିଲ୍ଲାମାନଙ୍କରେ ଏଭଳି ମିଶନ୍‍ ଶକ୍ତି କାଫେ ଆରମ୍ଭ କରାଯିବାର ଯୋଜନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର