ତ୍ରୁଟିପୂର୍ଣ୍ଣ ସାର୍ଟିଫିକେଟ ନେଇ କେନ୍ଦ୍ରାପଡା ମହାବିଦ୍ୟାଳୟରେ ଉତ୍ତେଜନା

The Sakala Picture
Published On

କେନ୍ଦ୍ରାପଡ଼ା:  ପିଲାଙ୍କ ଭବିଷ୍ୟତକୁ ନେଇ ଖେଳିବାରୁ କଲେଜ ପାଲଟିଲା ରଣକ୍ଷେତ୍ର। ସାର୍ଟିଫିକେଟରେ ତ୍ରୁଟି ନେଇ କେନ୍ଦ୍ରାପଡା ମହାବିଦ୍ୟାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି। ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ବର୍ତ୍ତମାନ ଅନିଶ୍ଚିତତା ଭିତରେ।  ଯାହାକୁ ନେଇ ଛାତ୍ରଛାତ୍ରୀମାନେ ତୁମୁଳକାଣ୍ଡ  ଘଟାଇଛନ୍ତି। ପ୍ରିନ୍ସିପାଲଙ୍କ ଚ୍ୟାମ୍ବରର ସମସ୍ତ ଜିନିଷ ଭାଙ୍ଗିଛନ୍ତି ପି.ଜି ଛାତ୍ରଛାତ୍ରୀ । ତ୍ରୁଟିପୂର୍ଣ୍ଣ ସାର୍ଟିଫିକେଟ ଦେବାନେଇ କଲେଜ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଛାତ୍ରଛାତ୍ରୀ। ଅଭିଯୋଗ ଅନୁଯାଇ, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପିଜି ସାର୍ଟିଫିକେଟ ପାଇଥିବା ଛାତ୍ରଛାତ୍ରୀ […]

କେନ୍ଦ୍ରାପଡ଼ା:  ପିଲାଙ୍କ ଭବିଷ୍ୟତକୁ ନେଇ ଖେଳିବାରୁ କଲେଜ ପାଲଟିଲା ରଣକ୍ଷେତ୍ର। ସାର୍ଟିଫିକେଟରେ ତ୍ରୁଟି ନେଇ କେନ୍ଦ୍ରାପଡା ମହାବିଦ୍ୟାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି। ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ବର୍ତ୍ତମାନ ଅନିଶ୍ଚିତତା ଭିତରେ।  ଯାହାକୁ ନେଇ ଛାତ୍ରଛାତ୍ରୀମାନେ ତୁମୁଳକାଣ୍ଡ  ଘଟାଇଛନ୍ତି। ପ୍ରିନ୍ସିପାଲଙ୍କ ଚ୍ୟାମ୍ବରର ସମସ୍ତ ଜିନିଷ ଭାଙ୍ଗିଛନ୍ତି ପି.ଜି ଛାତ୍ରଛାତ୍ରୀ । ତ୍ରୁଟିପୂର୍ଣ୍ଣ ସାର୍ଟିଫିକେଟ ଦେବାନେଇ କଲେଜ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଛାତ୍ରଛାତ୍ରୀ।

ଆହୁରି ପଢ଼ନ୍ତୁ: ପରିବହନ ବିଭାଗର ଅଜବ କାରନାମା: ନା ଅଛି ବାଇକ୍ ନା ଯାଇଛନ୍ତି ନୟାଗଡ଼, କଟିଲା ୫ ହଜାର ଟଙ୍କାର ଚାଲାଣ

ଅଭିଯୋଗ ଅନୁଯାଇ, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପିଜି ସାର୍ଟିଫିକେଟ ପାଇଥିବା ଛାତ୍ରଛାତ୍ରୀ ମାନେ ସେମାନଙ୍କ ସାର୍ଟିଫିକେଟରେ କୌଣସି ୟୁନିଭରସିଟିର ନାମ ନାହିଁ।  ଏ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ, କଲେଜ କର୍ତ୍ତୃପକ୍ଷ କୌଣସି କଥାକୁ କର୍ଣ୍ଣପାତ କରି ନ ଥିଲେ। ଯାହାଫଳରେ ପାଖାପାଖି ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କର ସାର୍ଟିଫିକେଟ ଭୁଲ ଅଛି ବୋଲି ଅଭିଯୋଗ ହୋଇଛି । ଏହାପରେ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିଲେ। ତେବେ ଆଜି ଶତାଧିକ ଛାତ୍ରଛାତ୍ରୀ କଲେଜ ପରିସରରେ ପ୍ରତିବାଦ ସ୍ୱରୂପ ନାରାବାଜି କରିବା ସହ କୌଣସି କଲେଜ କର୍ତ୍ତୃପକ୍ଷ ଉପସ୍ଥିତ ନ ଥିବାରୁ ପ୍ରିନ୍ସିପାଲଙ୍କ ଚ୍ୟାମ୍ବରକୁ ଧସେଇ ପଶିଥିଲେ। ଉକ୍ତ ଚ୍ୟାମ୍ବରର ସମସ୍ତ ଚେୟାର ଟେବୁଲକୁ ବାଡାବାଡ଼ି କରିବା ସହ ସେସବୁକୁ ଆଣି ବାହାରେ ଫୋପାଡ଼ିଦେଇଥିଲେ। ତେବେ ବିଳମ୍ବରେ କଲେଜ ଅଧ୍ୟକ୍ଷ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ବୁଝେଇବା ସହ ଆଗାମୀ ଦିନରେ ସେମାନଙ୍କ ସାର୍ଟିଫିକେଟର ତ୍ରୁଟି ମାର୍ଜନା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। କଲେଜ ପରିସରର ସ୍ଥିତି ଏଭଳି ହୋଇଯାଇଥିଲା ଯେ ଶେଷରେ ଟାଉନ ଥାନା ପୋଲିସ ପହଞ୍ଚି ବୁଝାସୁଝା କରିବାକୁ ପ୍ରୟାସ କରିଥିଲା।

ଆହୁରି ପଢ଼ନ୍ତୁ: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍: ମୋଟ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି

10 Sep 2024 By The Sakala

ତ୍ରୁଟିପୂର୍ଣ୍ଣ ସାର୍ଟିଫିକେଟ ନେଇ କେନ୍ଦ୍ରାପଡା ମହାବିଦ୍ୟାଳୟରେ ଉତ୍ତେଜନା

କେନ୍ଦ୍ରାପଡ଼ା:  ପିଲାଙ୍କ ଭବିଷ୍ୟତକୁ ନେଇ ଖେଳିବାରୁ କଲେଜ ପାଲଟିଲା ରଣକ୍ଷେତ୍ର। ସାର୍ଟିଫିକେଟରେ ତ୍ରୁଟି ନେଇ କେନ୍ଦ୍ରାପଡା ମହାବିଦ୍ୟାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି। ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ବର୍ତ୍ତମାନ ଅନିଶ୍ଚିତତା ଭିତରେ।  ଯାହାକୁ ନେଇ ଛାତ୍ରଛାତ୍ରୀମାନେ ତୁମୁଳକାଣ୍ଡ  ଘଟାଇଛନ୍ତି। ପ୍ରିନ୍ସିପାଲଙ୍କ ଚ୍ୟାମ୍ବରର ସମସ୍ତ ଜିନିଷ ଭାଙ୍ଗିଛନ୍ତି ପି.ଜି ଛାତ୍ରଛାତ୍ରୀ । ତ୍ରୁଟିପୂର୍ଣ୍ଣ ସାର୍ଟିଫିକେଟ ଦେବାନେଇ କଲେଜ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଛାତ୍ରଛାତ୍ରୀ।

ଅଭିଯୋଗ ଅନୁଯାଇ, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପିଜି ସାର୍ଟିଫିକେଟ ପାଇଥିବା ଛାତ୍ରଛାତ୍ରୀ ମାନେ ସେମାନଙ୍କ ସାର୍ଟିଫିକେଟରେ କୌଣସି ୟୁନିଭରସିଟିର ନାମ ନାହିଁ।  ଏ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ, କଲେଜ କର୍ତ୍ତୃପକ୍ଷ କୌଣସି କଥାକୁ କର୍ଣ୍ଣପାତ କରି ନ ଥିଲେ। ଯାହାଫଳରେ ପାଖାପାଖି ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କର ସାର୍ଟିଫିକେଟ ଭୁଲ ଅଛି ବୋଲି ଅଭିଯୋଗ ହୋଇଛି । ଏହାପରେ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିଲେ। ତେବେ ଆଜି ଶତାଧିକ ଛାତ୍ରଛାତ୍ରୀ କଲେଜ ପରିସରରେ ପ୍ରତିବାଦ ସ୍ୱରୂପ ନାରାବାଜି କରିବା ସହ କୌଣସି କଲେଜ କର୍ତ୍ତୃପକ୍ଷ ଉପସ୍ଥିତ ନ ଥିବାରୁ ପ୍ରିନ୍ସିପାଲଙ୍କ ଚ୍ୟାମ୍ବରକୁ ଧସେଇ ପଶିଥିଲେ। ଉକ୍ତ ଚ୍ୟାମ୍ବରର ସମସ୍ତ ଚେୟାର ଟେବୁଲକୁ ବାଡାବାଡ଼ି କରିବା ସହ ସେସବୁକୁ ଆଣି ବାହାରେ ଫୋପାଡ଼ିଦେଇଥିଲେ। ତେବେ ବିଳମ୍ବରେ କଲେଜ ଅଧ୍ୟକ୍ଷ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ବୁଝେଇବା ସହ ଆଗାମୀ ଦିନରେ ସେମାନଙ୍କ ସାର୍ଟିଫିକେଟର ତ୍ରୁଟି ମାର୍ଜନା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। କଲେଜ ପରିସରର ସ୍ଥିତି ଏଭଳି ହୋଇଯାଇଥିଲା ଯେ ଶେଷରେ ଟାଉନ ଥାନା ପୋଲିସ ପହଞ୍ଚି ବୁଝାସୁଝା କରିବାକୁ ପ୍ରୟାସ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର