କେନ୍ଦ୍ରାପଡ଼ାରେ ଶିଶୁ ବିକ୍ରି, ୨ ହଜାର ଟଙ୍କା ଦେଇ ଡାକ୍ତରଖାନାରୁ ମାନସିକ ଭିନ୍ନକ୍ଷମ ଯୁବତୀଙ୍କ ଶିଶୁପୁତ୍ରକୁ ନେଇଗଲେ...

Deviprasad Mohanty Picture
Published On

 ପଟ୍ଟାମୁଣ୍ଡାଇ/ମାଳିପୁର: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମାନସିକ ଭିନ୍ନକ୍ଷମ ଅବିବାହିତ ଯୁବତୀଙ୍କ ନବଜାତ ଶିଶୁୁପୁତ୍ର ବିକ୍ରି ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ସୂଚନା ମୁତାବକ, ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ଉତ୍ତିକଣ ଅଞ୍ଚଳର ଯୁବତୀଜଣଙ୍କ କିଛି ଦିନ ତଳେ ଗର୍ଭବତୀ ହୋଇଥିଲେ। ପ୍ରସବ ଯନ୍ତ୍ରଣା ହେବାରୁ ଗତ ୧୭ ତାରିଖ ଦିନ ଯୁବତୀଙ୍କ ମାଆ ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସେଠାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ସେଠାରେ ଭର୍ତ୍ତି ହେବାର କିଛି ସମୟ ପରେ ଯୁବତୀଜଣଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ତେବେ ସେଠାରେ ଜଣେ ଲୋକ ନିଜକୁ ସରକାରୀ ଅଧିକାରୀ ପରିଚୟ ଦେଇ ଶିଶୁଟିକୁ ନେଇଯାଇଥିଲେ। ‘ତୁମେ ପିଲାକୁ ସମ୍ଭାଳି ପାରିବ ନାହିଁ, ତାକୁ ଆମକୁ  ଦେଇଦିଅ’ କହି ତାଙ୍କଠାରୁ ପୁତ୍ର ସନ୍ତାନକୁ ନେଇଯାଇଥିଲେ ବୋଲି ଯୁବତୀଙ୍କ ମାଆ କହିଛନ୍ତି। ପ୍ରତି ବଦଳରେ ସଂପୃକ୍ତ ବ୍ୟକ୍ତି ତାଙ୍କୁ ୨ହଜାର ଟଙ୍କା ଧରାଇ ଦେଇଥିଲେ। ପରେ ତାଙ୍କୁ ତରବରିଆ ଭାବେ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଥିଲା। ଏ ସଂପର୍କରେ ଯୁବତୀଙ୍କ ଗାଁ ଲୋକେ ଜାଣିବା ପରେ ଘଟଣା ପଦାକୁ ଆସିଛି। ଏହି ଘଟଣା ପଚରେ ମେଡିକାଲ କର୍ମଚାରୀଙ୍କ ସଂପୃକ୍ତି ଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାସହ ଏହି ଘଟଣାର ତଦନ୍ତ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଦାବି କରିଛନ୍ତି।

ଗ୍ରାମବାସୀଙ୍କ କହିବା କଥା, ଯୁବତୀଜଣଙ୍କ ଅବିବାହିତା ହୋଇଥିବା ବେଳେ ଓପିଡି ଏମର୍ଜେନ୍ସି କାର୍ଡ ଟୋକେନ ନଂ୧୯ରେ ତାଙ୍କ ସ୍ୱାମୀଙ୍କ ନାମ ସୁବ୍ରତ ବାରିକ ବୋଲି ଉଲ୍ଲେଖ ରହିଛି। ସେହିପରି, ସନ୍ତାନ ଜନ୍ମ ଦେବା ପରେ ମାଆ ଓ ଶିଶୁ ୪୮ ଘଣ୍ଟା ମେଡିକାଲରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବାର ନିୟମ ଥିଲେ ହେଁ ତାଙ୍କୁ କିପରି ଘରକୁ ପଠାଇ ଦିଆଗଲା, ତାହା ମଧ୍ୟ ତଦନ୍ତ ସାପେକ୍ଷ। ସୁବ୍ରତ ବାରିକ ନାମକ ବ୍ୟକ୍ତିଜଣଙ୍କ କିଏ ଏବଂ ତାକୁ ନେଇ ମଧ୍ୟ ତଦନ୍ତର ଆବଶ୍ୟକତା ରହିଛି। ଏହି ଘଟଣା ସହ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଗଣେଶ ସେନାପତି, ବିଚିତ୍ର ସେନାପତି, ରାଜେନ୍ଦ୍ର ପଣ୍ଡା, ଧୀରେନ ସାହୁ, ତୀର୍ଥ ପରିଡ଼ା, ରମାକାନ୍ତ ଦାଶ, ଦିଲ୍ଲୀପ ମଲ୍ଲିକ ଦାବି କରିଛନ୍ତି।

24 Oct 2025 By Deviprasad Mohanty

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର