ଗରିବ ଚାଷୀଙ୍କୁ ନୂଆ ଜୀବନ ଦେଲା ବିଜୁ ସ୍ଵାସ୍ଥ୍ୟ କାର୍ଡ, ମେଡିକାଲରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

The Sakala Picture
Published On

କେନ୍ଦ୍ରାପଡ଼ା : ଅସହାୟ ରୋଗୀଙ୍କ ପାଇଁ ସଂଜୀବନୀ ପାଲଟିଛି ବିଜୁ ସ୍ଵାସ୍ଥ୍ୟ କାର୍ଡ । ପାଖରେ ଏକ ଟଙ୍କା ନଥାଇ ମଧ୍ୟ ବଡ଼ ବଡ଼ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ଅବସ୍ଥାରେ ଘରକୁ ଫେରୁଛନ୍ତି । ବିନା ଟଙ୍କାରେ ରୋଗୀ ଅତ୍ୟାଧୁନିକ ସ୍ଵାସ୍ଥ୍ୟ ସେବା ପାଇ ପାରୁଛନ୍ତି । ବିଜୁ ସ୍ଵାସ୍ଥ୍ୟ କାର୍ଡରେ ଜଣେ ଚାଷୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିଛି ଦିନ ତଲେ ଗରଦପୁର ଅଞ୍ଚଳର ୪୫ ବର୍ଷିୟ ନୀଳମଣି ପାଣି, ଗରଦପୁର […]

କେନ୍ଦ୍ରାପଡ଼ା : ଅସହାୟ ରୋଗୀଙ୍କ ପାଇଁ ସଂଜୀବନୀ ପାଲଟିଛି ବିଜୁ ସ୍ଵାସ୍ଥ୍ୟ କାର୍ଡ । ପାଖରେ ଏକ ଟଙ୍କା ନଥାଇ ମଧ୍ୟ ବଡ଼ ବଡ଼ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ଅବସ୍ଥାରେ ଘରକୁ ଫେରୁଛନ୍ତି । ବିନା ଟଙ୍କାରେ ରୋଗୀ ଅତ୍ୟାଧୁନିକ ସ୍ଵାସ୍ଥ୍ୟ ସେବା ପାଇ ପାରୁଛନ୍ତି । ବିଜୁ ସ୍ଵାସ୍ଥ୍ୟ କାର୍ଡରେ ଜଣେ ଚାଷୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆହୁରି ପଢ଼ନ୍ତୁ: ମେ' ପ୍ରଥମ କିମ୍ବା ଦ୍ଵିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ: ବୋର୍ଡ ସଭାପତି

କିଛି ଦିନ ତଲେ ଗରଦପୁର ଅଞ୍ଚଳର ୪୫ ବର୍ଷିୟ ନୀଳମଣି ପାଣି, ଗରଦପୁର ହାଟରେ ଚା ପିଉଥିଲେ । ହଟାତ ଚା ପିଉ ପିଉ ଟଳି ପଡ଼ିଥିଲେ । ସ୍ଥାନୀୟ ଲୋକେ ପ୍ରଥମେ ନୀଳମଣିଙ୍କୁ ପାଟକୁରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ରେଫର କରାଯାଇଥିଲା । ଏହାପରେ ପରିବାର ଲୋକ ତାଙ୍କୁ ତୁରନ୍ତ କଟକ ସ୍ଥିତ ଅଶ୍ଵିନୀ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା ପରେ ତାଙ୍କ ଖାଦ୍ୟନଳୀରେ କଣା ହୋଇଯାଇଥିବା ଡ଼ାକ୍ତର ଜାଣିବାକୁ ପାଇଥିଲେ। ଆଉ ତାଙ୍କର ଶୀଘ୍ର ଅପରେସନ୍‌ କରାଯିବା ଆବଶ୍ୟକ ବୋଲି ଡାକ୍ତର କହିଥିଲେ। ଅପରେସନ୍‌ ପାଇଁ ତାଙ୍କ ପାଖରେ ଟଙ୍କା ନଥିବା, ସେ ବିଜୁ ସ୍ଵାସ୍ଥ୍ୟ କାର୍ଡ ମାଧ୍ୟମରେ ଚିକିତ୍ସା ପାଇଁ କହିବା ପରେ ତାଙ୍କ ଅପରେସନ୍‌ କାର୍ଡ ମାଧ୍ୟମରେ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ରାଜଧାନୀରେ ବର୍ବରକାଣ୍ଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୟୁଟ୍ୟୁବରଙ୍କୁ ହତ୍ୟା, ୩ ଗିରଫ

ଆଉ ୧୫ ଦିନ ମେଡିକାଲରେ ରହି ସୁସ୍ଥ ହେବା ପରେ ସେ ଘରକୁ ଫେରିଛନ୍ତି ନୀଳମଣି।  ଏନେଇ ନୀଳମଣି କୁହନ୍ତି ଏହିଭଳି ଦୂରଦୃଷ୍ଟିସମ୍ପର୍ଣ୍ଣ ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ଶତାଧିକ ଗରିବ ଅସହାୟ ବ୍ୟକ୍ତି ଆଜି ନୂଆ ଜୀବନ ପାଉଛନ୍ତି। ମେଡିକାରେ ସେ ଥିବା ସମୟରେ ମଧ୍ୟ ବହୁ ଗରିବ ରୋଗୀ ବିଜୁ ସ୍ଵାସ୍ଥ୍ୟ କାର୍ଡ ମାଧ୍ୟମରେ ଚିକିତ୍ସା ପାଇଥିବା ଦେଖିଛି ବୋଲି କହିଛନ୍ତି। ସେ କହିଛନ୍ତି ମୋ ପାଖରେ ମଧ୍ୟ ଅପରେସନ ପାଇଁ ଟଙ୍କାଟିଏ ନଥିଲା । ମାଗଣାରେ ଅତ୍ୟାଧୁନିକ ଚିକିତ୍ସା ବଦଳରେ ସୁସ୍ଥ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିବାର ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ଆହୁରି ପଢ଼ନ୍ତୁ: ଦୋଳ ମେଳଣ: ଓଡ଼ିଶାର ଗଣପର୍ବର ଅନନ୍ୟ ପରମ୍ପରା, ଜାଣନ୍ତୁ କାହିଁକି ଏହା ସ୍ୱତନ୍ତ୍ର?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp