ପୋଖରୀରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

The Sakala Picture
Published On

କେନ୍ଦ୍ରାପଡ଼ା: ପୋଖରୀ ଭିତରୁ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି କେନ୍ଦ୍ରାପଡ଼ା ପୋଲିସ । ସଦରଥାନା ନିକଟ ଶ୍ୟାମସୁନ୍ଦର ଗାଁ ରାସ୍ତାକଡ଼ ପୋଖରୀରୁ ମୃତଦେହ ଠାବ ହୋଇଛି । ମୃତଦେହ ସହ ପୋଖରୀ ଭିତରୁ ମିଳିଛି ଏକ ବାଇକ୍ । ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ମଦ ପିଇ ଗାଡ଼ି ଚଳାଇବା ବେଳେ ଭାରସାମ୍ୟ […]

କେନ୍ଦ୍ରାପଡ଼ା: ପୋଖରୀ ଭିତରୁ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି କେନ୍ଦ୍ରାପଡ଼ା ପୋଲିସ । ସଦରଥାନା ନିକଟ ଶ୍ୟାମସୁନ୍ଦର ଗାଁ ରାସ୍ତାକଡ଼ ପୋଖରୀରୁ ମୃତଦେହ ଠାବ ହୋଇଛି । ମୃତଦେହ ସହ ପୋଖରୀ ଭିତରୁ ମିଳିଛି ଏକ ବାଇକ୍ । ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ମଦ ପିଇ ଗାଡ଼ି ଚଳାଇବା ବେଳେ ଭାରସାମ୍ୟ ହରାଇ ପୋଖରୀରେ ପଡ଼ି ଯାଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଦୁଇଜଣ ପାଟକୁରା ଥାନା ଅନ୍ତର୍ଗତ ତଳ ଗାଁର ସୁବ୍ରତ ଜେନା ଓ ସନାତନ ପଟ୍ଟନାୟକ ବୋଲି ଜଣାପଡିଛି। ଆଜି ସକାଳେ ସ୍ଥାନୀୟ ଲୋକେ ପୋଖରୀ ମୃତଦେହ ଭାସୁଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଦୁଇଟି ମୃତଦେହ ସହ ବାଇକ୍‌ଟିକୁ ପୋଖରୀରୁ ବାହାର କରିଥିଲେ। ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

02 Jan 2022 By The Sakala

ପୋଖରୀରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କେନ୍ଦ୍ରାପଡ଼ା: ପୋଖରୀ ଭିତରୁ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି କେନ୍ଦ୍ରାପଡ଼ା ପୋଲିସ । ସଦରଥାନା ନିକଟ ଶ୍ୟାମସୁନ୍ଦର ଗାଁ ରାସ୍ତାକଡ଼ ପୋଖରୀରୁ ମୃତଦେହ ଠାବ ହୋଇଛି । ମୃତଦେହ ସହ ପୋଖରୀ ଭିତରୁ ମିଳିଛି ଏକ ବାଇକ୍ । ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ମଦ ପିଇ ଗାଡ଼ି ଚଳାଇବା ବେଳେ ଭାରସାମ୍ୟ ହରାଇ ପୋଖରୀରେ ପଡ଼ି ଯାଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଦୁଇଜଣ ପାଟକୁରା ଥାନା ଅନ୍ତର୍ଗତ ତଳ ଗାଁର ସୁବ୍ରତ ଜେନା ଓ ସନାତନ ପଟ୍ଟନାୟକ ବୋଲି ଜଣାପଡିଛି। ଆଜି ସକାଳେ ସ୍ଥାନୀୟ ଲୋକେ ପୋଖରୀ ମୃତଦେହ ଭାସୁଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଦୁଇଟି ମୃତଦେହ ସହ ବାଇକ୍‌ଟିକୁ ପୋଖରୀରୁ ବାହାର କରିଥିଲେ। ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର