ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଧକ୍କା: ୨୦୦ ପରିବାର କଂଗ୍ରେସ ଛାଡି ବିଜେଡିରେ ମିଶିଲେ

The Sakala Picture
Published On

ରାଜକନିକା: ଆସନ୍ତା ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୁର୍ବରୁ ରାଜକନିକାର ପଞ୍ଚାୟତ ରାଜନୀତିରେ ଦିନକୁ ଦିନ ବହୁ ପରିବର୍ତନ ଜାରି ରହିଥିବା ବେଳେ ସମସ୍ତ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପୂର୍ଣ୍ଣାଙ୍ଗ ରଣନୀତିକୁ ଆପଣାଇ ନେଇଛି । ଗାଁ ଗହଳିର ରାଜନୈତିକ ଖଟିରେ ଆସର ଜମିବାରେ ଲାଗୁଥିବା ବେଳେ ଆଗଧାଡିର କର୍ମୀଙ୍କର ଦଳଡିଆଁ ମଧ୍ୟ ବଢିବାରେ ଲାଗିଛି । ଆଜି ରାଜକନିକା ବ୍ଲକର କଂଗ୍ରେସ ସଂଗଠନରେ ବେଶ ପ୍ରଭାବଶାଳୀ ରହିଥିବା ଆଖୁଳିପଡା ପଞ୍ଚାୟତର ବହୁ କଂଗ୍ରେସ କର୍ମୀଦଳ […]

ରାଜକନିକା: ଆସନ୍ତା ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୁର୍ବରୁ ରାଜକନିକାର ପଞ୍ଚାୟତ ରାଜନୀତିରେ ଦିନକୁ ଦିନ ବହୁ ପରିବର୍ତନ ଜାରି ରହିଥିବା ବେଳେ ସମସ୍ତ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପୂର୍ଣ୍ଣାଙ୍ଗ ରଣନୀତିକୁ ଆପଣାଇ ନେଇଛି । ଗାଁ ଗହଳିର ରାଜନୈତିକ ଖଟିରେ ଆସର ଜମିବାରେ ଲାଗୁଥିବା ବେଳେ ଆଗଧାଡିର କର୍ମୀଙ୍କର ଦଳଡିଆଁ ମଧ୍ୟ ବଢିବାରେ ଲାଗିଛି । ଆଜି ରାଜକନିକା ବ୍ଲକର କଂଗ୍ରେସ ସଂଗଠନରେ ବେଶ ପ୍ରଭାବଶାଳୀ ରହିଥିବା ଆଖୁଳିପଡା ପଞ୍ଚାୟତର ବହୁ କଂଗ୍ରେସ କର୍ମୀଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ରାଜକନିକା ବିଜେଡି ରାଜନୀତିର ଏକମାତ୍ର ଦକ୍ଷ ନେତୃତ୍ୱ ବିକାଶ ଦାସଙ୍କ ସଫଳ ଗୋଟି ଚାଳନାରେ ଆଜି ଦେଖା ଦେଇଥିବା ପରିବର୍ତନ ପାଇଁ ବ୍ଲକ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ଆଜି ମଧ୍ୟାହ୍ନରେ ଆଖୁଳିପଡା ପଞ୍ଚାୟତର ପିମ୍ପୁଡି ପଡିଆରେ ଅନୁଷ୍ଠିତ ବିଜେଡି କର୍ମୀ ସମ୍ମିଳନୀରେ ଆଳି ବିଧାୟକ ପ୍ରତାପ ଦେବ ଏହି ପଞ୍ଚାୟତର ବିଭିନ୍ନ ଗାଁରୁ ଅନ୍ୟ ଦଳ ଛାଡି ଆସିଥିବା ୨୦୦ ପରିବାର ଆଗଧାଡିର କର୍ମୀମାନଙ୍କୁ ଦଳୀୟ ଉତରୀୟ ଦେଇ ଦଳରେ ଆନୁଷ୍ଠାନିକ ଭାବରେ ସାମିଲ କରାଇଥିଲେ। ତେବେ ସାଂଗଠନିକ ଦୃଷ୍ଟିରୁ ଏହି ପଞ୍ଚାୟତରେ ବେଶ ସଙ୍କଟଜନକ ସ୍ଥିତିରେ ରହୁଥିବା ବିଜେଡି ଆଜିର ମିଶ୍ରଣ ପରେ ଉତଫୁଲିତ ହେଉଥିବା ବେଳେ କଂଗ୍ରେସ ମଧ୍ୟ ଏଭଳି ମିଶ୍ରଣରେ ପ୍ରତିକ୍ରିୟା ରଖିଛି। ଏଭଳି ମିଶ୍ରଣର କିଛି ଫରକ ପଡିବନି ବୋଲି ପୁର୍ବତନ ବ୍ଲକ କଂଗ୍ରେସ ସଭାପତି ବାବୁରାମ ଜେନା କହିଛନ୍ତି । ତେବେ ଆଖୁଳିପଡା ପଞ୍ଚାୟତର ଆଜିର ମିଶ୍ରଣ ପର୍ବରେ ଶାସକ ବିଜେଡି ନିଜର ଜୟଯାତ୍ରା ବଜାୟ ରଖିବ ବୋଲି କହିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

19 Dec 2021 By The Sakala

ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଧକ୍କା: ୨୦୦ ପରିବାର କଂଗ୍ରେସ ଛାଡି ବିଜେଡିରେ ମିଶିଲେ

ରାଜକନିକା: ଆସନ୍ତା ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୁର୍ବରୁ ରାଜକନିକାର ପଞ୍ଚାୟତ ରାଜନୀତିରେ ଦିନକୁ ଦିନ ବହୁ ପରିବର୍ତନ ଜାରି ରହିଥିବା ବେଳେ ସମସ୍ତ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପୂର୍ଣ୍ଣାଙ୍ଗ ରଣନୀତିକୁ ଆପଣାଇ ନେଇଛି । ଗାଁ ଗହଳିର ରାଜନୈତିକ ଖଟିରେ ଆସର ଜମିବାରେ ଲାଗୁଥିବା ବେଳେ ଆଗଧାଡିର କର୍ମୀଙ୍କର ଦଳଡିଆଁ ମଧ୍ୟ ବଢିବାରେ ଲାଗିଛି । ଆଜି ରାଜକନିକା ବ୍ଲକର କଂଗ୍ରେସ ସଂଗଠନରେ ବେଶ ପ୍ରଭାବଶାଳୀ ରହିଥିବା ଆଖୁଳିପଡା ପଞ୍ଚାୟତର ବହୁ କଂଗ୍ରେସ କର୍ମୀଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ରାଜକନିକା ବିଜେଡି ରାଜନୀତିର ଏକମାତ୍ର ଦକ୍ଷ ନେତୃତ୍ୱ ବିକାଶ ଦାସଙ୍କ ସଫଳ ଗୋଟି ଚାଳନାରେ ଆଜି ଦେଖା ଦେଇଥିବା ପରିବର୍ତନ ପାଇଁ ବ୍ଲକ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।

ଆଜି ମଧ୍ୟାହ୍ନରେ ଆଖୁଳିପଡା ପଞ୍ଚାୟତର ପିମ୍ପୁଡି ପଡିଆରେ ଅନୁଷ୍ଠିତ ବିଜେଡି କର୍ମୀ ସମ୍ମିଳନୀରେ ଆଳି ବିଧାୟକ ପ୍ରତାପ ଦେବ ଏହି ପଞ୍ଚାୟତର ବିଭିନ୍ନ ଗାଁରୁ ଅନ୍ୟ ଦଳ ଛାଡି ଆସିଥିବା ୨୦୦ ପରିବାର ଆଗଧାଡିର କର୍ମୀମାନଙ୍କୁ ଦଳୀୟ ଉତରୀୟ ଦେଇ ଦଳରେ ଆନୁଷ୍ଠାନିକ ଭାବରେ ସାମିଲ କରାଇଥିଲେ। ତେବେ ସାଂଗଠନିକ ଦୃଷ୍ଟିରୁ ଏହି ପଞ୍ଚାୟତରେ ବେଶ ସଙ୍କଟଜନକ ସ୍ଥିତିରେ ରହୁଥିବା ବିଜେଡି ଆଜିର ମିଶ୍ରଣ ପରେ ଉତଫୁଲିତ ହେଉଥିବା ବେଳେ କଂଗ୍ରେସ ମଧ୍ୟ ଏଭଳି ମିଶ୍ରଣରେ ପ୍ରତିକ୍ରିୟା ରଖିଛି। ଏଭଳି ମିଶ୍ରଣର କିଛି ଫରକ ପଡିବନି ବୋଲି ପୁର୍ବତନ ବ୍ଲକ କଂଗ୍ରେସ ସଭାପତି ବାବୁରାମ ଜେନା କହିଛନ୍ତି । ତେବେ ଆଖୁଳିପଡା ପଞ୍ଚାୟତର ଆଜିର ମିଶ୍ରଣ ପର୍ବରେ ଶାସକ ବିଜେଡି ନିଜର ଜୟଯାତ୍ରା ବଜାୟ ରଖିବ ବୋଲି କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର