ରାଜସ୍ୱ ନିରୀକ୍ଷକ କହିଲେ ମୋ ମନ କଥା ବୁଝିଲେ ସାର୍ଟିଫିକେଟ କରିଦେବି

The Sakala Picture
Published On

କେନ୍ଦ୍ରାପଡା: ମହିଳାଙ୍କୁ ସାର୍ଟିଫିକେଟ କରେଇଦେବାକୁ କହି କାର୍ଯ୍ୟାଳୟକୁ ଡାକି ରାଜସ୍ୱ ନିରୀକ୍ଷକ ଅସଦାଚରଣ କରିଥିବା ନେଇ କେନ୍ଦ୍ରାପଡାରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୋଗ ମୁତାବକ, ନିକିରାଇ ଥାନା ଅଧିନ ଧୂମାତ ଅଞ୍ଚଳର ରାଜଲଷ୍ମୀ ନାୟକ(୪୭) ଜଣେ ଅସହାୟ ମହିଳା । ଗତ କିଛି ବର୍ଷ  ତଳେ ତଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଛି। ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ଝିଅକୁ ବଡ଼ କରିବା ପାଇଁ ଧୂମାତ ଅଞ୍ଚଳରେ ଥିବା ତାଙ୍କ ବାପା ଘରେ ରହି ଆସୁଥିଲେ। ଝିଅ […]

କେନ୍ଦ୍ରାପଡା: ମହିଳାଙ୍କୁ ସାର୍ଟିଫିକେଟ କରେଇଦେବାକୁ କହି କାର୍ଯ୍ୟାଳୟକୁ ଡାକି ରାଜସ୍ୱ ନିରୀକ୍ଷକ ଅସଦାଚରଣ କରିଥିବା ନେଇ କେନ୍ଦ୍ରାପଡାରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୋଗ ମୁତାବକ, ନିକିରାଇ ଥାନା ଅଧିନ ଧୂମାତ ଅଞ୍ଚଳର ରାଜଲଷ୍ମୀ ନାୟକ(୪୭) ଜଣେ ଅସହାୟ ମହିଳା । ଗତ କିଛି ବର୍ଷ  ତଳେ ତଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଛି। ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ଝିଅକୁ ବଡ଼ କରିବା ପାଇଁ ଧୂମାତ ଅଞ୍ଚଳରେ ଥିବା ତାଙ୍କ ବାପା ଘରେ ରହି ଆସୁଥିଲେ। ଝିଅ ବଡ଼ ହେବା ପରେ ଏବେ ଭୁବନେଶ୍ୱରରେ ରହୁଛନ୍ତି । ଝିଅର ନିଟ ପରୀକ୍ଷା ଥିବାରୁ ରେସିଡେଣ୍ଟ, ଇନକମ ଆଉ କାଷ୍ଟ ସାର୍ଟିଫିକେଟ ପାଇଁ  ତହସିଲରେ ଆବେଦନ କରିଥିଲେ। ରାଜସ୍ୱ ନିରୀକ୍ଷିକ ତଦନ୍ତ କରି ପାସ କଲା ପରେ ତହସିଲରୁ ସାର୍ଟିଫିକେଟ ହେବା କଥା। ହେଲେ ଏହି ସାର୍ଟିଫିକେଟ ଫାଇଲକୁ ରାଜସ୍ୱ ନିରୀକ୍ଷକ ପାସ କରାଇ ନ ଥିଲେ। ହେଲେ ରାଜସ୍ୱ ନିରୀକ୍ଷକ ଉକ୍ତ ମହିଳାଙ୍କ ମୋବାଇଲ ନମ୍ବର ନେଇ ବାରମ୍ବାର କଲ କରି ଅଶ୍ଲୀଳ କଥାବାର୍ତା ହେଉଥିଲେ। ଝିଅର ପରୀକ୍ଷା ଥିବାରୁ ମହିଳା ଜଣଙ୍କ ଚୁପ ରହିଥିଲେ। ଆଉ ସାର୍ଟିଫିକେଟ ପାଇବା ଲୋଭରେ ରାଜସ୍ୱ ନିରୀକ୍ଷିକ ଯାହା କହୁଥିଲେ ଶୁଣି କିଛି ପ୍ରତି ଉତ୍ତର କରୁନଥିଲେ। ମହିଳା ଜଣକ ମୋବାଇଲରେ ଚୁପ ରହିବାରୁ ରାଜସ୍ୱ ନିରୀକ୍ଷକ ସାର୍ଟିଫିକେଟ ଦେବା ବାହାନାରେ ତାଙ୍କ କାର୍ଯ୍ୟାଳୟକୁ ଡାକିଥିଲେ। ମୋ ମନ କଥା ବୁଝିଲେ ସେ ସାର୍ଟିଫିକେଟ କରିଦେବେ ବୋଲି  ମହିଳାଙ୍କୁ କହିଥିଲେ। ସେ ମନା କରିବାରୁ ତାଙ୍କ ଆବେଦନକୁ ରାଜସ୍ୱ ନିରୀକ୍ଷକ ଅଗ୍ରାହ୍ୟ କରିଦେଇଥିଲେ। ଏହାପରେ ଆବେଦନକୁ ରିଜେକ୍ଟ କରିବା କାରଣ ପଚାରିବାରୁ ମହିଳାଙ୍କ ହାତକୁ ମାଡି ବସି ତୁମ ସ୍ୱାମୀ ତ ମରିଯାଇଛନ୍ତି ମୋ ସହ ଶାରୀରିକ ସମ୍ପର୍କ ରଖିଲେ ସମସ୍ତ ପ୍ରକାରର ସହାୟତା କରିବି ବୋଲି କହିଥିଲେ। ମହିଳା ଜଣଙ୍କ ସେଠାରୁ ହାତ ଛିଞ୍ଚାଡି କାନ୍ଦି କାନ୍ଦି ପଦାକୁ ପଳାଇ ଆସିଥିଲେ । ଏନେଇ ସ୍ଥାନୀୟ ଲୋକେ ପଚାରିବାରୁ ମହିଳା ଜଣଙ୍କ ସମସ୍ତ କଥା କହିଥିଲେ। ସ୍ଥାନୀୟ ଲୋକଙ୍କ କଥା ଅନୁଯାୟୀ ମହିଳା ଜଣକ ନିକିରାଇ ଥାନାରେ ରାଜସ୍ୱ ନିରୀକ୍ଷକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୋଲିସ ରାଜସ୍ୱ ନିରୀକ୍ଷିକ ଦୀପକ ଦାସ ବିରୋଧରେ ୧୬୬/୨୧ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
27 Aug 2021 By The Sakala

https://www.thesakala.in/latest-odisha-news/kendrapara/revenue-inspector-mistreat-a-woman/article-4961
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର