ଥାନା ଭିତରେ ପୁଲିସ୍‌ର ଥାର୍ଡ ଡିଗ୍ରୀ: ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼, ପୁଅକୁ ପାଇଖାନା ଭିତରେ ପୂରାଇ...

Madhusudan Das Picture
Published On

ରାଜନଗର: ଥାନା ଭିତରେ ମହିଳାଙ୍କ ଚୁଟି ଘୋଷାଡ଼ିବା ସହ ତାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼। ଖାଲି ସେତିକି ନୁହେଁ, ମହିଳାଙ୍କ ଆଗରେ ତାଙ୍କ ପୁଅକୁ ଥାନା ପାଇଖାନା ଭିତରେ ପୂରାଇ ନିର୍ଘାତ ମାଡ଼। କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଭିତରେ ପୁଲିସ୍‌ର ଥାର୍ଡ ଡିଗ୍ରୀରେ ମା’-ପୁଅ ଗୁରୁତର ହେବା ଭଳି ଏକ ସାଂଘାତିକ ଘଟଣା ପଦାକୁ ଆସିଛି। ଥାନାକୁ ଅଭିଯୋଗ କରିବାକୁ ଆସିଥିବା ମା’-ପୁଅଙ୍କ ଉପରେ ୬ ଘଣ୍ଟା ଧରି ପୁଲିସର ଏପରି ବର୍ବରତାକୁ ନେଇରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  ଗୁରୁତରଦ୍ବୟ ହେଲେ,ବାଘମାରୀ ପଞ୍ଚାୟତ ଗିରିଆପାହୀ ଗାଁର ପବନ କୁମାର ମଣ୍ଡଳଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମଣ୍ଡଳ (୫୮) ଓ ତାଙ୍କ ପୁଅ ଅନନ୍ତ କୁମାର ମଣ୍ଡଳ। ଆଜି ମା’-ପୁଅଙ୍କୁ ଆଜି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ନପୂର୍ଣ୍ଣାଙ୍କ ହାତରେ ମାଡ଼ ଚିହ୍ନ ଥିବାବେଳେ ଅନନ୍ତଙ୍କ ବେକ, ହାତ, ଗୋଡ, ପିଠିରେ ମାଡ଼ ଚିହ୍ନ ରହିଛି। ଥାନାଧିକାରୀ ସନ୍ଧ୍ୟାରାଣୀ ଜେନା ଓ ଅନ୍ୟ ଜଣେ କନଷ୍ଟେବଳ ମିଳିତ ଭାବେ ସେମାନଙ୍କୁ ମାଡ଼ ମାରିଥିଲେ ବୋଲି ଆଜି ସେମାନେ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ପୁଲିସର ଥାର୍ଡ ଡିଗ୍ରୀ ଭିଡିଓ ଥାନାର ସିସିଟିଭିରେ ରହିଛି ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ସୂଚନାନୁଯାୟୀ, ଅନ୍ନପୂର୍ଣ୍ଣାଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟାରେ ପୁଅ ଅନନ୍ତ ସହ ସେ ଥାନାକୁ ଏକ ଅଭିଯୋଗ ନେଇ ଯାଇଥିଲେ। କିନ୍ତୁ, ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ଏତଲା ରଖିବା ବଦଳରେ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଅନ୍ନପୂର୍ଣ୍ଣାଙ୍କୁ ଚୁଟି ଘୋଷାଡ଼ି ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିଥିଲେ। ତାଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିବା ସହ ତାଙ୍କ ମଥାରୁ ସିନ୍ଦୂର ପୋଛି ଦେଇଥିଲେ। ସେତିକିରେ ତାଙ୍କ ରାଗ ଶାନ୍ତ ହୋଇନଥିଲା ଯେ ତାଙ୍କ ଆଖି ଆଗରେ ପୁଅ ଅନନ୍ତଙ୍କୁ ଥାନା ପାଇଖାନା ଭିତରେ ପୂରାଇ ଆଇଆଇସି ଓ ଅନ୍ୟ ଜଣେ କନଷ୍ଟେବଳ ନିସ୍ତୁକ ମାଡ଼ ମାରିଥିଲେ। ବିଧା, ଗୋଇଠା, ଚାପୁଡ଼ା ମାରିବା ସହ ଏକ ବାଡ଼ିରେ ଅତି ନିର୍ଦ୍ଦୟ ଭାବେ ପିଟିଥିଲେ। ଏପରିକି, ଅନନ୍ତଙ୍କ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ। ଏ ସଂପର୍କରେ କାହାରିକୁ କହିଲେ, ଜୀବନରୁ ମାରିଦେବା ଓ ମିଛ ମାମଲାରେ ଫସାଇ ଜେଲ ପଠାଇଦେବାକୁ ଆଇଆଇସି ଧମକ ଦେଇଥିବା ନେଇ ଅଭିଯୋଗରେ ଉଲ୍ଲେଖ ରହିଛି। ମାଆ-ପୁଅଙ୍କୁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ୪୦ ଯାଏଁ ଥାନାରେ ରଖି ନିର୍ଯାତନା ଦେବା ପରେ ପୁଲିସ ଛାଡ଼ିଥିଲା ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ଏସଡିପିଓ ସୁକାନ୍ତ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଅଭିଯୋଗ ମିଳିଛି, ଏସ୍‌ପିଙ୍କୁ ଜଣାଇଛି। ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର