ତାମିଲନାଡୁରୁ ଅସୁସ୍ଥ ପୁଅକୁ ଉଦ୍ଧାର କରିବାକୁ ମା’ର ଆକୁଳ ନିବେଦନ

The Sakala Picture
Published On

ମହାକାଳପଡା: ପାଖରୁ ପଇସା ସରିଗଲାଣି, ଦେହ ମୋର ଭଲ ହେଉନାହିଁ ମାସେ ହେବ ଚିକିତ୍ସିତ ହେଉଛି, ପାଖରେ ମୋର ଜଣେ ସାଙ୍ଗ ନିଜ କାମ ବନ୍ଦ କରି ସେବା  କରୁଛି ତଥାପି ଦେହ ଭଲ ହେଉନି ମୋତେ ଉଦ୍ଧାର କରିନେଇଯା ବୋଉ , ମୁଁ ଆଉ ସହିପାରୁନି ବଂଚିବିକି ନାହିଁ ଜାଣିପାରୁନି। ସୁଦୂର ତାମିଲନାଡୁରୁ ମହାକାଳପଡା ଅରୁଣନଗର ରଙ୍ଗବତୀ ମଲିକଙ୍କ ନିକଟକୁ କୋହଭରା କଣ୍ଠରେ ଫୋନ କରି କହିଛି ପୁଅ ସୁବାସ ମଲିକ(୩୫) । ତେଣୁ ଅସୁସ୍ଥ […]

ମହାକାଳପଡା: ପାଖରୁ ପଇସା ସରିଗଲାଣି, ଦେହ ମୋର ଭଲ ହେଉନାହିଁ ମାସେ ହେବ ଚିକିତ୍ସିତ ହେଉଛି, ପାଖରେ ମୋର ଜଣେ ସାଙ୍ଗ ନିଜ କାମ ବନ୍ଦ କରି ସେବା  କରୁଛି ତଥାପି ଦେହ ଭଲ ହେଉନି ମୋତେ ଉଦ୍ଧାର କରିନେଇଯା ବୋଉ , ମୁଁ ଆଉ ସହିପାରୁନି ବଂଚିବିକି ନାହିଁ ଜାଣିପାରୁନି। ସୁଦୂର ତାମିଲନାଡୁରୁ ମହାକାଳପଡା ଅରୁଣନଗର ରଙ୍ଗବତୀ ମଲିକଙ୍କ ନିକଟକୁ କୋହଭରା କଣ୍ଠରେ ଫୋନ କରି କହିଛି ପୁଅ ସୁବାସ ମଲିକ(୩୫) । ତେଣୁ ଅସୁସ୍ଥ ପୁଅକୁ ତାମିଲନାଡୁରୁ ଉଦ୍ଧାର କରି ଓଡିଶାରେ ଚିକିତ୍ସା କରିବା ପାଇଁ ଆକୁଳ ନିବେଦନ କରିଛି ମାଆ ରଙ୍ଗଲତା।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ତାମିଲନାଡୁ କୋଏମ୍ବାଟୁରର ସୂତାକଳରେ କାମ କରିବାକୁ ୫ ବର୍ଷ ତଳେ ଯାଇଥିବା ପୁଅ ମାସେ ହେବ ଟିବି ଓ ଅସ୍ଥାମା ଜ୍ୱରରେ ଗୁରୁତର ଭାବେ ପିଡିତ ହୋଇ ମେଡିକାଲରେ ଭର୍ତି ହୋଇଛି । ପ୍ରଥମେ ପ୍ରଥମେ ଦୁଇ ତିନି ଦିନ ଜ୍ୱର ହେଉଥିଲା ସାମାନ୍ୟ ଚିକିତ୍ସା ପରେ ସୁସ୍ଥ ହୋଇଯାଉଥିଲା ।ପ୍ରାୟ ମାସେ ହେବ ଗୁରୁତର ଭାବରେ ଅସୁସ୍ଥ ହୋଇ କୋଏମ୍ବାଟୁରରେ ଏକ ମେଡିକାଲରେ ଭର୍ତି ହୋଇଥିଲା ସୁବାସ । ଅଳ୍ପ ଦିନ ମଧ୍ୟରେ ସୁସ୍ଥ ହୋଇଯିବ ବୋଲି ଭାବି ଘରକୁ ଖବର ଦେଉ ନ ଥିଲା କିନ୍ତୁ ଅଧିକ ଦିନ ଅସୁସ୍ଥ ହେବାରୁ ଏବଂ ଅଧିକ ଖର୍ଚ୍ଚ ଆବଶ୍ୟକ ହେବାରୁ ଘରେ ରହୁଥିବା ମାଆ ପାଖକୁ ଫୋନ କରିଥିଲା ପୁଅ ସୁବାସ । ସେହି ସହରର ଆଉ ଏକ ବଡ ମେଡିକାଲକୁ ଶୁକ୍ରବାର ସ୍ଥାନାନ୍ତର ହୋଇଥିବା ସୁବାସଙ୍କ ବଡ ଭାଇ ଶ୍ରୀବତ୍ସ ମଲିକ ଆମ ପ୍ରତିନିଧିଙ୍କୁ କହିଛନ୍ତି । ୭/୮ ବର୍ଷ ପୂର୍ବେ ରଙ୍ଗଲତାର ଆଉ ଏକ ପୁଅ ତାମିଲନାଡୁରେ ଗାଡି ଚଳାଇବାକୁ ଯାଇଥିଲା । ଏହି ଭଳି ଜ୍ୱରରେ ପିଡିତ ହେବା ପରେ ମୃତ୍ୟୁବରଣ କରିଥିଲା । ତେଣୁ ଅଧିକ ଭୟଭିତ ହୋଇ ମାଆ ତାର ପୁଅକୁ ଉଦ୍ଧାର କରିବା ପାଇଁ ନିବେଦନ କରିଛି । ମହାକାଳପଡା ବ୍ଲକ ମଙ୍ଗଳପୁରରେ ଏକ କାର୍ଯ୍ଯକ୍ରମରେ ସ୍ଥାନୀୟ ବିଧାୟକ ଯୋଗ ଦେଇଥିବା ବେଳେ ତାଙ୍କୁ ରଙ୍ଗବତୀ ଜଣାଇଛନ୍ତି । ପୁଅର ସଠିକ ଠିକଣା ଏବଂ ଯୋଗାଯୋଗ ନମ୍ବର ଦେଲେ ତାଙ୍କୁ ଉଦ୍ଧାର କରିବାରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ବିଧାୟକ ପ୍ରତିଶୃତି ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

02 Jul 2021 By The Sakala

ତାମିଲନାଡୁରୁ ଅସୁସ୍ଥ ପୁଅକୁ ଉଦ୍ଧାର କରିବାକୁ ମା’ର ଆକୁଳ ନିବେଦନ

ମହାକାଳପଡା: ପାଖରୁ ପଇସା ସରିଗଲାଣି, ଦେହ ମୋର ଭଲ ହେଉନାହିଁ ମାସେ ହେବ ଚିକିତ୍ସିତ ହେଉଛି, ପାଖରେ ମୋର ଜଣେ ସାଙ୍ଗ ନିଜ କାମ ବନ୍ଦ କରି ସେବା  କରୁଛି ତଥାପି ଦେହ ଭଲ ହେଉନି ମୋତେ ଉଦ୍ଧାର କରିନେଇଯା ବୋଉ , ମୁଁ ଆଉ ସହିପାରୁନି ବଂଚିବିକି ନାହିଁ ଜାଣିପାରୁନି। ସୁଦୂର ତାମିଲନାଡୁରୁ ମହାକାଳପଡା ଅରୁଣନଗର ରଙ୍ଗବତୀ ମଲିକଙ୍କ ନିକଟକୁ କୋହଭରା କଣ୍ଠରେ ଫୋନ କରି କହିଛି ପୁଅ ସୁବାସ ମଲିକ(୩୫) । ତେଣୁ ଅସୁସ୍ଥ ପୁଅକୁ ତାମିଲନାଡୁରୁ ଉଦ୍ଧାର କରି ଓଡିଶାରେ ଚିକିତ୍ସା କରିବା ପାଇଁ ଆକୁଳ ନିବେଦନ କରିଛି ମାଆ ରଙ୍ଗଲତା।

ତାମିଲନାଡୁ କୋଏମ୍ବାଟୁରର ସୂତାକଳରେ କାମ କରିବାକୁ ୫ ବର୍ଷ ତଳେ ଯାଇଥିବା ପୁଅ ମାସେ ହେବ ଟିବି ଓ ଅସ୍ଥାମା ଜ୍ୱରରେ ଗୁରୁତର ଭାବେ ପିଡିତ ହୋଇ ମେଡିକାଲରେ ଭର୍ତି ହୋଇଛି । ପ୍ରଥମେ ପ୍ରଥମେ ଦୁଇ ତିନି ଦିନ ଜ୍ୱର ହେଉଥିଲା ସାମାନ୍ୟ ଚିକିତ୍ସା ପରେ ସୁସ୍ଥ ହୋଇଯାଉଥିଲା ।ପ୍ରାୟ ମାସେ ହେବ ଗୁରୁତର ଭାବରେ ଅସୁସ୍ଥ ହୋଇ କୋଏମ୍ବାଟୁରରେ ଏକ ମେଡିକାଲରେ ଭର୍ତି ହୋଇଥିଲା ସୁବାସ । ଅଳ୍ପ ଦିନ ମଧ୍ୟରେ ସୁସ୍ଥ ହୋଇଯିବ ବୋଲି ଭାବି ଘରକୁ ଖବର ଦେଉ ନ ଥିଲା କିନ୍ତୁ ଅଧିକ ଦିନ ଅସୁସ୍ଥ ହେବାରୁ ଏବଂ ଅଧିକ ଖର୍ଚ୍ଚ ଆବଶ୍ୟକ ହେବାରୁ ଘରେ ରହୁଥିବା ମାଆ ପାଖକୁ ଫୋନ କରିଥିଲା ପୁଅ ସୁବାସ । ସେହି ସହରର ଆଉ ଏକ ବଡ ମେଡିକାଲକୁ ଶୁକ୍ରବାର ସ୍ଥାନାନ୍ତର ହୋଇଥିବା ସୁବାସଙ୍କ ବଡ ଭାଇ ଶ୍ରୀବତ୍ସ ମଲିକ ଆମ ପ୍ରତିନିଧିଙ୍କୁ କହିଛନ୍ତି । ୭/୮ ବର୍ଷ ପୂର୍ବେ ରଙ୍ଗଲତାର ଆଉ ଏକ ପୁଅ ତାମିଲନାଡୁରେ ଗାଡି ଚଳାଇବାକୁ ଯାଇଥିଲା । ଏହି ଭଳି ଜ୍ୱରରେ ପିଡିତ ହେବା ପରେ ମୃତ୍ୟୁବରଣ କରିଥିଲା । ତେଣୁ ଅଧିକ ଭୟଭିତ ହୋଇ ମାଆ ତାର ପୁଅକୁ ଉଦ୍ଧାର କରିବା ପାଇଁ ନିବେଦନ କରିଛି । ମହାକାଳପଡା ବ୍ଲକ ମଙ୍ଗଳପୁରରେ ଏକ କାର୍ଯ୍ଯକ୍ରମରେ ସ୍ଥାନୀୟ ବିଧାୟକ ଯୋଗ ଦେଇଥିବା ବେଳେ ତାଙ୍କୁ ରଙ୍ଗବତୀ ଜଣାଇଛନ୍ତି । ପୁଅର ସଠିକ ଠିକଣା ଏବଂ ଯୋଗାଯୋଗ ନମ୍ବର ଦେଲେ ତାଙ୍କୁ ଉଦ୍ଧାର କରିବାରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ବିଧାୟକ ପ୍ରତିଶୃତି ଦେଇଛନ୍ତି ।

https://www.thesakala.in/latest-odisha-news/kendrapara/a-mothers-t-request-to-rescue-her-son-from-tamil-nadu/article-3420
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର