ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍ ଦଣ୍ଡାଦେଶ
କେନ୍ଦ୍ରାପଡ଼ା: ୧୨ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗର ମାମଲା ବିଚାର କରାଯାଇ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହିତ ଜରିମାନା କରାଯାଇଛି। କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଆଡହକ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ନାବାଳିକାଙ୍କ ଦୁଷ୍କର୍ମ ମାମଲାର ବିଚାର କରାଯାଇ ଅଭିଯୁକ୍ତକୁ ଦଣ୍ଡିତ କରାଯାଇଛି। କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଆଡହକ ଅତିରିକ୍ତ ଜିଲ୍ଲାଦୌରାଜଜ ତ୍ରିବିକ୍ରମ କେଶରୀ ଚିନାରା ଏହି ମାମଲାକୁ ବିଚାର କରି ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ଦଣ୍ଡିତ କରିଥିବା ଜାଣିବାକୁ ମିଳିଛି। ଘଟଣା […]
କେନ୍ଦ୍ରାପଡ଼ା: ୧୨ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗର ମାମଲା ବିଚାର କରାଯାଇ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହିତ ଜରିମାନା କରାଯାଇଛି। କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଆଡହକ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ନାବାଳିକାଙ୍କ ଦୁଷ୍କର୍ମ ମାମଲାର ବିଚାର କରାଯାଇ ଅଭିଯୁକ୍ତକୁ ଦଣ୍ଡିତ କରାଯାଇଛି। କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଆଡହକ ଅତିରିକ୍ତ ଜିଲ୍ଲାଦୌରାଜଜ ତ୍ରିବିକ୍ରମ କେଶରୀ ଚିନାରା ଏହି ମାମଲାକୁ ବିଚାର କରି ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ଦଣ୍ଡିତ କରିଥିବା ଜାଣିବାକୁ ମିଳିଛି।
ଘଟଣା ଅନୁଯାୟୀ, ୧୯ ଜୁଲାଇ ୨୦୧୮ ମସିହାରେ ଜନୈକା ନାବାଳିକା ନିଜ ମାଇଁଙ୍କ ସହ ବଳଦେବଜୀଉଙ୍କ ରଥଯାତ୍ରା ଉତ୍ସବରେ ଅନୁଷ୍ଠିତ ଭଜନ ସମାରୋହ ଦେଖିବାକୁ ଆସିଥିବା ବେଳେ ଜାଗୁଳାଇପଡା ଗାଁର ଦିଲ୍ଲୀପ ବେହେରା ନାମକ ଜଣେ ଅଭିଯୁକ୍ତ ନାବାଳିକାଙ୍କୁ କୌଶଳ କରି ରଥ ତଳକୁ ଟାଣିନେଇ ଦୁଷ୍କର୍ମ କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥଲା । ଏହାପରେ ନାବାଳିକା ଜଣଙ୍କ ଗୁରୁତର ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ପିଡିତାଙ୍କ ମାଇଁଙ୍କ ଅଭିଯୋଗ କ୍ରମେ ଟାଉନ ଥାନା ୧୦୪/୧୮ରେ ମାମଲା ରୁଜ୍ଜୁ କରି ଅଭିଯୋଗର ତଦନ୍ତ ହୋଇଥଲା। ପୁଲିସ ଅଭିଯୁକ୍ତ ଦିଲ୍ଲୀପକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଆଜି ଏହି ମାମଲାର ବିଚାର କରାଯାଇ ଅଭିଯୁକ୍ତ ଦିଲ୍ଲୀପକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା କରାଯାଇଛି।
ଅଭିଯୁକ୍ତ ଦିଲ୍ଲିପ କୁମାର ବେହେରାଙ୍କୁ ଆଇପିସିର ୩୫୪ଦଫାରେ ୫ବର୍ଷ ଜେଲଦଣ୍ଡ ସହିତ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଛି। ଜୋରିମାନା ଅନାଦେୟ ଅତିରିକ୍ତ ୬ମାସ ଜେଲଦଣ୍ଡ ଭୋଗିବାକୁ ପଡିବ । ସେହିପରି ୩୫୪-(କ)ଦଫାରେ ୩ବର୍ଷ ଜେଲଦଣ୍ଡ ସହିତ ୩ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଥିବା ବେଳେ ଜୋରିମାନା ଅନାଦେୟ ଅଧିକ ୩ମାସ ଜେଲଦଣ୍ଡ ଭୋଗିବାକୁ ପଡିବ । ୩୭୬-(କଖ)ଦଫାରେ ୨୦ବର୍ଷ ଜେଲଦଣ୍ଡ ସହିତ ୨୦ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିବା ସହ ଜୋରିମାନା ଅନାଦେୟ ଅଧିକ ଏକବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟଙ୍କ ରାୟରେ ଉଲ୍ଲେଖ ରହିଛି । ଏହି ଦଣ୍ଡଗୁଡିକ କ୍ରମାନ୍ୱୟରେ ଲାଗୁହେବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଜୋରିମାନା ଅନାଦେୟ ବାବଦକୁ ଅଧିକ ଏକବର୍ଷ ଜେଲ ଦଣ୍ଡ ପାଇଁ ରାୟ ପ୍ରକାଶ ପାଇଛି କ୍ଷ ମୋଟ ୧୪ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବାବେଳେ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ମନୋଜ କୁମାର ସାହୁ ପରିଚାଳନା କରିଥିଲେ।






